Advertisment

ମୁଖ୍ୟମନ୍ତ୍ରୀ, ଡିଜିଙ୍କୁ ଟ୍ୱିଟ୍‌ ପରେ ଗୃହବନ୍ଦୀ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ !

ଜଣେ ଯୁବକ ତାଙ୍କୁ ବିବାହ କରିବା ନିମନ୍ତେ ବାଧ୍ୟ କରିବା ସହ ମାନସିକ ଯନ୍ତ୍ରଣା ଦେଉଛନ୍ତି ଏବଂ ମାରିବାର ଧମକ ଦେଉଛନ୍ତି।  ଯାହା ଫଳରେ ୧୫ ଦିନ ହେବ ସମ୍ପୃକ୍ତ ଯୁବତୀ ଭୟରେ ଗୃହବନ୍ଦୀରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କୁ ଟ୍ୱିଟ୍ କରି ନିଜର ସୁରକ୍ଷା ମାଗିଥିଲେ।

author-image
Chandan Shishu
ମୁଖ୍ୟମନ୍ତ୍ରୀ, ଡିଜିଙ୍କୁ ଟ୍ୱିଟ୍‌ ପରେ ଗୃହବନ୍ଦୀ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ !

Allegation By Tweet

ଆନନ୍ଦପୁର: ସୋସିଆଲ ମିଡିଆର ଇଫେକ୍ଟ। ଜଣେ ଯୁବକଙ୍କ ମାନସିକ ଯନ୍ତ୍ରଣା ସହି ନପାରି ଶେଷରେ ଜଣେ ଯୁବତୀ ଟ୍ୱିଟ୍‌ କରିଥିଲେ। ଆଉ ସେହି ଟ୍ୱିଟ୍‌କୁ ଦେଖି ରାତି ଅଧରେ ଯୁବତୀଙ୍କ ପାଖରେ ପହଞ୍ଚିଲା ପୋଲିସ। ସମ୍ପୃକ୍ତ ଯୁବତୀଙ୍କୁ ସୁରକ୍ଷା ଦିଆଯିବା ସହ ପୋଲିସ୍ କରିଥିଲା ସମାଧାନ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ। ଆନନ୍ଦପୁର ଉପଖଣ୍ଡ ବଲରାମପୁର ଗାଁର ଜଣେ ଯୁବକ ମାରିଦେବାକୁ ଧମକ ଦେଉଥିବା ନେଇ ଜଣେ ଯୁବତୀ ଅଭିଯୋଗ ଆଣିଥିଲେ। ସେ ତାଙ୍କ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କୁ ଟ୍ୱିଟ୍ କରିଥିଲେ। 

Advertisment

ସେହି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜଣେ ଯୁବକ ତାଙ୍କୁ ବିବାହ କରିବା ନିମନ୍ତେ ବାଧ୍ୟ କରିବା ସହ ମାନସିକ ଯନ୍ତ୍ରଣା ଦେଉଛନ୍ତି ଏବଂ ମାରିବାର ଧମକ ଦେଉଛନ୍ତି।  ଯାହା ଫଳରେ ୧୫ ଦିନ ହେବ ସମ୍ପୃକ୍ତ ଯୁବତୀ ଭୟରେ ଗୃହବନ୍ଦୀରେ ଅଛନ୍ତି। ଏମିତିକି ମୋତେ ଚାକିରି ଛାଡ଼ିବାକୁ ବାଧ୍ୟ କରାଯାଉଛି। ମୋ ଜୀବନ ଉପରେ ବଡ଼ ବିପଦ ରହିଛି। ଜଣେ ଯୁବକ ମାସେ ହେଲାଣି ମୋ ଘରକୁ ବାରମ୍ବାର ଆସି ବନ୍ଧୁକ ଓ ଭୁଜାଲିରେ ଭୟଭୀତ କରାଉଛି। ବିବାହ ନକଲେ ଜୀବନରୁ ମାରିଦେବା ନହେଲେ ଏସିଡ୍ ପକାଇ ଦେବାକୁ ଧମକ ଦେଉଛି।

Advertisment

କେହି ନଶୁଣିବା ପରେ ଏହି ଅଭିଯୋଗ ପତ୍ରକୁ ନିଜ ଟ୍ୱିଟର ଆକାଉଣ୍ଟରେ ଅପଲୋଡ୍ କରିବା ସହ ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କୁ ଟ୍ୱିଟ୍ କରି ନିଜର ସୁରକ୍ଷା ମାଗିଥିଲେ।ଅନ୍ୟପକ୍ଷରେ ସ୍ଥାନୀୟ ପୋଲିସ ଖବର ପାଇବା ପରେ ତୁରନ୍ତ ପଦକ୍ଷେପ ନେଇ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବତୀ ଓ ଯୁବକଙ୍କୁ ଥାନାକୁ ଆଣି ଆପୋଷ ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଛି। ଶେଷରେ ପ୍ରଶାସନର ତ୍ୱରିତ ପଦ‍କ୍ଷେପ ପାଇଁ ସମ୍ପୃକ୍ତ ଯୁବତୀ ଧନ୍ୟବାଦ ଜଣାଇଛନ୍ତି

Odisha CM Odisha News Twitter Odisha Police
Advertisment
Advertisment