Advertisment

ମନୀଷ ଦାସ ହତ୍ୟା ମାମଲା: ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଶେଷରେ ସମସ୍ତଙ୍କୁ ଜେରା କରି ଓ ଅନ୍ୟ ତଥ୍ୟପ୍ରମାଣ ଆଧାରରେ ମନୀଷ ମୃତ୍ୟୁର ଖୁଲାସା କରିଛି କମିଶନରେଟ ପୋଲିସ। ଗତ ୧୦ ତାରିଖରେ ପାତ୍ରପଡ଼ା ଗାଁ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Manish Death Case

ଭୁବନେଶ୍ୱର: ମନୀଷ ଅନୁରାଗ ହତ୍ୟା ମାମଲା। ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ। ମନୀଷ ଦାସ ହତ୍ୟା ମାମଲାର ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ। ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ଇନଫୋସିଟି ଥାନା ପୋଲିସ୍। ୪ ଦିନିଆ ରିମାଣ୍ଡରେ ନେଲା ଇନ୍ଫୋସିଟି ଥାନା ପୋଲିସ୍। ଝାରପଡ଼ା ଜେଲ ଇନ୍ଫୋସିଟି ଥାନାକୁ ଗଲେ ୩ ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି। 

Advertisment

ଏହି ୪ ଦିନ ଭିତରେ ଗିରଫ ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ହତ୍ୟା ଏବଂ ଷଡ଼ଯନ୍ତ୍ର ପଛରେ ଲୁଚିଯାଇଥିବା ଆଉ କିଛି ରହସ୍ୟ ସମ୍ପର୍କରେ ପଚରାଉଚରା କରିବ ପୋଲିସ। ମନୀଷ ହତ୍ୟା ଅଭିଯୋଗରେ ଭୁବେନଶ୍ୱରରୁ ଜଣଙ୍କୁ ଗିରଫ ପରେ ଫୁଲବାଣୀରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି୍ଛି କମିଶନରେଟ ପୋଲିସ।

ଶେଷରେ ସମସ୍ତଙ୍କୁ ଜେରା କରି ଓ ଅନ୍ୟ ତଥ୍ୟପ୍ରମାଣ ଆଧାରରେ ମନୀଷ ମୃତ୍ୟୁର ଖୁଲାସା କରିଛି କମିଶନରେଟ ପୋଲିସ। ଗତ ୧୦ ତାରିଖରେ ପାତ୍ରପଡ଼ା ଗାଁ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

Advertisment
Navin Das Son Murder Navin Das Son's Death Case Manish Anurag Murder Case Senior Journalist Navin Das Manish Anurag
Advertisment
Advertisment