Advertisment

ଏଠି ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯିବ ଭାକ୍ସିନର ବୁଷ୍ଟର ଡୋଜ

କରୋନା ଭାଇରସକୁ ହରାଇବା ପାଇଁ ଇସ୍ରାଏଲ ଏକ ବଡ ପଦକ୍ଷେପ ନେଇଛି। ଏଠାରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ କରୋନା ଭାକ୍ସିନର ତୃତୀୟ ଡୋଜ ଦିଆଯିବ। ଆସନ୍ତା ସପ୍ତାହରେ ତୃତୀୟ ଡୋଜ ଦିଆଯିବା ଆରମ୍ଭ ହେବ।

author-image
Minati Mishra
ଅଦ୍ୟତନ ହୋଇଛି
ଏଠି ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯିବ ଭାକ୍ସିନର ବୁଷ୍ଟର ଡୋଜ

corona vaccine third shot

ଜେରୁଜେଲମ:କରୋନା ଭାଇରସକୁ ହରାଇବା ପାଇଁ ଇସ୍ରାଏଲ ଏକ ବଡ ପଦକ୍ଷେପ ନେଇଛି। ଏଠାରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ କରୋନା ଭାକ୍ସିନର ତୃତୀୟ ଡୋଜ ଦିଆଯିବ। ଆସନ୍ତା ସପ୍ତାହରେ ତୃତୀୟ ଡୋଜ ଦିଆଯିବା ଆରମ୍ଭ ହେବ। ତୃତୀୟ ଡୋଜ ଦେଉଥିବା ପ୍ରଥମ ରାଜ୍ୟ ହେଉଛି ଇସ୍ରାଏଲ। କାରଣ ଏ ପର୍ଯ୍ୟନ୍ତ ସମସ୍ତ ଭାକ୍ସିନର ୨ଟି  ଲେଖାଏ ଡୋଜ୍ ଲୋକଙ୍କୁ ଦିଆଯାଉଛି। ଏଥିପାଇଁ ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। 
ଇସ୍ରାଏଲ କେବଳ ୬୦ ବର୍ଷରୁ ଅଧିକ ବ୍ୟକ୍ତି ପାଇଁ ଭାକ୍ସିନର ଅଧିକ ଡୋଜ ଦିଆଯିବାର ବ୍ୟବସ୍ଥା କରିଛି। ଯେଉଁମାନେ ୫ ମାସ ପୂର୍ବରୁ କରୋନା ଭାକ୍ସିନର ୨ୟ ଡୋଜ ନେଇ ସାରିଥିବେ ସେମାନେ ଏହି ୩ୟ ଡୋଜ୍‌ ନେଇପାରିବେ। ଡେଲ୍‌ଟା ଭାରିଏଣ୍ଟର ପ୍ରଭାବକୁ ହ୍ରାସ କରିବା ପାଇଁ ସରକାର ଏପରି ପଦକ୍ଷେପ ନେଉଥିବା ସ୍ଥାନୀୟ ଗଣମାଧ୍ୟମରେ କୁହାଯାଇଛି।

Advertisment

ଏକ୍ସପର୍ଟ ପାନେଲ ଅନୁସାରେ ବୁଧବାର ରାତିରେ ବସିଥିବା ମିଟିଂରେ ଭାକ୍ସିନ ଦ୍ୱାରା ଇନ୍‌ଫେକ୍ସନ କେତେ କମୁଛି ତାହାର ଡାଟା ପ୍ରକାଶ କରିଛନ୍ତି। ଏହି ତଥ୍ୟରେ କୁହାଯାଇଛି, ୬୦ ବର୍ଷରୁ ଊର୍ଦ୍ଧ୍ୱ ଯେଉଁମାନେ ଜାନୁଆରୀରେ ଭାକ୍ସିନ ନେଇଛନ୍ତି ସେମାନଙ୍କୁ ଗମ୍ଭୀର ସଂକ୍ରମଣରୁ ବଞ୍ଚାଇବା ପାଇଁ ଭାକ୍ସିନର ପ୍ରଭାବ ଏପ୍ରିଲରେ ୯୭ ପ୍ରତିଶତ ଥିଲା। ଜୁଲାଇରେ ଏହା ହ୍ରାସ ପାଇଁ ୮୧ ପ୍ରତିଶତ ରହିଲା। ତିନି ମାସ ପରେ ଇଫେକ୍ଟିଭନେସ ୧୬% କମି ଯାଇଥିଲା। ପାନେଲରେ ସମସ୍ତ ବିଶେଷଜ୍ଞ ଏହି ନିଷ୍ପତ୍ତିରେ ସହମତ ନ ଥିଲେ ହେଁ ଅଧିକାଂଶ ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ ଦେବା ସପକ୍ଷରେ ଅଧିକାଂଶ ବିଶେଷଜ୍ଞ ସହମତି ପ୍ରକାଶ କରିଥିଲେ।
ଇସ୍ରାଏଲରେ ନୂଆ ଗମ୍ଭୀର ରୋଗୀଙ୍କ ସଂଖ୍ୟା ଗତ ୨ ଦିନ ହେଲା ବଢିବାରେ ଲାଗିଛି। ସୋମବାର ଏହି ସଂଖ୍ୟା ୨୦ ଥିବାବେଳେ ମଙ୍ଗଳବାର ଏହା ବୃଦ୍ଧି ପାଇ ୩୩ ଏବଂ ବୁଧବାର ୪୧ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ଏପରି ଧାରା ଲାଗି ରହିଲେ, ଅଗଷ୍ଟ ଶେଷସୁଦ୍ଧା ଗମ୍ଭୀର ରୋଗୀଙ୍କ ସଂଖ୍ୟା ୧,୦୦୦ ଛୁଇଁଯିବ। 
ସୂଚନାଥାଉ କି, ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୧୯.୭୩ କୋଟି ସଂକ୍ରମିତ ହୋଇଛନ୍ତି।୪୨ ଲକ୍ଷ ୧୩ ହଜାର ଲୋକ ଜୀବନ ହାରିଛନ୍ତି। ୧୭ କୋଟି ୮୨ ଲକ୍ଷ ଲୋକ ଏହି ରୋଗକୁ ମାତ ଦେଇ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ବିଶ୍ୱରେ କରୋନା ଆକ୍ଟିଭ କେସ ୧ କୋଟି ୪୬ ଲକ୍ଷ ଥିବାବେଳେ ୮୭, ୦୭୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। 

Advertisment
COVID Vaccination Drive COVID-19
Advertisment
Advertisment