• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ମୃତ ବ୍ୟକ୍ତିଙ୍କୁ ଦିଆଗଲା କୋଭିଡ ଟିକା ! 

  • ଟିକା ନ ନେଇ ବି ମୋବାଇଲରେ ଆସିଲା ମେସେଜ

  • କୋଭିଡ ରେକର୍ଡକୁ ନେଇ ଉଠିଲା ପ୍ରଶ୍ନ

ଭୋପାଲ: ମୃତକଙ୍କୁ ଦିଆଯାଉଛି କରୋନା ଭ୍ୟାକ୍ସିନ୍ । ଏପରିକି କୋଭିଡ ସାର୍ଟିଫିକେଟ ବି ଦିଆଯାଇଛି। ଭାକ୍ସିନେସନ ସଂଖ୍ୟା ବଢୁଥିବା ନେଇ ସରକାର ଦାବି କରୁଥିବାବେଳେ ମୃତବ୍ୟକ୍ତିଙ୍କୁ ଏଥିରେ ସାମିଲ କରିବା ଘଟଣା ଏହି ସଂଖ୍ୟା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଗତ ୧୭ ସେପ୍ଟେମ୍ୱର ଦିନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଧୁମଧାମରେ ପାଳନ ଯାଇଥିଲା । ଏହି ଅବସରରେ ଦେଶରେ ୨ କୋଟି ଦିକାଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । କରୋନାକୁ ହରାଇବା ପାଇଁ ଏହା ଏକ ବଡ ସଫଳତା ଥିଲା । ଯାହା ବିଶ୍ୱ ରେକର୍ଡରେ ମଧ୍ୟ ସ୍ଥାନ ପାଇଥିଲା । ହେଲେ ମୃତ ବ୍ୟକ୍ତିଙ୍କୁ ଟିକା ଲଗାଯାଇଥିବା ପ୍ରମାଣ ମିଳିଥିବାରୁ ଏହି ରେକର୍ଡ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭୋପାଲରୁ ପ୍ରାୟ ୨୦୦ କିଲୋମିଟର ଦୂର ଆଗର ମାଲବାରେ ଥିବା ଆଶୁତୋଶ୍‌ ଶର୍ମାଙ୍କ ଫୋନ୍‌କୁ ଏକ ମ୍ୟାସେଜ୍‌ ଅସିଥିଲା । ଯେଉଁଥିରେ ଲେଖାଯାଇଥିଲା କି ତାଙ୍କ ମାଁଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି । ହେଲେ ତାଙ୍କ ମା ବିଧା ଶର୍ମାଙ୍କୁ ମାର୍ଚ୍ଚ ମାସ ୮ ତାରିଖରେ କୋଭିସିଲ୍ଡ ଟିକା ଦିଆଯାଇଥିଲା । ମେ’  ୧ ତାରିଖରେ କରୋନାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର ୪ ମାସ ପରେ ଗତ ସେପ୍ଟେମ୍ୱର ୧୭ ତାରିଖରେ ତାଙ୍କୁ ଏହି ମ୍ୟାସେଜ୍‌ ଆସିଥିଲା ଯେ, ନଗର ପାଳିକା ଟାଉନ୍‌ ହଲ୍‌ରେ ବିଧା ଶର୍ମାଙ୍କୁ ଦ୍ୱିତୀୟ ଡୋଜ୍‌ ଭ୍ୟାକ୍ସିନ ଦିଆଯାଇଛି । ଏହାସହ ୱେବ୍‌ସାଇଟ୍‌ରେ ମୃତ ମାଙ୍କ ନାଁରେ  ଦ୍ୱିତୀୟ ଡୋଜ୍‌ ଟିକା ନେଇଥିବା ସାର୍ଟିଫିକେର୍ଟ ମଧ୍ୟ ମିଳିଲା ।

ଆଶୁତୋଶ୍‌ ଶର୍ମାଙ୍କ କହିବା ଅନୁସାରେ, ‘ରାତି ପ୍ରାୟ ୮ଟା ୨ ମିନିଟ୍‌ରେ ମୋ ମୋବାଇଲକୁ ଏହି  ମେସେଜ୍‌ ଆସିଥିଲା । ହେଲେ ତାଙ୍କ ମମି ଦୁନିଆରେ ନ ଥିବାବେଳେ କିପରି ଟିକା ନେଲେ ଏହା ଭାବି  ଆଶ୍ଚର୍ଯ୍ୟ ହୋଇଯାଇଥିଲି । ମୁଁ ଭାବୁଛି, ଟିକାକରଣର ସଂଖ୍ୟା ବୃଦ୍ଧି ପାଇଁ ଅଧିକାରୀଙ୍କ ଉପରେ ବହୁତ ଚାପ ପଡୁଥିବାରୁ ଏପରି ଘଟିଛି ।’

ଏପରି ଗୋଟିଏ ମାମଲା ନୁହେଁ ଅନେକ ମାମଲା ଆସିଛି । ଯେମିତିକି ଅଗରର ସମାନ କ୍ୟାଣ୍ଟନମେଣ୍ଟରେ ରହୁଥିବା ୨୬ ବର୍ଷିୟ ପିଙ୍କି ଭର୍ମା ଜୁନ୍ ୮ରେ ପ୍ରଥମ ଡୋଜ ଟିକା ନେଇଥିଲେ । ହେଲେ ଗତ ସେପ୍ଟେମ୍ବର ୧୭ ରେ ତାଙ୍କୁ ଦ୍ୱିତୀୟ ଡୋଜ୍‌ ଟୀକାକରଣ କରାଯାଇଥିବାର ମ୍ୟାସେଜ୍‌ ଯାଇଥିଲା । ସେ ଜାଲୱାର ଜିଲ୍ଲାର ଟୀକାକରଣ କେନ୍ଦ୍ରରେ ଭ୍ୟାକ୍‌ସିନ୍‌ ନେଇଥିବା ସାର୍ଟିଫିକେର୍ଟ୍‌ରେ ଲେଖାହୋଇଛି । ଏନେଇ ପିଙ୍କି କହିଛନ୍ତି, ‘ମୁଁ ଜୁନ୍‌ ୮ ରେ ପ୍ରଥମ ଡୋଜ୍‌ ଟିକା ନେଇଥିଲି ଏବଂ ୭ ସେପ୍ଟେମ୍ବରରେ ଦ୍ୱିତୀୟ ଡୋଜ୍‌ ଟିକା ନେଇଥାନ୍ତି । ହେଲେ ମୋର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯିବାରୁ ମୁଁ ଦ୍ୱିତୀୟ ଡୋଜ ନେଇପାରିନଥିଲି । ତେଣୁ କିପରି ଏହି ମ୍ୟାସେଜ୍‌ ଆସିଲା ? ଦ୍ୱିତୀୟ ଡୋଜ୍‌ ନ ନେଇ ମଧ୍ୟ ମୋ ପାଖକୁ ଟିକା ନେଇଥିବା ରିପୋର୍ଟ ଆସୁଛି। ଟିକାକରଣ ସଂଖ୍ୟା ବଢାଇବା ପାଇଁ ହିଁ ଏପରି କରାଯାଉଛି’ ।

ସେହିପରି, ଭୋପାଳର ଲୀଲା ସୂତାର ମାର୍ଚ୍ଚ୨୫ ରେ ପ୍ରଥମ ଡୋଜ୍‌ ଟିକା ନେଇଥିଲେ, ପରେ କରୋନା ସଂକ୍ରମିତ ହେବାରୁ ତାଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇ ପାରିଲା ନାହିଁ । ହେଲେ ସେପ୍ଟେମ୍ୱର ୧୭ ରେ ତାଙ୍କୁ ସେ ଟିକା ନେଇଥିବା ମ୍ୟାସେଜ୍‌ ଆସିଥିଲା । ଏନେଇ ଲୀଲା କହିଛନ୍ତି, ‘ମୁଁ ଏପର୍ଯ୍ୟନ୍ତ ଦ୍ୱିତୀୟ ଟିକା ନେଇନାହିଁ, ତଥାପି ମ୍ୟାସେଜ୍‌ ଆସିଛି। ଯଦି ମୁଁ କୌଣସି ସ୍ଥାନକୁ ବାହାରକୁ ଯାଏ, ତେବେ  ଅସୁବିଧାର ସମ୍ମୁଖୀନ ହେବି, ଏବେ କ’ଣ କରିବି?’

ଟିକାକରଣର ସଂଖ୍ୟା ବୃଦ୍ଧି କରିବା ପାଇଁ ଏପରି କରାଯାଉଥିବାର ଲୋକମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ବିଭାଗୀୟ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି, ଏପରି ଗୋଟିଏ କିମ୍ବା ଦୁଇଟି ମାମଲା  ଅଛି ଯାହାର ଯାଂଚ କରାଯିବ ।  ସେପ୍ଟେମ୍ବର ୨୭ରେ ଟିକା ଅଭିଯାନର ପ୍ରସ୍ତୁତି ଚାଲିଛି । ସେହି ଦିନ ମଧ୍ୟରେ ରାଜ୍ୟର ସମୁଦାୟ ଜନସଂଖ୍ୟାଙ୍କୁ ପ୍ରଥମ ଡୋଜ୍‌ ଦେବାକୁ ଲକ୍ଷ୍ୟ ରଖାଯାଇଛି ।