Advertisment

ପତି-ପତ୍ନୀଙ୍କ କଳିର ସମାଧାନ କରିବାକୁ ଆସି ହତ୍ୟାର ଶିକାର ହେଲେ ମଧ୍ୟସ୍ଥି, ଅଭିଯୁକ୍ତ ଫେରାର

ପତି-ପତ୍ନୀଙ୍କ କଳିର ସମାଧାନ କରିବାକୁ ଆସି ହତ୍ୟାର ଶିକାର ହେଲେ ମଧ୍ୟସ୍ଥି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବାଙ୍କିଘିରଡ଼ି ଆନ୍ଧ୍ରାଡେରାରେ ଏହି ଅଭାବନୀୟ ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପତି-ପତ୍ନୀଙ୍କ କଳିର ସମାଧାନ କରିବାକୁ ଆସି ହତ୍ୟାର ଶିକାର ହେଲେ ମଧ୍ୟସ୍ଥି, ଅଭିଯୁକ୍ତ ଫେରାର

accused

ବିନିକା: ପତି-ପତ୍ନୀଙ୍କ କଳିର ସମାଧାନ କରିବାକୁ ଆସି ହତ୍ୟାର ଶିକାର ହେଲେ ମଧ୍ୟସ୍ଥି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବାଙ୍କିଘିରଡ଼ି ଆନ୍ଧ୍ରାଡେରାରେ ଏହି ଅଭାବନୀୟ ଘଟଣା ଘଟିଛି। ଅତାବିରା ଥାନା ଅନ୍ତର୍ଗତ ପରମାଣପୁର ଫାର୍ମର ଡି.କାଶି ବିଶ୍ୱନାଥ ଏବଂ ତାଙ୍କ କାକା ଡି.ରାମବାବୁ ଆନ୍ଧ୍ରାଡେରାକୁ ପତି-ପତ୍ନୀଙ୍କ କଳିର ସମାଧାନ କରିବାକୁ ଆସିଥିଲେ। ହେଲେ ଆନ୍ଧ୍ରାଡେରାର ଆଲ୍ଲା ସତ୍ୟନାରାୟଣ ହଠାତ୍‌ ରାଗି ଯାଇ ଉଭୟଙ୍କ ଉପରେ ଟ୍ରାକ୍ଟର ଚଢାଇ ଦେଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ୍‌ରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ କାଶି ବିଶ୍ୱନାଥଙ୍କ ମୃତ୍ୟୁ ଘଟିଛି।

Advertisment

ସୂଚନା ଅନୁସାରେ, ଆଲ୍ଲା ସତ୍ୟନାରାୟଣ ନିଜର ଦ୍ୱିତୀୟ ପତ୍ନୀଙ୍କୁ ବର୍ଷେ ହେଲା ଆନ୍ଧ୍ରର ରାହୁଲପାଲମ ଥାନା ଅନ୍ତର୍ଗତ ଜନାଡା ଗାଁରେ ବାପ ଘରେ ଛାଡି ଦେଇଥିଲେ। ସେବେଠୁ ସେ ଆଉ ତାଙ୍କୁ ନେବାକୁ ଆସିନଥିଲେ। ଗତ ୧୪ ତାରିଖରେ ଆନ୍ଧ୍ରପ୍ରଦେଶରୁ ୯ ଜଣ ଲୋକ ଏବଂ ବିନିକା ଅଞ୍ଚଳରେ ରହୁଥିବା କାଶି ବିଶ୍ୱନାଥ ଏବଂ ଡି.ରାମବାବୁ ଉଭୟଙ୍କୁ ମିଳାମିଶା କରିବା ପାଇଁ ପହଞ୍ଚିଥିଲେ। କିନ୍ତୁ ସତ୍ୟନାରାୟଣ ହଠାତ୍‌ ରାଗିଯାଇ ୧୧ ଜଣଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ। ଗତ ୧୫ ତାରିଖ ବିଳମ୍ବିତ ରାତିରେ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ୧୦ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଘଟଣା ପରେ ସତ୍ୟନାରାୟଣ କେଉଁ ଆଡ଼େ ଫେରାର ହୋଇଯାଇଛି। ବିନିକା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ଖୋଳତାଡ଼ କରୁଛି।

Advertisment

ଅନ୍ୟପକ୍ଷେ, ୨ ପିଲାଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ। କନ୍ଧମାଳ ଜିଲ୍ଲା ରାଇକିଆରେ ଏହି ଅଭାବନୀୟ ଘଟଣା ଘଟିଛି। ୨ ପିଲାଙ୍କୁ କୂଅକୁ ଠେଲି ଦେବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ପାରିବାରିକ କଳହରୁ ଏଭଳି ଘଟିଥିବା ଜଣାପଡ଼ିଛି। 

Odisha Murder
Advertisment
Advertisment