Advertisment

ଡବଲ୍ ଡୋଜ୍ ଟିକା ନେଲେ ୧୧ ଗୁଣା କମୁଛି ମୃତ୍ୟୁ ଆଶଙ୍କା: ରିପୋର୍ଟ

ପିଲାମାନଙ୍କର ଟିକାକରଣ ଏଯାଏଁ ଆରମ୍ଭ ହୋଇନି। ତେଣୁ ସେମାନଙ୍କ ପ୍ରତି ଅଧିକ ସଚେତନ ରହିବାକୁ ହେବ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଆଇଏଲ୍‌ଏସ୍‌ର ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା। ସେ କହିଛନ୍ତି, ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ୬୦୦ ନମୁନାର ଜେନମ୍ ସିକ୍ୱେନ୍ସିଂ ହୋଇଥିଲା।ସେଥିରୁ ୮୦ ପ୍ରତିଶତ ଡେଲ୍ଟା ଭାରିଆଣ୍ଟ।

author-image
Chandan Shishu
CDC

CDC

ଭୁବନେଶ୍ୱର: ପାର୍ବଣରେ ସତର୍କ ରୁହନ୍ତୁ। କାରଣ ଟିକା ନେବା ପରେ ବି ସମସ୍ତଙ୍କ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡି। ଯଦିଓ ରାଜ୍ୟରେ ଟୀକାକରଣ ଭଲ ଭାବେ ଚାଲିଛି, ଟିକାର କାର୍ଯ୍ୟଦକ୍ଷତା ମାତ୍ର ୭୦ରୁ ୮୦ ପ୍ରତିଶତ ରହୁଛି। ଟିକା ନେଇଥିବା ୨୦ରୁ ୨୫ ପ୍ରତିଶତ ଲୋକଙ୍କ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡି। ଏଭଳି ସ୍ଥିତିରେ ବୁଷ୍ଟର କିମ୍ବା ତୃତୀୟ ଡୋଜ୍ ଦିଆଯିବ କି ନାହିଁ, ସେ ସମ୍ପର୍କରେ ବିଚାର ବିମର୍ଶ କରୁଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଟ୍ରାଏଲ୍ ମଧ୍ୟ ଚାଲିଛି। ଏଣେ ପିଲାମାନଙ୍କର ଟିକାକରଣ ଏଯାଏଁ ଆରମ୍ଭ ହୋଇନି। ତେଣୁ ସେମାନଙ୍କ ପ୍ରତି ଅଧିକ ସଚେତନ ରହିବାକୁ ହେବ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଆଇଏଲ୍‌ଏସ୍‌ର ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା। ସେ କହିଛନ୍ତି, ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ୬୦୦ ନମୁନାର ଜେନମ୍ ସିକ୍ୱେନ୍ସିଂ ହୋଇଥିଲା।ସେଥିରୁ ୮୦ ପ୍ରତିଶତ ଡେଲ୍ଟା ଭାରିଆଣ୍ଟ। ତେବେ ଆଶ୍ୱସ୍ତିର ବିଷୟ, କୌଣସି ନୂଆ ମ୍ୟୁଟେସନ୍ ଦେଖିବାକୁ ମିଳିନି।  

Advertisment

ଏପଟେ ରାଜ୍ୟରେ କୋଭିଡ୍ ରୋଗୀଙ୍କୁ ଆଗୁଆ ଚିହ୍ନଟ ଲାଗି ସରକାର କରିଥିବା ୩ ମାସିଆ ଡୋର୍-ଟୁ-ଡୋର୍ ସର୍ଭେ ବେଳେ ବହୁ ଯକ୍ଷ୍ମା, ମଧୁମେହ, କୁଷ୍ଠ ଓ ଉଚ୍ଚ ରକ୍ତଚାପ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ, ମେ ୨୪ରୁ ଅଗଷ୍ଟ ୨୩ ଯାଏଁ ୯୫ ଲକ୍ଷ ୧୮ ହଜାର ଘରକୁ ଘର ବୁଲି ସର୍ଭେ କରାଯାଇଥିଲା। ସର୍ଭେ ସମୟରେ ୧୬ ଲକ୍ଷ ୪୯ ହଜାର ଲକ୍ଷଣଯୁକ୍ତ ଲୋକଙ୍କ ଆଣ୍ଟିଜେନ୍ ଓ ଆରଟିପିସିଆର୍ ପରୀକ୍ଷା କରାଯାଇଥିଲା। ସେଥିରୁ ୨ ଲକ୍ଷ ୪ ହଜାର ୧୦୪ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାସହ ୫୬ ହଜାର ୫୫୨ ଜଣଙ୍କଠାରେ ମଧୁମେହ, ୭ ହଜାର ୩୯୯ ଯକ୍ଷ୍ମା ରୋଗୀ ଓ ୧ ହଜାର ୬୨୫ କୁଷ୍ଠ ରୋଗ ଥିବା ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ୧୮ ବର୍ଷରୁ ଊର୍ଦ୍ଧ୍ୱ ୧୦ ପ୍ରତିଶତ ଲୋକଙ୍କ ନିକଟରେ ମଧୁମେହ ରହୁଛି କିନ୍ତୁ ସେଥିରୁ ମାତ୍ର ୫୦ ପ୍ରତିଶତଙ୍କଠାରେ ତାହା ଚିହ୍ନଟ ହୋଇଛି। 

ସେପଟେ ୟୁଏସ୍ ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ୍ ଦ୍ୱାରା ପ୍ରକାଶିତ ନୂଆ ତଥ୍ୟ କହୁଛି, ଦୁଇ ଡୋଜ୍ ଟିକା ନେଇଥିବା ଲୋକଙ୍କ ପ୍ରତି ମୃତ୍ୟୁ ଆଶଙ୍କା ୧୧ ଗୁଣା କମିଯାଉଛି। ଏମିତିକି ଡାକ୍ତରଖାନାରେ ଭର୍ତ୍ତି ହେବା ଆଶଙ୍କା ବି ୧୦ ଗୁଣା କମ୍। ମଡର୍ଣ୍ଣା ଟିକା ନେଇଥିବା ୯୫ ଭାଗ ଲୋକ ଗୁରୁତର ହେଉ ନ ଥିବା ବେଳେ ଫାଇଜର କ୍ଷେତ୍ରରେ ଏହା ୮୦ ପ୍ରତିଶତ ଓ ଜନ୍‌ସନ୍ ଆଣ୍ଡ ଜନ୍‌ସନ୍ କ୍ଷେତ୍ରରେ ୬୦ ପ୍ରତିଶତ ରହୁଛି।

Advertisment

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ

COVID19 Odisha
Advertisment
Advertisment