Advertisment

ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ  ଆତଙ୍କରାଜ୍ ଘଟଣା; ୨୧ ବନ୍ଧା ହେଲେ

ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ  ଆତଙ୍କରାଜ୍ ଘଟଣାରେ ୨୧ ଜଣଙ୍କୁ ଗିରଫ କରିଛି ପୋଲିସ।  ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି । ଘଟଣା ପରେ ବସ୍ତିରେ ଚାପା ଉତ୍ତେଜନା ଲାଗି ରହିଛି ।

author-image
Minati Mishra
ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ  ଆତଙ୍କରାଜ୍ ଘଟଣା; ୨୧ ବନ୍ଧା ହେଲେ

police Force in muda sahi

ଭୁବନେଶ୍ୱର(ଆଲୋକ ମହାନ୍ତି): ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ  ଆତଙ୍କରାଜ୍ ଘଟଣାରେ ୨୧ ଜଣଙ୍କୁ ଗିରଫ କରିଛି ପୋଲିସ।  ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି । ଘଟଣା ପରେ ବସ୍ତିରେ ଚାପା ଉତ୍ତେଜନା ଲାଗି ରହିଛି । ସାମାନ୍ୟ ବଚସାକୁ ନେଇ ଶୁକ୍ରବାର ଏହି ଘଟଣା ଘଟିଥିଲା। ପ୍ରାୟ ୫୦ରୁ ଅଧିକ ଦୁର୍ବୃତ୍ତ ସାହିରେ ଅଧଘଣ୍ଟା ଧରି ଚଳାଇଥିଲେ ଆତଙ୍କରାଜ୍ ।

Advertisment

ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜରେ ଥରି ଉଠିଥିଲା ରାଜଧାନୀ। ବିଚ୍ ରାସ୍ତାରେ ବୁଲିଥିଲା ଖଣ୍ଡା। ଯାହାକୁ ପାରିଲେ ହାଣିଲେ, କାଟିଲେ, ଯାହା ଆଗରେ ପଡ଼ିଲା ଭାଙ୍ଗିଲେ । ଏମିତି କିଛି ଘଟିଥିଲା ସେଦିନ ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡାସାହି ବସ୍ତିରେ।  ରାସ୍ତା କଡ଼ରେ ଥିବା ଅଟୋ ଏବଂ ବାଇକ୍‌କୁ ବାଡ଼େଇ ବାଡ଼େଇ ଭାଙ୍ଗି ଦେଇଥିବା ଦେଖିବାକୁ ମଳିଥିଲା। 

ଶୁକ୍ରବାର ସଂଧ୍ୟା ପ୍ରାୟ ୭ଟାରେ ୫୦ରୁ ଅଧିକ ଯୁବକ ସଂଘବଦ୍ଧ ଭାବେ ଆସି ଭଙ୍ଗାରୁଜା କରିବା ସହ ରାସ୍ତାରେ ଯାହାକୁ ପାଇଲେ ହାଣିଥିଲେ। ଏହାର କିଛି ଦୃଶ୍ୟ କଏଦ ହୋଇଛି ସିସିଟିଭିରେ। ପ୍ରାୟ ଅଧଘଣ୍ଟା ଧରି ଏଭଳି ଆତଙ୍କରାଜ୍ ଚଳାଇଥିଲେ ଦୁର୍ବୃତ୍ତମାନେ ଏ ନେଇ ପୋଲିସକୁ ଖବର ଦିଆଯାଇଥିଲେ ମଧ୍ୟ ପୋଲିସ ବିଳମ୍ବରେ ପହଞ୍ଚିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନଯାୟୀ,  କିଛି ଦିନ ତଳେ ସାହିର ଜଣେ ଯୁବକଙ୍କ ଗାଡ଼ି ସାଇଡ୍ ମରାକୁ ନେଇ ହୋଇଥିଲା ଗଣ୍ଡଗୋଳ । ସାହିର କିଛି ଯୁବକ ଏବଂ ବାହାର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଘଟଣାରେ ହସ୍ତକ୍ଷେପ କରି ସ୍ଥାନୀୟ ବାସିନ୍ଦା ବୁଝାସୁଝା କରିଥିଲେ। ମାତ୍ର ଏତିକିରେ ରାଗ ଥମି ନ ଥିଲା। ପରେ ଦୁର୍ବୃତ୍ତମାନେ ସଂଘବଦ୍ଧ ହୋଇ ଆସି ଏଭଳିକାଣ୍ଡ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ସାହିର ୬ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ମାମଲାରେ ପୋଲିସ ୪ ନାବାଳକଙ୍କ ସମେତ ୨୦ରୁ ଅଧିକଙ୍କୁ ଗିରଫ କରିଛି। ଘଟଣା ପରେ ବସ୍ତରେ ଚାପା ଉତ୍ତେଜନା ଲାଗି ରହିଛି।  ପରିସ୍ଥିତିକୁ ନଜରରେ ରଖି ବସ୍ତିରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ପୋଲିସ ସିସିଟିଭି ଆଧାରରେ ୨୧ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲେ ହେଁ  ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆହତଙ୍କ ମାଗଣା ଚିକିତ୍ସା ଏବଂ କ୍ଷତିପୂରଣ ପ୍ରଦାନ ଦାବିରେ ବସ୍ତିବାସିନ୍ଦାମାନେ ମଞ୍ଚେଶ୍ୱର ଥାନା ଆଗରେ ରୁଣ୍ଡ ହେବା ସହ ପ୍ରତିବାଦ କରିଥିଲେ ।

Odisha Police Group Clash
Advertisment
Advertisment