Advertisment

ଟିକାକରଣରେ ଭାରତ ବିଶ୍ୱରେ ଦ୍ୱିତୀୟ, ଏବେ ସୁଦ୍ଧା ୬୦ କୋଟି ଡୋଜ ସରିଲାଣି

ଦେଶରେ ଏବେ ସୁଦ୍ଧା ୬୦ କୋଟି ଡୋଜ କରୋନା ଟିକାକରଣ ହୋଇସାରିଲାଣି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ଟୁଇଟ କରି ସୂଚନା ଦେଇଛନ୍ତି । ଏଥି ସହ ଡୋଜ ପରିମାଣରେ ଚୀନ ପଛକୁ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ସେ କହିଛନ୍ତି ।

author-image
Satyendu Shekher Mishra
ଏଣିକି ବିଦେଶୀଙ୍କୁ ମିଳିବ 'ଭାରତ' ଭ୍ୟାକ୍ସିନ

vaccination

ନୂଆଦିଲ୍ଲୀ: ଦେଶରେ ଏବେ ସୁଦ୍ଧା ୬୦ କୋଟି ଡୋଜ କରୋନା ଟିକାକରଣ ହୋଇସାରିଲାଣି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ଟୁଇଟ କରି ସୂଚନା ଦେଇଛନ୍ତି । ଏଥି ସହ ଡୋଜ ପରିମାଣରେ ଚୀନ ପଛକୁ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ସେ କହିଛନ୍ତି । ଏହି ହାରରେ ଟିକାକରଣ କରାଗଲେ ଦେଶର ଜନସଂଖ୍ୟାର ୩୨ ପ୍ରତିଶତ ଟିକାକରଣ ଚଳିତ ବର୍ଷ ଶେଷ ସୁଦ୍ଧା ହୋଇସାରିଥିବ ବୋଲି ସେ ସୂଚନା ଦେଇଛନ୍ତି ।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଦେଶର ପ୍ରଥମ ୧୦ କୋଟି ଟିକା ଲଗାଇବାକୁ ୮୫ ଦିନ ଲାଗିଥିବା ବେଳେ ୨୦ କୋଟି ଟିକା ନେବାକୁ ୪୫ ଦିନ ଏବଂ ୩୦ କୋଟି ଟିକା ନେବାକୁ ୨୯ ଦିନ ସମୟ ଲାଗିଥିଲା । ତେବେ ୫୦ରୁ ୬୦ କୋଟି ଟିକା ନେବାକୁ ମାତ୍ର ୧୦ ଦିନ ସମୟ ଲାଗିଥିଲା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

Advertisment

ତେବେ ଗୋଟିଏ ପଟେ ଦ୍ରୁତଗତିରେ ଟିକାକରଣ କରାଯାଉଥିଲେ ମଧ୍ୟ ଦେଶରେ ସଂକ୍ରମଣ ଥମିବାର ନାଁ ଧରୁନି । ଆଜି ଦିନକରେ ପ୍ରାୟ ୧୨ ହଜାର ବଢ଼ିଛି ପଜିଟିଭ ସଂଖ୍ୟା । ଗତକାଲି ସାରା ଦେଶରେ ୨୫ ହଜାର ୪୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩୭ ହଜାର ୫୯୩ । ଏହା ସହିତ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରାୟ ଦୁଇ ଗୁଣ ହୋଇଛି । ଗତକାଲି ୩୫୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜିର ତଥ୍ୟ ଅନୁସାରେ ୬୪୮ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ ।

ଅନ୍ୟପଟେ ଓଡ଼ିଶାରେ ବିଶେଷଜ୍ଞଙ୍କ କହିବାନୁଯାୟୀ କୋଭିଡର ତୃତୀୟ ଲହରରରେ ୧୮ ବର୍ଷରୁ କମ୍‌ ବର୍ଗର ପିଲାମାନେ ବେଶି ଆକ୍ରାନ୍ତ ହେବେ । ଏହି ପରିପ୍ରେକ୍ଷୀରେ ଦେଖିଲେ ଏବେ ପିଲାଙ୍କ ସଂକ୍ରମଣ ବି ବଢୁଥିବା ଲକ୍ଷ୍ୟ କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୧୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ କୋଭିଡ୍ ୩ୟ ଲହର ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ଯେଉଁ ସୂଚନା ଦେଇଛନ୍ତି ତାହା ଆଶ୍ୱସ୍ତି ଜନକ ।  

ଡିଏମଇଟି କହିଛନ୍ତି,  ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳି ହୋଇ ନ ପାରେ । ଯଦି ଭାଇରସ ରୂପ ବଦଳାଏ ତାହେଲେ ପ୍ରଭାବ ଅଧିକ ରହିବ । ଯଦି ଭାଇରସ ରୂପ ନ ବଦଳାଏ ତାହେଲେ ଏତେ ପ୍ରଭାବ ରହିବ ନାହିଁ । ୩ୟ ଲହରକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । କିଛି ମଡେଲ କହୁଛି ଦିନକୁ ୪ରୁ ୫ ଲକ୍ଷ ସଂକ୍ରମିତ ହେବେ । 

ଅନ୍ୟପକ୍ଷେ ଆଉ କେତେକ ମଡେଲ କହୁଛନ୍ତି ତୃତୀୟ ଲହରର ଏତେ ପ୍ରଭାବ ପଡ଼ିବ ନାହିଁ । IIT କାନପୁର ସୂତ୍ର କହୁଛି ଓଡ଼ିଶାରେ ୩ୟ ଲହର ବେଶି ପ୍ରଭାବ ପକାଇବନି ।

Corona Virus Vaccination
Advertisment
Advertisment