/odishatv-khabar/media/post_attachments/uploadimage/library/16_9/16_9_0/DFO_1627035383.jpg)
DFO
ପାରଳାଖେମୁଣ୍ଡି: ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ମାରାଥନ ଜେରା। DFO ସଂଗ୍ରାମ ବେହେରାଙ୍କୁ ୩ ଘଣ୍ଟାର ମାରାଥନ ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ୍। ଜେରା ପରେ ମିଡିଆକୁ କୌଣସି ପ୍ରତିକ୍ରିୟା ନ ଦେଇ DFO ପଳାଇଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ତାଙ୍କ ସରକାରୀ ବାସଭବନକୁ ପୋଲିସ ନେଇଛି। ବିଦ୍ୟାଭାରତୀଙ୍କ ସହ ସମ୍ପର୍କ କଥାକୁ ଅସ୍ୱୀକାର କରିଥିବା ଜଣାପଡିଛି। ସମ୍ପର୍କ କଥାକୁ ଅସ୍ୱୀକାର କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ।
କଲ୍ ଡିଟେଲ୍ସ ଯାଞ୍ଚ ହୋଇଛି, ସବୁ ଦିଗରୁ ତଦନ୍ତ ହେଉଛି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଜେରା ବେଳେ କିଛି ତଥ୍ୟ ପାଇଛୁ। ଏହା କହି ହେବନି ବୋଲି ଏସ୍ଡିପିଓ କହିଛନ୍ତି। ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ DFO ସଂଗ୍ରାମ କେଶରୀ ବେହେରାଙ୍କ ନାଁ ଏତଲାରେ ରହିଛି। DFOଙ୍କ ନାଁରେ ସୌମ୍ୟଙ୍କ ପରିବାର ଗୁରୁତର ଅଭିଯୋଗ ଆଣିଛନ୍ତି।
ସେପଟେ ସୌମ୍ୟରଞ୍ଜନଙ୍କୁ କଟକ ନେଇ ଯାଉଥିବା ଆମ୍ବୁଲାନ୍ସ ଫରେଷ୍ଟ ଛକରେ କାହିଁକି ଓ କାହା ନିର୍ଦ୍ଦେଶରେ ଅଟକିଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଗତକାଲି ରାତିରେ ଏହାର ଖୁଲାସା କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ଦୟାନିଧି ସାଗର।
ଗତକାଲି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ପୋଲିସ ଷ୍ଟେସନରେ ଜେରା କରିଛନ୍ତି ଥାନା ଅଧିକାରୀ। ଜେରା ବେଳେ ଅନେକ ରହସ୍ୟର ଖୁଲାସା କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର। ଜେରା ବେଳେ ଡ୍ରାଇଭର କହିଛନ୍ତି, ଘଟଣା ଦିନ ମେଡିକାଲ ବାହାରୁ ବାହାରୁ ସଢ଼େ ୧୧ରୁ ୧୨ଟା ହୋଇ ଯାଇଥିଲା। ଫରେଷ୍ଟ ଗେଟ୍ ପାଖରେ ୧୦ରୁ ୧୫ ମିନିଟ ଆମ୍ବୁଲାନ୍ସ ଅଟକି ଥିଲା। ପେସେଣ୍ଟ ସହ କେହି ନ ଥିବାରୁ ଆମ୍ବୁଲାନ୍ସ ଅଟକିଥିଲା। ଫରେଷ୍ଟ ଗେଟ୍ ପାଖରେ ରହିବାକୁ ଜଣେ ମ୍ୟାଡାମ କହିଥିଲେ। ଅଟକିବାକୁ କହିଥିବା ମ୍ୟାଡମ ପୋଲିସ ଡ୍ରେସରେ ଥିଲେ।
ଡ଼୍ରାଇଭର ଆହୁରି କହିଛନ୍ତି, ‘ପେସେଣ୍ଟଙ୍କ ପତ୍ନୀ ଆସିବା ପରେ ଆମ୍ବୁଲାନ୍ସ ଫରେଷ୍ଟ ଗେଟ୍ରୁ ବାହାରିଥିଲା। ଆମ ଆମ୍ବୁଲାନ୍ସ ପଛରେ ଗୋଟିଏ ବୋଲେରୋ ବି ଚାଲିଥିଲା। ଗୋପାଳପୁର ଠାରେ ମ୍ୟାଡାମ କଟକ SCB ନେବା ପାଇଁ କହିଲେ। କଟକ ପହଞ୍ଚିବା ବେଳକୁ ସାଢ଼େ ୬ରୁ ୭ଟା ହୋଇଥିଲା’
Also Read
ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଘନଉଛି। ତଦନ୍ତ ଯେତିକି ଆଗଉଛି, ଘଟଣାର ସେତିକି ନୂଆ ନୂଆ ଦିଗ ସାମ୍ନାକୁ ଆସିଛି। ଗତ ୧୨ ତାରିଖ ରାତିରେ ସୌମ୍ୟ ପୋଡ଼ିଯାଇ ୧୩ ତାରିଖରେ ଆଖି ବୁଜିଥିଲେ । ଦୀର୍ଘ ୧୦ ଦିନ ପରେ ପ୍ରଥମଥର ପାଇଁ ପାରଳାଖେମୁଣ୍ଡିରେ ଥିବା ଏସିଏଫଙ୍କ ସରକାରୀ କ୍ୱାର୍ଟରରେ ତଦନ୍ତକାରୀ ସଂସ୍ଥା ଯାଇ ଛାନଭିନ କରିଥିଲା। ସକାଳେ କ୍ରାଇମବ୍ରାଞ୍ଚ ଟିମ୍ର ତନ୍ନତନ୍ନ ଯାଞ୍ଚ ପରେ ସୌମ୍ୟଙ୍କ ସରକାରୀ କ୍ୱାର୍ଟର୍ସ ହିଁ କ୍ରାଇମ୍ ସ୍ପଷ୍ଟ ବୋଲି କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)