• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅପହୃତ କହିଲେ ଅପହରଣର କାହାଣୀ । କେମିତି ହୋଇଥିଲା ଅପହରଣ, କେବେଠୁ ହୋଇଥିଲା ପ୍ଲାନ । କ୍ୟାମେରା ଆଗରେ ଗୋଟି ଗୋଟି ବଖାଣିଲେ ଅପହୃତ ଅବସରପ୍ରାପ୍ତ ସିଭିଲ ସପ୍ଲାଏ ଅଫିସର ମନୋଜ ମିଶ୍ର । ଅପହରଣ ପାଇଁ ଦୁଇମାସ ପୂର୍ବରୁ ହୋଇଥିଲା ଯୋଜନା । ୧୮ ଘଣ୍ଟା ଧରି ମୁଣ୍ଡଜାମିନ୍ ରଖି ଦେଢ କୋଟି ଟଙ୍କା ଡିମାଣ୍ଡ କରିଥିଲେ ଅପହରଣକାରୀ । ସର୍ତ୍ତ ରଖିଥିଲେ, ଟଙ୍କା ଦେବ ତ, ମଣିଷ ନେବ । ଅପହରଣକାରୀ କବଳରୁ ବଂଚି ନୂଆ ଜୀବନ ପାଇଥିବା ମନୋଜ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି ।

ଅବସରପ୍ରାପ୍ତ ସିଭିଲ ସପ୍ଲାଏ ଅଫିସର ମନୋଜ ମହାପାତ୍ର ଅପହରଣର ପର୍ଦ୍ଦାଫାସ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ୍ ଅଭିଯୁକ୍ତର ଜଣେ ଭିଣେଇ, ମନୋଜ ମହାପାତ୍ରଙ୍କ ଘରେ କାମ କରୁଥିବାବେଳେ ତା ଠାରୁ ମନୋଜଙ୍କ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଥିଲା । ଗତ ୨୪ ତାରିଖରେ ମନୋଜ ମାହାପାତ୍ର ତାଙ୍କ ଜଗନ୍ନାଥ ନଗର ଲେନ୍‌ରେ ଘର ତିଆରି କାମ ଦେଖିବାକୁ ଯାଇଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ନେଇଥିଲେ।

ଅପହରଣକାରୀମାନେ ତାଙ୍କୁ ଡେଲାଙ୍ଗ ନେଇ ଏକ ପରିତ୍ୟକ୍ତ ଘରେ ରଖି ମୁଣ୍ଡ ଜାମିନ ବାବଦକୁ ଟଙ୍କା ମାଗିଥିଲେ । ସ୍ପେଶାଲ ସ୍କ୍ୱାଡ୍ ଏବଂ ଲକ୍ଷ୍ମୀସାଗାର ପୋଲିସ ଘଟଣାର ତଦନ୍ତ କରିବା ସହ ୨୪ ଘଣ୍ଟା ଭିତରେ ତାଙ୍କୁ ଉଦ୍ଧାର କରିଛି । ଗ୍ୟାଙ୍ଗର ଦୁଇ ଜଣଙ୍କ ନାଁରେ ହତ୍ୟା, ଡକାୟତି ଭଳି ସଙ୍ଗୀନ ମାମଲା ରହିଛି । ଅପହରଣରେ ସଂପୃକ୍ତ ଗାଡ଼ିକୁ ପୋଲିସ ଜବତ କରିଛି ।