Advertisment

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା; ଶାଶୂଙ୍କୁ ଟାର୍ଗେଟ କଲେ ବିଦ୍ୟାଭାରତୀ

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ନୂଆ ଟ୍ୱିଷ୍ଟ। ମୁହାଁମୁହିଁ ହେଲେ ଶାଶୂ-ବୋହୂ। ସୌମ୍ୟଙ୍କ ମୃତ୍ୟୁ ପାଇଁ ମା’ ବୋହୂକୁ ଦୋଷ ଦେଉଥିବାବେଳେ ଜବାବ ଦେଲେ ବୋହୂ ବିଦ୍ୟାଭାରତୀ।

author-image
Minati Mishra
ଅଦ୍ୟତନ ହୋଇଛି
ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା; ଶାଶୂଙ୍କୁ ଟାର୍ଗେଟ କଲେ ବିଦ୍ୟାଭାରତୀ

ACF Soumya Ranjan Death Case

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ନୂଆ ଟ୍ୱିଷ୍ଟ। ନିଜ ପ୍ରତି ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ପାଇଁ ମୁହଁ ଖୋଲିଛନ୍ତି ପତ୍ନୀ ବିଦ୍ୟା ଭାରତୀ।  ଶାଶୂ ଘର ଲୋକ ସୌମ୍ୟଙ୍କ ମୃତ୍ୟୁ ପାଇଁ ସିଧାସଳଖ ବିଦ୍ୟାଙ୍କୁ ଦାୟୀ କରିଥିବାବେଳେ ନିଜକୁ ଦୋଷମୁକ୍ତ କରିବା ପାଇଁ ସୌମ୍ୟଙ୍କ ଚରିତ୍ର ପ୍ରତି ଅଙ୍ଗୁଳି ଉଠାଇଥିଲେ ବିଦ୍ୟା। ତାଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିବା ଅଭିଯୋଗ ଆଣିଥିଲେ। ତେବେ ସୌମ୍ୟଙ୍କ ମା’ ଏହାକୁ ବିରୋଧ କରିବା ସହ ବୋହୂ ଖସିବା ପାଇଁ ଚାଲ ଖେଳୁଥିବା କହିଛନ୍ତି ACF ସୌମ୍ୟଙ୍କ ମା’ । 

Advertisment

ସୌମ୍ୟଙ୍କ ମା’ କହିଛନ୍ତି, ତାଙ୍କ ପୁଅର ପରକୀୟା ସମ୍ପର୍କ  ନ ଥିଲା। ଯଦି ଏ ବିଷୟରେ ବୋହୂକୁ ଯଦି ଜଣାଥିଲା, ତେବେ ସେ ଆଜି ପର୍ଯ୍ୟନ୍ତ କାହିଁକି କହିନଥିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ସୌମ୍ୟର ଝିଅ ସାଙ୍ଗମାନେ ତାକୁ ଫୋନ କରନ୍ତି ଓ ରାକ୍ଷୀ ମଧ୍ୟ ବାନ୍ଧନ୍ତି । ସେମିତି କୌଣସି ଝିଅ ସହ ସମ୍ପର୍କ ଥିବା କଥା ଆଜିସୁଦ୍ଧା ଆମେ ଜାଣିନାହୁଁ  ବୋଲି କହିଛନ୍ତି ସୌମ୍ୟଙ୍କ ମା’।

  ଅନ୍ୟପକ୍ଷେ ସୌମ୍ୟଙ୍କ ସରକାରୀ ବାସଭବନରୁ ଏକ କମଳା ରଙ୍ଗର ଚିଠି ମିଳିଥିବା ସୂଚନା ଦେଇଛନ୍ତି ସୌମ୍ୟଙ୍କ ଭାଇ। ସେ ସଂପୃକ୍ତ ଚିଠିର ଫଟୋ ଗଣମାଧ୍ୟମକୁ ଦେଇଛନ୍ତି। ଏଥିରେ ଜଣେ ଅନ୍ୟଜଣଙ୍କୁ ଘୃଣା କରୁଥିବା ଓ ଭୁଲ ନିଷ୍ପତ୍ତି ନେଇଥିବା ଲେଖାଯାଇଛି। ଏମିତିକି କ୍ଷମା କରିଦେବାକୁ ମଧ୍ୟ ଉଲ୍ଲେଖ ରହିଛି।  ତେବେ ଏହି ଚିଠି କିଏ କାହା ଉଦ୍ଦେଶ୍ୟରେ ଲେଖିଛି ତାହା ସ୍ପଷ୍ଟ ହୋଇନାହିଁ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟଙ୍କ ପତ୍ନ ବିଦ୍ୟା ଭାରତୀ। ସେ  ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Advertisment

  ବିଦ୍ୟାଭାରତୀ କହିଛନ୍ତି, କାହାକୁ ଆକ୍ଷେପ କରି ଏମିତି ଲେଖି ନାହାନ୍ତି। ମନ ଖରାପ ଥିବା ବେଳେ ଯାହା ମନକୁ ଆସେ ଲେଖେ ବୋଲି କହିଛନ୍ତି। ସେହିପରି ହାତରେ ଧରିଥିବା ଲାଲ୍ ପୁଟୁଳି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଭାରତୀ। ସେ କହିଛନ୍ତି, ହାତରେ କୌଣସି ଲାଲ୍ ପୁଟୁଳା ନୁହେଁ ଗାମୁଛା ଧରିଥିଲେ।  ମେଡିକାଲ ଗଲା ବେଳେ ଆବଶ୍ୟକ ପଡ଼ିବ ଭାବି ନେଇଥିଲି। ଏଥିରେ କୌଣସି ଜିନିଷ ଲୁଚାଇ ରଖି ନ ଥିଲି। 

ସେହିପରି ସମ୍ପର୍କକୁ ନେଇ ତାଙ୍କର ଏଗ୍ରିମେଣ୍ଟ ସମ୍ପର୍କରେ କିଛି ଜାଣିନଥିବା କହିଲେ ବିଦ୍ୟାଭାରତୀ। ସୌମ୍ୟଙ୍କର ସେମିତି କିଛି ସମ୍ପତ୍ତି ନଥିବା ସେ କହିଛନ୍ତି ବିଦ୍ୟାଭାରତୀ।ସୌମ୍ୟଙ୍କ ସମ୍ପତ୍ତି ବାବଦରେ କେବେ ଆଲୋଚନା ମଧ୍ୟ କରି ନ ଥିବା କହିଛନ୍ତି। ସୌମ୍ୟଙ୍କ ମା’ ଆଣିଥିବା ଅଭିଯୋଗ ଆଗରୁ କାହିଁକି କହୁ ନ ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷେ,ସୌମ୍ୟରଂଜନ ମୃତ୍ୟୁ ମାମଲାର ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭ କହିଛନ୍ତି ଘଟଣା ବେଳେ ସେ ସୌମ୍ୟଙ୍କ ଘରେ ନଥିଲେ।  ପାଟି ଶୁଣି ସେ ଘଟଣା ସ୍ଥଳକୁ ଯାଇଥିଲେ।  ସେତେବେଳକୁ ସୌମ୍ୟରଂଜନଙ୍କ ଦେହରେ ନିଆଁ ଲାଗିଥିଲା  ସେ ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ବି ତାଙ୍କୁ ସହାୟତା କରିଥିବା ରୋଷେୟା କହିଛନ୍ତି।  ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ DFOଙ୍କ ସରକାରୀ ଗାଡ଼ିରେ ହସ୍ପିଟାଲ ନିଆଗଲା ବୋଲି ସେ ସୂଚନା ଦେଇଛନ୍ତି  । ଏହି ଘଟଣାରେ ପୋଲିସ ରୋଷେୟା ମନ୍ମଥ କୁମ୍ଭକୁ ପଚରାଉଚରା କରୁଛି ।

ସୂଚନା ଥାଉ କି,  ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାକୁ ୯ ଦିନରୁ ଅଧିକ ସମୟ ବିତିଲାଣି । ତଥାପି ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି । ପୋଲିସ ତଦନ୍ତକୁ ଜୋରଦାର କରିଥିବା ବେଳେ ଏଥିରେ ସହଯୋଗ କରୁଛି କ୍ରାଇମବ୍ରାଞ୍ଚ ଟିମ୍  । କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍ ଆଜି ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କୁ ଭେଟି ମାମଲାର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି  । ଆଲୋଚନା ବେଳେ ଏଏସପି, ପାରଳାଖେମୁଣ୍ଡି ଏସଡିପିଓ ଉପସ୍ଥିତ ଥିଲେ।

ସେପଟେ ଗତକାଲି ପାରଳାଖେମୁଣ୍ଡିର ସ୍ୱତନ୍ତ୍ର ପୋଲିସ ଟିମ୍ ବାଲେଶ୍ୱରର ଖଇରା ଏବଂ ମୟୂରଭଂଜର ଉଦଳା ଯାଇ ପୃଥକ୍ ପୃଥକ ଭାବେ ସୌମ୍ୟ ଏବଂ ପତ୍ନୀ ବିଦ୍ୟାଙ୍କ ପରିବାରକୁ ଜେରା କରିଛି । ସୌମ୍ୟଙ୍କ ମୃତ୍ୟୁର ସତ ସାମ୍ନାକୁ ଆସିପାରିନଥିବା ବେଳେ ଗୋଟେ ପରେ ଗୋଟେ ନୂଆ ମୋଡ ରହସ୍ୟକୁ ଆହୁରି ଘନୀଭୂତ କରାଉଛି।

Paralakhemundi ACF Death Odisha Latest News
Advertisment
Advertisment