/odishatv-khabar/media/post_attachments/uploadimage/library/16_9/16_9_0/Covaxin_1635944727.jpg)
Covaxin
ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ବୈଷୟିକ କମିଟି ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି । ସେହିପରି କୋଭାକ୍ସିନ ଟିକା ନେଇଥିବା ଲୋକଙ୍କ ପ୍ରବେଶ ଉପରେ କିଛି ରାଷ୍ଟ୍ର ଲଗାଉଥିବା କଟକଣା ଜନିତ ସମସ୍ୟା ମଧ୍ୟ ଆଜିର ସ୍ୱୀକୃତି ପରେ ସମ୍ଭବତଃ ଶେଷ ହୋଇଛି । କୋଭାକ୍ସିନ ନେଇଥିବା ଭାରତୀୟମାନେ ଏବେ ଅଚିନ୍ତାରେ ବିଭିନ୍ନ ରାଷ୍ଟ୍ରକୁ ପ୍ରବେଶ କରିପାରିବେ ବୋଲି ଆଶା କରାଯାଉଛି ।
Also Read
ପୂର୍ବରୁ ଅକ୍ଟୋବର ୨୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ଭାରତ ବାୟୋଟେକକୁ ଅତିରିକ୍ତ ତଥ୍ୟ ମଗାଯାଇଥିଲା । ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟେକନିକାଲ ଆଡଭାଇଜରି ଗ୍ରୁପର ବୈଠକ ହୋଇଥିଲା । ପୂର୍ବରୁ ଫାଇଜର, କୋଭିସିଲଡ୍ ସହ ୬ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।
ହୁ’ କୋଭାକ୍ସିନକୁ ମାନ୍ୟତା ଦେବା ପୂର୍ବରୁ ଭାରତ ବାୟୋଟେକ ଟିକାର ସୁରକ୍ଷା ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲା । ହୁ’ ଏହା ଉପରେ ସମୀକ୍ଷା କରିବା ପରେ ଶେଷରେ କୋଭାକ୍ସିନକୁ ଅନୁମତି ଦେଇଛି ।
ସୂଚନାଯୋଗ୍ୟ, ଜାନୁଆରୀ ୩ରୁ ଭାରତରେ କୋଭାକ୍ସିନର ବ୍ୟବହାର ହେଉଛି । ତେବେ ଭାରତ ବାୟୋଟେକ୍ ଏପ୍ରିଲରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ହୁ’ ନିକଟରେ ଆବେଦନ କରିଥିଲା । ଅନ୍ୟପକ୍ଷରେ କୋଭାକ୍ସିନ ଟିକାକୁ ଇତି ମଧ୍ୟରେ ଅଷ୍ଟ୍ରେଲିଆ, ଗ୍ରୀସ, ଶ୍ରୀଲଙ୍କା, ଇରାନ, ମେକ୍ସିକୋ ସହ ୧୩ଟି ଦେଶ ଅନୁମତି ଦେଇ ସାରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)