• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କଡାକଡି ପାଳନ ହେବ କୋଭିଡ୍ ଗାଇଡଲାଇନ ।

  • ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ ।

  • ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲେ ଜିଲ୍ଲାର ଅଧିକାରୀ ଦାୟୀ ।

ନୂଆଦିଲ୍ଲୀ: କୋଭିଡ୍ ଗାଇଡଲାଇନ କଡାକଡି ପାଳନ କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲେ ସଂପୃକ୍ତ ଜିଲ୍ଲାର ଅଧିକାରୀ ଦାୟୀ ରହିବେ ବୋଲି ଚିଠିରେ କଡ଼ା ତାଗିଦ୍‌ କରାଯାଇଛି ।

କରୋନା ସଂକ୍ରମଣ ହାର କମିବା ପରେ ବିଭିନ୍ନ ରାଜ୍ୟରେ ଲକଡାଉନ କୋହଳ କରାଯାଇଛି । ଏଥିଯୋଗୁଁ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ଓ ହିଲ ଷ୍ଟେସନରେ ଭିଡ ଦେଖିବାକୁ ମିଳୁଛି । ତେଣୁ ଅଧିକ ଲୋକ ହେଉଥିବା ସ୍ଥାନମାନଙ୍କରେ ଭିଡ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ଗାଇଡଲାଇନ ପାଳନ କରିବାରେ ବିଫଳ ହେଳେ ସଂପୃକ୍ତ ଜିଲ୍ଲାର ଅଧିକାରୀ ଦାୟୀ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଅନ୍ୟପଟେ ଓଡ଼ିଶାରେ କରୋନା ସଂକ୍ରମଣ କମିଛି, କିନ୍ତୁ ଭୁବନେଶ୍ୱର କଟକରେ ଟିକେ ଉଦେବେକ ସ୍ଥିତି ରହିଛି । ସଂକ୍ରମଣ କମିବା ଉପରେ ପଦକ୍ଷେପ ନିଆଯାଉଛି । ଛତିଶଗଡ଼ ସୀମାନ୍ତ ନୂଆପଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଛତିଶଗଡ଼ରେ ସଂକ୍ରମଣ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଥିବାରୁ ସୀମାନ୍ତ ଜିଲ୍ଲା ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି, ଜନସ୍ୱାସ୍ଥ୍ୟ ନିର୍ଦେଶକ ।

ସେ ଆହୁରି କହିଛନ୍ତି, ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲ୍ଲା ଉପରେ ମଧ୍ୟ ସତର୍କ ଦୃଷ୍ଟି ରହିଛି । ସବୁ ତଥ୍ୟକୁ ନେଇ ସରକାର ଅନଲକ୍‌ର ପରବର୍ତ୍ତୀ ସ୍ଥିତି କଣ ରହିଛି ସେନେଇ ନିଷ୍ପତ୍ତି ନେବେ । ତୃତୀୟ ଲହର ମୁକାବିଲା ଲାଗି ସରକାର ପ୍ରସ୍ତୁତ ଅଛନ୍ତି । ସର୍ଭେଲାନ୍ସ, ଭ୍ୟାକ୍ସିନେସନ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେପଟେ ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, ତୃତୀୟ ଲହର ଏଯାଏଁ ଭାରତକୁ ଆସିନାହିଁ । ସମ୍ଭାବ୍ୟ ତୃତୀୟ ଲହର ନେଇ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।ସେ ଅହୁରି କହିଛନ୍ତି ମହାମାରୀର ତୃତୀୟ ଓ ଚତୁର୍ଥ ଲହର ଆସିପାରେ । ଏହା କୌଣସି ନୂଆକଥା ନୁହେଁ । ଏବେ ଦେଶରେ କରୋନାର ଡାଉନ୍ ଟ୍ରେଣ୍ଡ୍ ରହିଛି । କେସ୍ ଲୋଡ୍, ସଂକ୍ରମଣକୁ ଦେଖି ସରକାର ଅନ୍‌ଲକ୍ ନିଷ୍ପତ୍ତି ନେବେ ।