Advertisment

ସୌମ୍ୟଙ୍କୁ ଚିକିତ୍ସା କରିଥିବା ୨ ଜଣ ଡାକ୍ତର ପରେ ତହସିଲଦାରଙ୍କୁ ପଚରାଉଚରା !

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଜେରାର ତୃତୀୟ ଦିନରେ ଆଜି CDMO କାର୍ଯ୍ୟାଳୟ ପରିସରରେ କ୍ରାଇମବ୍ରାଞ୍ଚ ଟିମ୍ ।

author-image
Satyendu Shekher Mishra
ସୌମ୍ୟଙ୍କୁ ଚିକିତ୍ସା କରିଥିବା ୨ ଜଣ ଡାକ୍ତର ପରେ ତହସିଲଦାରଙ୍କୁ ପଚରାଉଚରା !

ACF Soumyaranjan

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଜେରାର ତୃତୀୟ ଦିନରେ ଆଜି CDMO କାର୍ଯ୍ୟାଳୟ ପରିସରରେ କ୍ରାଇମବ୍ରାଞ୍ଚ ଟିମ୍ । ସୌମ୍ୟଙ୍କୁ ଚିକିତ୍ସା କରିଥିବା ୨ ଜଣ ଡାକ୍ତର ଏବଂ ପରେ ତହସିଲଦାରଙ୍କୁ ପଚରାଉଚରା କରିଛି । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ସମୟରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିଲେ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ।

Advertisment

ଆଜି ପଚରାଉଚରା ବେଳେ ଡାକ୍ତର କହିଛନ୍ତି, ସେଦିନ ସୌମ୍ୟଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ବେଳେ ସେ ଅଚେତ ଥିଲେ । ସାଲାଇନ୍ ଦେଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କର ଚେତା ଫେରିଥିଲା । ସେପଟେ ଗତକାଲି ଜଗୁଆଳିଙ୍କୁ ଜେରା ବେଳେ ଘଟଣାସ୍ଥଳରେ ଜିଲ୍ଲାପାଳଙ୍କ ଉପସ୍ଥିତି ନେଇ ସେ ବୟାନ ଦେଇଥିବା ବେଳେ ଆଜି ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟରଂଜନଙ୍କ ପରିବାର । ପୁଅର ହତ୍ୟାକାରୀଙ୍କୁ ତୁରନ୍ତ ଧରିବାକୁ ପରିବାର ଦାବି କରିଛନ୍ତି ।

Advertisment

ଅନ୍ୟପଟେ  ସୌମ୍ୟ କେତେ ଜଣ ଡାକ୍ତର ଚିକିତ୍ସା କରିଥିଲେ, କିଏ ଓ କେଉଁ ପରିସ୍ଥିତିରେ ତାଙ୍କୁ ବଡ଼ ଡାକ୍ତରଖାନାକୁ ରେଫର କରାଗଲା । ସେନେଇ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିଥିବ ବୋଲି ଅନୁମାନ କରାଯାଉଛି । ବିଶେଷକରି ମୃତ୍ୟୁକାଳୀନ ଜମାନବନ୍ଦୀ ଉପରେ ତଦନ୍ତ କରାଯାଇଥିବା ସୂଚନା ମିଳିଛି । ପ୍ରଥମତଃ, କେଉଁ ପରିସ୍ଥିତିରେ ମୃତ୍ୟୁକାଳୀନ ଜମାନବନ୍ଦୀ ଗ୍ରହଣ କରାଯାଇଥିଲା ? କିଏ ତାଙ୍କୁ ମୃତ୍ୟୁକାଳୀନ ଜମାନବନ୍ଦୀ ଦେବା ପାଇଁ କହିଥିଲେ ? କାହା ନିର୍ଦ୍ଦେଶରେ ମୃତ୍ୟୁକାଳୀନ ଜମାନବନ୍ଦୀ ଗ୍ରହଣ କରିଥିଲେ?

ଆଜି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟ ୨ ଡାକ୍ତର କୃଷ୍ଣଚନ୍ଦ୍ର ବେହେରା, ଅଭିଳାଶ ପଣ୍ଡାଙ୍କୁ ପଚରାଉଚରା କରାଯାଇଛି । ତେବେ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଯେତେ ଆଗଉଛି, ସେତେ ନୂଆ ନୂଆ ଚରିତ୍ର ସାମନାକୁ ଆସିବାରେ ଲାଗିଛନ୍ତି । ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଚାଲିଛି ମାରାଥନ୍ ଜେରା କରାଯାଇଛି ।

ସହକର୍ମୀ ଏସିଏଫ୍, ଫରେଷ୍ଟ ଗାର୍ଡ, ରୋଷେୟା, ଜଗୁଆଳୀ, ମାଳି ଏବଂ ଆମ୍ବୁଲାନ୍ସ ଡ୍ରାଇଭର ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଜଣ ଜଣଙ୍କୁ ଡାକି ଜେରା କରିଥିଲା କ୍ରାଇମବ୍ରାଞ୍ଚ । ସେମାନଙ୍କ ଠାରୁ ସେଦିନର ଘଟଣା ବାବଦରେ ଟିକିନିଖି ଜାଣିବାକୁ ପ୍ରଶ୍ନ ପରେ ପ୍ରଶ୍ନ କରିଚାଲିଥିଲା କ୍ରାଇମବ୍ରାଞ୍ଚ । ଆଉ, ୪ ଘଣ୍ଟାର ପଚରାଉଚରାରେ ଅନେକ ଗୁମର ଖୋଲିଥିଲେ ମାଳି ଏବଂ ଜଗୁଆଳି।

ମୁଖ୍ୟ ଫାଟକ ଜଗୁଆଳି କହିଥିଲେ, ଘଟଣା ଦିନ ରାତି ପ୍ରାୟ ୮ଟା ବେଳେ ଜିଲ୍ଲାପାଳ, ଡିଏଫଓଙ୍କ ଘରକୁ ଯାଇଥିଲେ। ଏପରିକି ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ ନେବା ବେଳକୁ ମଧ୍ୟ ସେ ଘଟଣାସ୍ଥଳରେ ଉପସ୍ଥିତ ଥିବା କ୍ରାଇମବ୍ରାଞ୍ଚ ଏବଂ ଗଣମାଧ୍ୟମ ଆଗରେ ଜଗୁଆଳି ସ୍ପଷ୍ଟ କରିଥିଲେ ।

Crime Branch Paralakhemundi ACF Death
Advertisment
Advertisment