Advertisment

ପିଲାଙ୍କୁ ଟିକା ମିଳିବ କେବେ? DMET କହିଲେ, କେନ୍ଦ୍ର ଗାଇଡ୍‌ ଲାଇନ୍‌କୁ କରିଛୁ ଅପେକ୍ଷା

ତେବେ ଆଜି ରାଜ୍ୟରେ ରାଜ୍ୟରେ ୨୪ ଘଣ୍ଟାରେ ୯୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୬ ଆକ୍ରାନ୍ତ। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୩୧; ଲୋକାଲ କେସ୍- ୩୮୦ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୭୧,୨୬୪ ହୋଇଥିବା ବେଳେ ପଜିଟିଭିଟି ୧.୨୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

author-image
Sarbeswar
ପିଲାଙ୍କୁ ଟିକା ମିଳିବ କେବେ? DMET କହିଲେ, କେନ୍ଦ୍ର ଗାଇଡ୍‌ ଲାଇନ୍‌କୁ କରିଛୁ ଅପେକ୍ଷା

Dmet Chief CBK Mohanty

ଭୁବନେଶ୍ୱର: ଜାତୀୟ ଗାଇଡ୍ ଲାଇନ୍ ଆସିଲେ ରାଜ୍ୟରେ ପିଲାଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା କରାଯିବ। ଏହି ସୂଚନା ଦେଇଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି। ଗତକାଲି ଜାଇଡସ୍ କାଡିଲାର ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ଯେତିକି ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ ଶିଶୁ ରହୁଛନ୍ତି କେବଳ ଭୁବନେଶ୍ୱରରେ। ସଂକ୍ରମଣ ଅଧିକ ରହିବା ନେଇ ଡ଼ିଏମଇଟି କହିଛନ୍ତି, ଏଠି ଲୋକମାନେ କୋଭିଡ ନିୟମ ମାନୁ ନଥିବାରୁ ସଂକ୍ରମଣ ବଢୁଛି। ହାଟ ବଜାରରେ ଲୋକମାନେ ଗହଳି କରି ସଂକ୍ରମଣକୁ ଡାକୁଛନ୍ତି। ତେବେ କୋଭିଡ୍ ଭ୍ୟାକ୍ସିନର ବୁଷ୍ଟର ଡୋଜ ଦେବା ନେଇ ଆମ ନିକଟକୁ କୌଣସି ଗାଇଡ଼ ଲାଇନ ଆସିନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଇସ୍ରାଏଲ ସମେତ କିଛି ଦେଶରେ ବୁଷ୍ଟର ଡୋଜ ଦିଆଯାଉଛି। ଆଗକୁ ଯଦି ଆବଶ୍ୟକ ପଡେ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଆସିଲେ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ସେ କହିଛନ୍ତି।

Advertisment

ତେବେ ଆଜି ରାଜ୍ୟରେ ରାଜ୍ୟରେ ୨୪ ଘଣ୍ଟାରେ ୯୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୬ ଆକ୍ରାନ୍ତ। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୩୧; ଲୋକାଲ କେସ୍- ୩୮୦ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୭୧,୨୬୪ ହୋଇଥିବା ବେଳେ ପଜିଟିଭିଟି ୧.୨୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

କେଉଁ ଜିଲ୍ଲାରୁ କେତେ-

ଅନୁଗୁଳ- ୨୩, ବାଲେଶ୍ୱର- ୫୧, ବରଗଡ଼- ୭, ଭଦ୍ରକ- ୧୨, ବଲାଙ୍ଗିର- ୫, କଟକ- ୮୮, ଦେବଗଡ଼- ୧୦, ଢେଙ୍କାନାଳ- ୧୬, ଗଜପତି- ୬, ଗଂଜାମ- ୪, ଜଗତସିଂହପୁର- ୨୪, ଯାଜପୁର- ୪୯, ଝାରସୁଗୁଡ଼ା- ୨, କଳାହାଣ୍ଡି- ୭, କନ୍ଧମାଳ-୪, କେନ୍ଦ୍ରାପଡ଼ା- ୩୧, କେନ୍ଦୁଝର- ୧୦, ଖୋର୍ଦ୍ଧା- ୩୫୨, କୋରାପୁଟ- ୬, ମାଲକାନଗିରି- ୭, ମୟୂରଭଞ୍ଜ- ୩୮, ନୟାଗଡ଼- ୧୯, ପୁରୀ- ୩୦ ରାୟଗଡ଼ା- ୭, ସମ୍ବଲପୁର- ୧୩, ସୁବର୍ଣ୍ଣପୁର- ୩, ସୁନ୍ଦରଗଡ଼- ୮, ଷ୍ଟେଟପୁଲ୍- ୭୯ ଚିହ୍ନଟ ହୋଇଛି।

Advertisment

ସେହିପରି ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲ୍ଲାରୁ ସର୍ବାଧତ୍କ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରୁ ୧୦, ଢେଙ୍କାନାଳରୁ ୮ ଓ କେନ୍ଦ୍ରାପଡ଼ାରୁ ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଓ ଯାଜପୁରରୁ ୬ ଲେଖାଏଁ, ଭଦ୍ରକରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୨୮୯କୁ ବୃଦ୍ଧି ପାଇଛି।

COVID19 Coronavirus Odisha
Advertisment
Advertisment