• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୭ ଲକ୍ଷର ବ୍ରାଉନସୁଗାର ଜବତ, ଜଣେ ଗିରଫ ।

  • ଏୟାରଫିଲ୍ଡ ଥାନା ଅଞ୍ଚଳରୁ ବ୍ରାଉନସୁଗାର ବେପାରୀ ଷ୍ଟାର ପିଣ୍ଟୁ ଗିରଫ ।

  • ଗିରଫ ଅଭିଯୁକ୍ତ ନାଁରେ ଏକାଧତ୍କ ମାମଲା ଥିବା ପୋଲିସର ସୂଚନା ।

ଭୁବନେଶ୍ୱର: ରାଜଧାନୀ ଭବନେଶ୍ୱରରୁ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । ଖାଲି ସେତିକି ନୁହେଁ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଷ୍ଟାର ପିଣ୍ଟୁ । ଏୟାରଫିଲ୍ଡ ଥାନା ଅଞ୍ଚଳରୁ ପିଣ୍ଟୁକୁ ଗିରଫ କରିଛି ପୋଲିସ । ତାଠାରୁ ୭୪ ଗ୍ରାମ ବ୍ରାଉନସୁଗର ଜବତ ସହ ୬ ହଜାର ଟଙ୍କା ଜବତ କରିଛି । ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଅଭିଯୁକ୍ତ ନାଁରେ ଏକାଧତ୍କ ମାମଲା ରହିଛି । ଏନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ ।

ସେହିଭଳି ଢେଙ୍କାନାଳ ସହରରୁ ପୁଣି ଜବତ ହେଲା ଚାରି ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର । ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ରେଡ କରାଯାଇଥିଲା । ରେଡ ପରେ ମୋଟ ୪୦ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି ।ବାଜିଚୌକର ରାହୁଲ କୁମାର ରାଉତ ଓ କାଞ୍ଚନବଜାର କୁନା ବେହେରାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗତକାଲି ବାଜିଚୌକ ଅଞ୍ଚଳରୁ ଗୋଟିଏ ପରିବାରର ବାପା, ମାଆ ଓ ପୁଅ ୩ ଜଣଙ୍କୁ ଟାଉନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଥାଉକି, ଗତ ଅଗଷ୍ଟ ମାସରେ ଖୋର୍ଦ୍ଧା ସହରରୁ ବହୁଳ ମାତ୍ରାରେ ଜବତ ହୋଇଥିଲା ବ୍ରାଉନ ସୁଗର । ପ୍ରାୟ ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଖୋର୍ଦ୍ଧା ବସ୍ ଷ୍ଟାଣ୍ଡରେ ବ୍ରାଉନସୁଗର ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ନେଇ ଖବର ପାଇବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ଉ କରିଥିଲା । ଚଢଉ ବେଳେ ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗର ଜବତ ସହ ୩ ଜଣଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍ ।

ଗିରଫ ବ୍ୟକ୍ତିମାନେ ହେଲେ କଟକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳର ଅଫତାବ୍, ଭଦ୍ରକ ପୁରୁଣା ବଜାର ଛଖଣ୍ଡି ଅଞ୍ଚଳର ସେକ୍ କମରୁଦ୍ଦିନ ଓ ଖୋର୍ଦ୍ଧା ଜିଲ୍ଲା ଗଡ଼ ଖୋର୍ଦ୍ଧାର ସୌରଭ ପଟ୍ଟନାୟକ । ଏମାନଙ୍କ ପାଖରୁ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଥିଲା ।