• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଡେଲଟା ଭାରିଏଣ୍ଟ୍ ତୁଳନାରେ ଅଧିକ ଗମ୍ଭୀର ନୁହେଁ ଓମିକ୍ରନ୍ । ସାରା ବିଶ୍ୱରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନର ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ବେଳେ ଆମେରିକାର ମୁଖ୍ୟ ମହାମାରୀ ପରାମର୍ଶଦାତା ଆନ୍ଥୋନୀ ଫୌସି ଏପରି କହିଛନ୍ତି । ଓମିକ୍ରନ୍ ଡେଲଟା ଅପେକ୍ଷା ଅଧିକ ସଂକ୍ରାମକ ହୋଇଥିଲେ ମଧ୍ୟ ସେତେଟା ଘାତକ ନୁହେଁ ।

ତେବେ ସଂକ୍ରମଣ ଗମ୍ଭୀରତାକୁ ବୁଝିବାକୁ ଆଉ କିଛି ସପ୍ତାହ ଲାଗିବ ବୋଲି ମଧ୍ୟ ସେ ସତର୍କ କରାଇଛନ୍ତି । ଏଏଫସି ସହ ଆଲୋଚନା କରି ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଓମିକ୍ରନକୁ ତିନୋଟି ପ୍ରମୁଖ କ୍ଷେତ୍ରରେ ବିଭକ୍ତ କରିଛନ୍ତି । ସଂକ୍ରମଣ ବ୍ୟାପିବାର କ୍ଷମତା, ଟିକାକରଣରୁ ପୂର୍ବ ସଂକ୍ରମଣ ଏବଂ ପ୍ରତିରୋଧକ ଶକ୍ତି, ରୋଗର ଗମ୍ଭୀରତା ଆଦିରେ ବିଭକ୍ତ କରାଯାଇଛି ।

ଡେଲଟା ଅପେକ୍ଷା ଓମିକ୍ରନରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ଲୋକଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ଦେଖିବାକୁ ମିଳୁଛି । ନୂଆ ଭାରିଏଣ୍ଟରେ ଆକ୍ରାନ୍ତଙ୍କ ଠାରେ ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଦେଉଛି । ତେବେ ଓମିକ୍ରନ୍ ଭାରିଆଣ୍ଟ ବିରୋଧରେ ଟିକା କାମ କରୁନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ଆମେରିକାର ମୁଖ୍ୟ ମହାମାରୀ ପରାମର୍ଶଦାତା ।

ସେପଟେ ପିଲାଙ୍କୁ ଅଧିକ ଓମିକ୍ରନ ଭୟ ରହିଛି ବୋଲି କୁହାଯାଉଛି । ନୂଆ ଭାରିଏଣ୍ଟ୍ ପାଇଁ ସଚେତନ ଓ ସତର୍କ ରହିବା ଅଧିକ ଜରୁରୀ । ଦକ୍ଷିଣ ଆଫ୍ରିକାରୁ ବ୍ୟାପିଥିବା ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପିଲାମାନଙ୍କ ଠାରେ ସଂକ୍ରମଣ ବଢ଼ୁଥିବା ନେଇ ସତର୍କ କରାଇଛି । ୫ ରୁ ୧୪ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ନେଇ ଡବ୍ଲୁଏଚଓର ୟୁରୋପ ଅଫିସ୍ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଦକ୍ଷିଣ ଆଫ୍ରିକା, ବୋସଓ୍ୱାନା ଓ ବ୍ରିଟେନ୍ ସମେତ ୟୁରୋପର ଅନେକ ଦେଶ, ବ୍ରାଜିଲ, ଚୀନ୍, ନ୍ୟୁଜିଲ୍ୟାଣ୍ଡ, ଇସ୍ରାଏଲ ଭଳି ୪୪ଟି ରାଷ୍ଟ୍ରଙ୍କୁ ଓମିକ୍ରନ ରିସ୍କ ତାଲିକାରେ ସାମିଲ କରାଯାଇଛି । ଏସବୁ ଦେଶରୁ ଆସୁଥିବା ଯାତ୍ରୀଙ୍କର ବିମାନବନ୍ଦରରେ ହିଁ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।