Advertisment

୧୧୫ କୋଟି ଟଙ୍କାର GST ଠକିଥିଲେ, ଧରାପଡ଼ିଲେ

ରାଜ୍ୟରେ ବଡ଼ ଧରଣର ଜିଏସ୍‌ଟି ଠକେଇ । ୧୧୫ କୋଟି ଟଙ୍କା GST ଠକେଇର ପର୍ଦ୍ଦାଫାସ କରିଛି ରାଜ୍ୟ ଜିଏସ୍‌ଟି ବିଭାଗ।

author-image
Minati Mishra
୧୧୫ କୋଟି ଟଙ୍କାର GST ଠକିଥିଲେ, ଧରାପଡ଼ିଲେ

gst fraud, 2 arrested

ଭୁବନେଶ୍ୱର: ରାଜ୍ୟରେ ବଡ଼ ଧରଣର ଜିଏସ୍‌ଟି ଠକେଇ । ୧୧୫ କୋଟି ଟଙ୍କା GST ଠକେଇର ପର୍ଦ୍ଦାଫାସ କରିଛି ରାଜ୍ୟ ଜିଏସ୍‌ଟି ବିଭାଗ। ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁ ସୁଜିତ ମୈତ୍ର ଓ ଗୁରୁଦୀପ ଡାଙ୍ଗ୍। ଉଭୟ ରାଉରକେଲାର। ତେବେ ସୁଜିତଙ୍କୁ ଭୁବନେଶ୍ୱରରୁ ଓ ଗୁରୁଦୀପଙ୍କୁ ରାଉରକେଲାରୁ ଗିରଫ କରାଯାଇଛି।

Advertisment

୧୬ଟି ଫେକ୍ କମ୍ପାନୀ କରି ଅଭିଯୁକ୍ତମାନେ GST ଠକୁଥିଲେ ବୋଲି ଜିଏସଟି କମିଶନର ସୁଶୀଲ କୁମାର ଲୋହାନୀ କହିଛନ୍ତି। ଏହି ରାକେଟରେ ୬୪୧ କୋଟି ଟଙ୍କାର ଜାଲ୍ ବିଲ୍ ପ୍ରସ୍ତୁତ କରି ୧୧୫ କୋଟି ଟଙ୍କାର ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ହାସଲ କରାଯାଇଛି । ଅଭିଯୁକ୍ତମାନେ ଜାଲ୍ ବିଲ୍ ବଦଳରେ ୧୧୫ କୋଟି ୧୦ ଲକ୍ଷ ଟଙ୍କାର ଜାଲ ITC ସଂଗ୍ରହ ସହ ହସ୍ତାନ୍ତର କରିଥିଲେ। ଦୁଇ ଅଭିଯୁକ୍ତ ଅନ୍ୟ ମନଙ୍କ ସହ ମିଶି ୧୬ଟି ଜାଲ୍ ବ୍ୟାବସାୟିକ ପ୍ରତିଷ୍ଠାନ ତିଆରି କରି ଜାଲ୍ କିଣା ବିଲ୍ ମଦ୍ୟମରେ ଏହି ଇନପୁଟ ଟ୍ୟାକ୍ସ କ୍ରେଡିଟ ବା ITC ହାତେଇ ଥିଲେ।

ଏହି ନେଟ୍ଓ୍ୱର୍କରେ ମୋଟ ୧୮ଟି ଡିଲର ଅଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କର ଗ୍ରାଉଣ୍ଡରେ ବିଜିନେସ୍ ଅଛି । ଏମାନଙ୍କ ସହ ୧୬ଟି ଫେକ୍ ଫାର୍ମ ଅଭିଯୁକ୍ତମାନେ ଗଠନ କରିଥିଲେ । ଏମାନେ ୧୬ଟି ଫେକ୍ ଫାର୍ମ ଗଠନ କରିଥିଲେ । ଅନୁଗୁଳ, ରାଉରକେଲା, ତିର୍ତ୍ତୋଲ, ବଣାଇ, ଏରସମା, ରିଆମାଳ ଓ ସୁନ୍ଦରଗଡ଼ ଲୋକେସନ୍‌ରେ ଏସବୁ ଫେକ୍ କଂପାନୀ ରେଜିଷ୍ଟ୍ରର ହୋଇଛି । ରାଜ୍ୟ ଓ ରାଜ୍ୟ ବାହାରେ ଅଭିଯୁକ୍ତମାନେ ଆଇରନ୍ ଓ ଷ୍ଟିଲ୍‌ର ଗୁଡ୍‌ସ କିଣାବିକା କରୁଥିଲେ।

Advertisment

ତେବେ ସମାନ ଅଭିଯୋଗରେ GST ବିଭାଗ ଏପର୍ଯ୍ୟନ୍ତ ମୋଟ ୨୦ ଜଣଙ୍କୁ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ GST କମିଶନର ସୁଶୀଲ ଲୋହାନି । ସେମାନଙ୍କୁ ଯେପରି ବେଲ ନ ମିଳିବ ସେଥିପାଇଁ ଚେଷ୍ଟା କରୁଛୁ ବୋଲି କହିଛନ୍ତି  GST କମିଶନର।

ସୂଚନାଥାଉ କି, ୨୦୧୯ରେ  ୧୩୮ କୋଟି ଜିଏସଟି ଠକେଇ ଅଭିଯୋଗରେ ରାଉରକେଲାର ୪ ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିଲା ଓଡ଼ିଶା ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର କମିଶନରେଟ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ସେହିପରି ୨୦୨୦ରେ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବିଭାଗ   ୭୧୨ କୋଟିର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ କରି ସମ୍ବଲପୁରରୁ ଜଣଙ୍କୁ ଗିରଫ କରିଥିଲା।

GST Tax Fraud In Odisha GST Tax Fraud
Advertisment
Advertisment