Advertisment

ପାର୍ବଣରେ ଘରୁ ବାହାରିବା ଅନୁଚିତ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଏହି ସମୟରେ ଆମକୁ ଅଧିକ ଦାୟିତ୍ୱବାନ ହେବା ଆବଶ୍ୟକତା ରହିଛି। କୋଭିଡ ସଂକ୍ରମଣରେ ଇଣ୍ଟରନାଲ ଇନଫେକସନ ହୁଏ, ହାର୍ଟ, ଲଙ୍ଗସ, ବ୍ରେନ ଉପରେ ପ୍ରଭାବ ପକାଇଥାଏ। ବିଶେଷକରି ଫୁସଫୁସ୍ ଉପରେ ଅଧିକା ପ୍ରଭାବ ପଡିଥାଏ।

author-image
Chandan Shishu
undefined

Health Director Bijay Mohapatra

ଭୁବନେଶ୍ୱର: ପାର୍ବଣବେଳେ ଭିଡ଼ ହେଲେ ସଂକ୍ରମଣର ଆଶଙ୍କା ରହିଛି। ଖୋର୍ଦ୍ଧା ଜିଲାରେ ସଂକ୍ରମଣ କମୁଥିଲେ ମଧ୍ୟ ଅଧିକ ଭୟ ରହୁଛି। ତେଣୁ ଆମେ ଅଧିକା ଭିଡ଼ କରିବା ନାହିଁ, ଅଧିକ ସମୟ ବାହାରେ ଏକାଠି ରହିଲେ ସଂକ୍ରମଣ ବଢିପାରେ। ଏହାକୁ ଦୃଷ୍ଟିରେ ରଖି ପାର୍ବଣରେ ଘରୁ ବାହାରିବା ଅନୁଚିତ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଯଦି ଆମେ ଆମ ତରଫରୁ ସଜାଗ ରହିବା ତାହାଲେ କରୋନାକୁ ପ୍ରତିହତ କରି ପାରିବା। ସବୁ ବିଶେଷଜ୍ଞ ଏହାସହ ଆଇସିଏମ୍ଆର ଡ଼ାଇରେକ୍ଟର ମଧ୍ୟ ଦେଶବାସୀ ସଜାଗ ରହିବାକୁ ଅନୁରୋଧ କରିଛନ୍ତି।

Advertisment

ତେଣୁ ଏହି ସମୟରେ ଆମକୁ ଅଧିକ ଦାୟିତ୍ୱବାନ ହେବା ଆବଶ୍ୟକତା ରହିଛି। କୋଭିଡ ସଂକ୍ରମଣରେ ଇଣ୍ଟରନାଲ ଇନଫେକସନ ହୁଏ, ହାର୍ଟ, ଲଙ୍ଗସ, ବ୍ରେନ ଉପରେ ପ୍ରଭାବ ପକାଇଥାଏ। ବିଶେଷକରି ଫୁସଫୁସ୍ ଉପରେ ଅଧିକା ପ୍ରଭାବ ପଡିଥାଏ। ଯିଏ ଟିକା ନେଉଛି ତାର କରୋନା ଇଫେକ୍ଟ ବହୁତ କମ ଆଉ ଯିଏ ଟିକା ନେଉ ନାହାନ୍ତି ତାର ଅଧିକ କ୍ଷତି ହେଉଛି। ଟିକା ନେଲା ପରେ ଗୁରୁତର ହେବାର ବହୁତ କମ ଆଶଙ୍କା ରହୁଛି ବୋଲି ସେ କହିଛନ୍ତି।

ରାଜ୍ୟରେ ଆଜିଠୁ ଲାଗୁ ହୋଇଛି ଅକ୍ଟୋବର ମାସର ଗାଇ଼ଡଲାଇନ୍। ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଅବଧି ବଢ଼ା ଯାଇଛି। ଏହି ଦୁଇ ସହରରେ ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ରାତି ୮ଟାରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସମସ୍ତ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ପୂର୍ବଭଳି ରାତି ୧୦ଟାରୁ ସକାଳ ୫ଟା ଯାଏ ଜାରି ରହିବ ବୋଲି ସୂଚନା ମିଳିଛି ।

Advertisment

ଅକ୍ଟୋବର ଗାଇଡ୍ଲାଇନରେ ବାଣ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ପାର୍ବଣ ଋତୁରେ ବାଣ ବିକ୍ରି ଓ ଫୁଟାଇବାକୁ ବାରଣ କରାଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ ବାଣ ବିକ୍ରି ଓ ଏହା ଫୁଟାଇବା ସଂପୂର୍ଣ୍ଣ ମନା କରିଛନ୍ତି ସରକାର। ଏହା ସହିତ ପୂଜା ପାର୍ବଣରେ ବାହାରେ ଏକାଠି ନ ହେବାକୁ ପରାମର୍ଶ ଦେଇଛନ୍ତି SRC। 

COVID19 Festive Guidelines
Advertisment
Advertisment