Advertisment

ରାଜ୍ୟରେ ଏବେ ବି ବ୍ଲାକ୍‌ ଫଙ୍ଗସ୍‌ ନେଉଛି ଜୀବନ

ଗୋଟିଏ ପଟେ କରୋନା ମହାମରୀର ଭୟ ସମ୍ପୂର୍ଣ୍ଣ ଶେଷ ହୋଇନଥିବା ବେଳେ ବ୍ଲାକ୍‌ ଫଙ୍ଗସ ଭୂତ ମୁଣ୍ଡ ଉପରେ ବୁଲୁଛି । ଏବେ ବି ବ୍ଲାକ୍‌ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇ ଲୋକଙ୍କ ଜୀବନ ଯାଉଥିବା ଖବର ସାମ୍ନାକୁ ଆସୁଛି ।

author-image
Satyendu Shekher Mishra
undefined

Black fungus

ଭୁବନେଶ୍ୱର: ଗୋଟିଏ ପଟେ କରୋନା ମହାମରୀର ଭୟ ସମ୍ପୂର୍ଣ୍ଣ ଶେଷ ହୋଇନଥିବା ବେଳେ ବ୍ଲାକ୍‌ ଫଙ୍ଗସ ଭୂତ ମୁଣ୍ଡ ଉପରେ ବୁଲୁଛି । ଏବେ ବି ବ୍ଲାକ୍‌ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇ ଲୋକଙ୍କ ଜୀବନ ଯାଉଥିବା ଖବର ସାମ୍ନାକୁ ଆସୁଛି । ରାଜ୍ୟରେ ଏବେ ସୁଦ୍ଧା ବ୍ଲାକ୍ ଫଙ୍ଗସ୍ ନେଲାଣି ୨୯ ଜଣଙ୍କ ଜୀବନ । ବର୍ତ୍ତମାନ ଯାଏ ବ୍ଲାକ୍ ଫଙ୍ଗସ୍‌ରେ ମୋଟ୍ ୨୧୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦୯ ରୋଗୀ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ତେବେ ୬୮ ଜଣ ରୋଗୀ ଏହି ବ୍ଲାକ୍ ଫଙ୍ଗସ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଅନ୍ୟପଟେ ରାଜ୍ୟରେ ଏବେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ସଂକ୍ରମଣ ଚେନ୍‌କୁ ବ୍ରେକ୍‌ ଲାଗିଥିବା କୁହାଯାଉଛି । ଏହାର ସବୁଠୁ ବଡ଼ କାରଣ ହେଉଛି ଟିକାକରଣ । ରାଜ୍ୟରେ ଦ୍ରୁତ ଗତିରେ ଟିକାକରଣ କରାଯାଉଛି । ଆଜି ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ଟିକାକରଣ କରାଯାଇଛି ।ଗତକାଲି ମଧ୍ୟ ରାଜ୍ୟରେ ରେକର୍ଡ ସଂଖ୍ୟକ ୪ ଲକ୍ଷ ୧୬ ହଜାର ଟିକାକରଣ ହୋଇଥିଲା । ଟିକାକରଣ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ କୋଟି ୮୦ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ପ୍ରଥମ ଡୋଜ୍ ନେଇଛନ୍ତି ୬୬%, ଦ୍ୱିତୀୟ ଡୋଜ୍ ନେଇଛନ୍ତି ୭୨ ପ୍ରତିଶତ।

Advertisment

ଏବେ ରାଜ୍ୟରେ ୨୨ ଲକ୍ଷ ଡୋଜ ଟିକା ମହଜୁଦ ରହିଛି । ଡିସେମ୍ବର ସୁଦ୍ଧା ପ୍ରଥମ, ଆଉ ୩ ମାସ ଭିତରେ ୨ୟ ଡୋଜ ଶେଷ ହେବ । ସେହିପରି ଗତ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦେଶରେ ଦୈନିକ ଟିକାକରଣ ୧ କୋଟି ଡୋଜ୍‌ ପାର କରିଥିଲା

ସେପଟେ ଆଜି ରାଜ୍ୟରେ ଦିନକରେ ୪୬୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ହୋଇଛି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୦ ଆକ୍ରାନ୍ତ ହୋଇଛନ୍ତି। କ୍ୱାରେଣ୍ଟିନରୁ ୨୬୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୯୪ ରହିଛି।

ଖୋର୍ଦ୍ଧାରୁ ସର୍ବାଧିକ ୨୦୧ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୧ ହଜାର ୨୧୬କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୧୪୬କୁ ବୃଦ୍ଧି ପାଇଛି।

Corona COVID-19 Black Fungus
Advertisment
Advertisment