Advertisment

୨ ଅପରାଧୀଙ୍କୁ ଏନ୍‌କାଉଣ୍ଟର, ବଡ଼ ଧରଣର ଲୁଟ୍‌ ମାମଲାରେ ସମ୍ପୃକ୍ତ ଥିଲେ

ପୋଲିସ୍‌ ଏନ୍‌କାଉଣ୍ଟରରେ ୨ ଅପରାଧୀ ଆହତ। ATMରୁ ୨୯ ଲକ୍ଷ ଲୁଟ୍ ଘଟଣାରେ ପୋଲିସ୍‌ର ଚଢାଉ ବେଳେ ଏହି ୨ ଅପରାଧୀଙ୍କ ସହ ମୁହାଁମୁହିଁ ହୋଇଥିଲା। ଏମାନଙ୍କ ପାଖରୁ ମାଗାଜିନ୍ ଓ ବହୁ ମାରଣାସ୍ତ୍ର ଜବତ ହୋଇଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
encounter

encounter

ଭଦ୍ରକ: ପୋଲିସ୍‌ ଏନ୍‌କାଉଣ୍ଟରରେ ୨ ଅପରାଧୀ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ବରପଦା ନିକଟରେ ଆଜି ଭୋର ସମୟରେ ଏହି ଏନ୍‌କାଉଣ୍ଟର ହୋଇଛି। ଏନ୍‌କାଉଣ୍ଟରରେ ବାଲେଶ୍ୱର ଜିଲ୍ଲା ସୋରର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଞ୍ଚଳର ସୁଶାନ୍ତ ମଲ୍ଲିକ ଆହତ ହୋଇଛନ୍ତି। ATMରୁ ୨୯ ଲକ୍ଷ ଲୁଟ୍ ଘଟଣାରେ ପୋଲିସ୍‌ର ଚଢାଉ ବେଳେ ଏହି ୨ ଅପରାଧୀଙ୍କ ସହ ମୁହାଁମୁହିଁ ହୋଇଥିଲା। 

Advertisment

ପ୍ରହ୍ଲାଦ ଓ ସୁଶାନ୍ତ ବରପଦାରେ ଥିବା ନେଇ ପୋଲିସ୍‌କୁ ଖବର ମିଳିଥିଲା। ଏହାପରେ ସେମାନଙ୍କୁ କାବୁ କରିବା ଲାଗି ପୋଲିସ୍‌ ଚଢ଼ଉ କରିଥିଲା। ଏହି ସମୟରେ ପୋଲିସ୍ ଉପରକୁ ଏହି ୨ ଜଣ ପାଲଟା ଆକ୍ରମଣ କରିଥିଲେ। ଫଳରେ ପୋଲିସ୍‌ ଏମାନଙ୍କୁ ଏନ୍‌କାଉଣ୍ଟର କରିଥିଲା। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଉଭୟଙ୍କୁ କଟକ ରେଫର୍‌ କରାଯାଇଛି। 

ମିଳିଥିବା ସୂଚନା ଅନୁସାରେ, ଗତ ୨୬ ତାରିଖ ରାତିରେ ଭଦ୍ରକ ଚରମ୍ପା ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏଟିଏମ୍‌ରେ ଟଙ୍କା ଲୋଡ୍‌ ବେଳେ ପ୍ରାୟ ୨୯ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଲୁଟ୍‌ ମାମଲାରେ ପ୍ରହ୍ଲାଦ ଓ ସୁଶାନ୍ତ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏହାସହ ଏହି ମାମଲାରେ ଅନ୍ୟ ୪ ଜଣଙ୍କୁ ଅଟକ ରଖି ଭଦ୍ରକ ପୋଲିସ୍ ପଚାଉଚରା କରୁଛି। ଏମାନଙ୍କ ନିକଟରୁ ୪ଟି ମାଗାଜିନ୍, ୩ଟି ମାଉଜର୍, ମାରଣାସ୍ତ୍ର ଜବତ କରାଯାଇଛି। ଅଭିଯୁକ୍ତ ମାନେ ପୂର୍ବରୁ ଅନେକ ମାମଲାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି।

Advertisment
Criminals Encounter
Advertisment
Advertisment