Advertisment

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ୫ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍ !

ରୋଷେୟା ମନ୍ମଥ କୁମ୍ଭଙ୍କୁ ପଚରାଉଚରା କରିଥିଲା ପୋଲିସ। କିନ୍ତୁ ତଦନ୍ତର ସ୍କାନର୍‌ରେ ଥିବା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଏଯାଏଁ ପଚରାଉଚରା କରିନଥିବା କୁହାଯାଉଛି।

author-image
Chandan Shishu
ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ୫ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍ !

Forensic Team

ଗଜପତି: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଡି ହୋଇ ମୃତ୍ୟୁ ମାମଲାର ଜାରି ରହିଛି ସାଇଣ୍ଟିଫିକ୍ ତଦନ୍ତ। ପାରଳାଖେମୁଣ୍ଡିରେ ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଏହାର ତଦନ୍ତ କରୁଛି। ମୃତ ସୌମ୍ୟରଂଜନଙ୍କ ବାପା ଏବଂ କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ସୌମ୍ୟରଂଜନଙ୍କ ସରକାରୀ ବାସଭବନରୁ କିଛି ତଥ୍ୟ ସଂଗ୍ରହ କରିଛି। ତେଣେ ସୌମ୍ୟରଂଜନଙ୍କ ବାପାଙ୍କୁ ପାରଳାଖେମୁଣ୍ଡି ପୋଲିସ ପଚରାଉଚରା କରିଥିବା ସୂଚନା ମିଳିଛି।

Advertisment

ଅପରପକ୍ଷେ ବାରିପଦାରେ ବାପାଙ୍କ ଘରେ ରହୁଥିବା ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା ପାଇଁ ପାରଳାଖେମୁଣ୍ଡିରୁ ଏକ ପୋଲିସ ଟିମ୍ ଯିବ। କେମିତି ମୃତ୍ୟୁ ହେଲା ସୌମ୍ୟରଂଜନଙ୍କର? ଡିଏଫ୍ଓଙ୍କ ସହ ସେମାନଙ୍କ କଣ ସମ୍ପର୍କ ? ଆଗରୁ କୌଣସି ବିବାଦ ଥିଲା କି ? ଏମିତି କିଛି ଦିଗକୁ ଧରି ପୋଲିସ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ପାରଳାଖେମୁଣ୍ଡି ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ସୌମ୍ୟରଞ୍ଜନଙ୍କ ଘରକୁ ଯାଇ ତଦନ୍ତ କରାଯିବ। ଘଟଣା ଦିନ କ’ଣ ସବୁ ହୋଇଥିଲା ? କିପରି ନିଆଁ ଲାଗିଲା ? ନିଆଁ ଲାଗିବା ବେଳେ ପତ୍ନୀ ବିଦ୍ୟାଭାରତୀ କେଉଁଠି ଥିଲେ ? ସେ ସବୁ ଦିଗକୁ ତଦନ୍ତ ପରିସରକୁ ନିଆଯିବ ବୋଲି ସୂଚନା ମିଳିଛି।

Advertisment

ଗତକାଲି ରୋଷେୟା ମନ୍ମଥ କୁମ୍ଭଙ୍କୁ ପଚରାଉଚରା କରିଥିଲା ପୋଲିସ। କିନ୍ତୁ ତଦନ୍ତର ସ୍କାନର୍‌ରେ ଥିବା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଏଯାଏଁ ପଚରାଉଚରା କରିନଥିବା କୁହାଯାଉଛି। ସେପଟେ ସୌମ୍ୟରଂଜନଙ୍କ ବାପା ଅଭିରାମ ମହାପାତ୍ର ଆଜି ପୁଣି ସମାନ ଅଭିଯୋଗ ଆଣି, ବୋହୂ, ଡିଏଫ୍ଓ ଏବଂ ରୋଷେୟା ଷଡ଼ଯନ୍ତ୍ର କରି ତାଙ୍କ ପୁଅକୁ ହତ୍ୟା କରିଥିବା କହିଛନ୍ତି।

ସୂଚନାଥାଉ କି, ସୋମବାର ରାତିରେ ସୌମ୍ୟରଞ୍ଜନ ହଠାତ ନିଆଁରେ ପୋଡ଼ି ହୋଇ ଯାଇଥିବା ନେଇ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ ପତ୍ନୀ । ପରେ ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର MKCG ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ମଙ୍ଗଳବାର ସକାଳେ କଟକ ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଥିବାରୁ ମୃତ୍ୟୁ ସହ ପ୍ରାୟ ୧୨ ଘଣ୍ଟାର ସଂଘର୍ଷ କରି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଆଖି ବୁଜିଦେଇଥିଲେ ସୌମ୍ୟରଞ୍ଜନ।

DFO Odisha News ACFMurderCase
Advertisment
Advertisment