Advertisment

ପାର୍ବଣ ପରେ ପାଳିବା, ପ୍ରଥମେ ଜୀବନ ବଞ୍ଚୁ: ଡିଏମ୍‌ଇଟି

କାଲି ହାଟ, ବଜାରରୁ ଯାହା ଚିତ୍ର ଆସିଛି ତାହା ଅନୁଶୀଳନ ଆବଶ୍ୟକ। ଏମିତି ଭିଡ଼ ହେଲେ କେତେ ଦୂର ସଂକ୍ରମଣ ରୋକିପାରିବା ତାହା ଏବେ ପ୍ରଶ୍ନବାଚୀ ହୋଇଛି। ପ୍ରତିଦିନ ଡାଟାକୁ ନେଇ ଆତଙ୍କିତ ହେବା ନାହିଁ। ଆମେ ପରିସ୍ଥିତିକୁ ଦେଖି ମୁକାବିଲା କରିବା।

author-image
Chandan Shishu
undefined

DMET Cbk Mohanty

ଭୁବନେଶ୍ୱର: ପାର୍ବଣ ଆସନ୍ତା ବର୍ଷ ବି ଆସିବ, ମାତ୍ର ଜୀବନ ରହୁ। କୋଭିଡ୍ ଗାଇଡଲାଇନ୍ ମାନିବାକୁ ଅନୁରୋଧ କରିଛନ୍ତି DMET ସିବିକେ ମହାନ୍ତି। ଏବେ କୋଭିଡ୍ ସମୟରେ ପାର୍ବଣ ଓ ଜୀବନ ଭିତରେ ଯୁଦ୍ଧ ଚାଲିଛି। ଏଭଳି ସ୍ଥିତିରେ ଭଗବାନଙ୍କୁ ପ୍ରାର୍ଥନା କରିବା ଯେ ଆମକୁ ସହାୟ ହୁଅନ୍ତୁ ଓ ଆମେ କରୋନା ଯୁଦ୍ଧରେ ଜିତୁ। କାଲି ହାଟ, ବଜାରରୁ ଯାହା ଚିତ୍ର ଆସିଛି ତାହା ଅନୁଶୀଳନ ଆବଶ୍ୟକ। ଏମିତି ଭିଡ଼ ହେଲେ କେତେ ଦୂର ସଂକ୍ରମଣ ରୋକିପାରିବା ତାହା ଏବେ ପ୍ରଶ୍ନବାଚୀ ହୋଇଛି। ପ୍ରତିଦିନ ଡାଟାକୁ ନେଇ ଆତଙ୍କିତ ହେବା ନାହିଁ। ଆମେ ପରିସ୍ଥିତିକୁ ଦେଖି ମୁକାବିଲା କରିବା। 

Advertisment

ସେହିପରି କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ୨୦୦ରୁ ୩୦୦ ଭିତରେ ରହୁଛି। କିଛି ମାତ୍ରାରେ ଆର୍ ଭ୍ୟାଲୁ ବଢ଼ିଛି, ହେଲେ ହସ୍ପିଟାଲରେ ରୋଗୀ ସଂଖ୍ୟା କମିଛି। ଭେଣ୍ଟିଲେଟରରେ ଆଡମିଟ୍ ସଂଖ୍ୟା ୧୦%ରୁ କମ୍ ଅଛି। ICUରେ ଛୋଟ ପିଲା ଆଡମିଶନ ସଂଖ୍ୟା ୧%ରୁ କମ୍ ଅଛି। ରାଜ୍ୟରେ ୩ ମାସ ହେଲାଣି ସଂକ୍ରମଣ ତଳ ଉପର ହେଉଛି। ବର୍ତ୍ତମାନ ସମୟରେ ଶହେରୁ ୮୦ ଜଣ ଲକ୍ଷଣ ବିହୀନ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ରାଜ୍ୟରେ ୨୪ ଘଣ୍ଟାରେ ୫୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୨ ଆକ୍ରାନ୍ତ ହୋଇଛନ୍ତି।  ଯେଉଁଥିରେ କେବଳ ଖୋର୍ଦ୍ଧାରୁ ୨୭୪ ଚିହ୍ନଟ ହୋଇଛନ୍ତି। 

Advertisment
Covid Appropriate Behaviour
Advertisment
Advertisment