• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସଂପର୍କରେ ଚିନ୍ତାଜନକ ତଥ୍ୟ

  • ଡେଲଟା ଭ୍ୟାରିଆଣ୍ଟ ଅପେକ୍ଷା ଓମିକ୍ରନ୍ ୬ଗୁଣ ଅଧିକ ସଂକ୍ରାମକ ସୂଚନା

  • ଏମିତିକି ଏହା କକଟେଲ ଆଣ୍ଟିବଡ଼ିକୁ ବି ପ୍ରତିହତ କ୍ଷମତା ରଖିଥିବା ଆଶଙ୍କା

ନୂଆଦିଲ୍ଲୀ : ଓମିକ୍ରନ୍ ନେଇ ଚିନ୍ତା ବଢ଼ୁଛି ।  କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସଂପର୍କରେ ଆସିଛି ଏହି ଚିନ୍ତାଜନକ ତଥ୍ୟ । କରୋନାର ନୂଆ ଓମିକ୍ରନ ଭାରିଆଣ୍ଟ ଡେଲଟା ଠାରୁ ୬ ଗୁଣା ଅଧିକ ସଂକ୍ରମିତ କରିପାରିବ । ଏହା କରୋନା ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିପାରିବ । ବର୍ତ୍ତମାନର କରୋନା ମୁକାବିଲା ନେଇ ଚାଲିଥିବା ଚିକିତ୍ସାକୁ ଏହା ମାତ ଦେଇପାରେ । ଏମିତିକି ଏହା କକଟେଲ ଟିକାକୁ ବି ପ୍ରତିହତ କରିବା କ୍ଷମତା ରଖିଥିବା ଆଶଙ୍କା ରହିଛି ।

୨ୟ ଲହରରେ ଘାତକ ସାବ୍ୟସ୍ତ ଡେଲଟା ଉପରେ ଟିକା ପ୍ରଭାବ ପକାଇଥିଲା, କିନ୍ତୁ ଡେଲଟା ପ୍ଲସ ଉପରେ ଟିକାର ପ୍ରଭାବ ଅପେକ୍ଷାକୃତ କମ୍ ରହିଥିଲା । ଡେଲଟା ପ୍ଲସ ଭଳି ଓମିକ୍ରନ ଉପରେ ଟିକା ପ୍ରଭାବ କମ୍ ରହିବା ଆଶଙ୍କା କରାଯାଇଛି । ଓମିକ୍ରନ ଭାରିଆଣ୍ଟ କୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ କରିବା ପରେ ଏହା ସମ୍ପୃକ୍ତ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକାରୀ ଶକ୍ତିକୁ ନଷ୍ଟ କରି ଦେଇପାରିବ । ଓମିକ୍ରନ୍ ଭ୍ୟାକ୍ସିନ ବ୍ରେକ୍ ଥ୍ରୁ ଇନଫେକ୍ସନ୍ ଘଟାଇ ପାରେ ବୋଲି ବି ‌ଆଶଙ୍କା କରାଯାଉଛି ।

ବିଗତ ଦୁଇ ବର୍ଷ ଧରି କରୋନା ଭାଇରସ୍ ତାଣ୍ଡବ ରଚିଥିବା ବେଳେ ବେଶ୍ କିଛି ଦିନ ବ୍ୟବଧାନରେ ସାଧାରଣ ହେଉଥିଲା ଜୀବନ । ଆଉ ଏହାରି ଭିତରେ ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ପୁଣି ଥରେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଦେଶର ଜନବହୁଳ ରାଜ୍ୟରେ ନୂତନ ପ୍ରକାର ଭାରିଆଣ୍ଟ୍ ଚିହ୍ନଟ କରିଛନ୍ତି ଏବଂ ଏହାର ସମ୍ଭାବ୍ୟ ବିପଦ ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଚେତାବନୀ ଦେଇଛନ୍ତି । ନେଦରଲ୍ୟାଣ୍ଡ, ଇସ୍ରାଏଲ, ଡେନମାର୍କ ଏବଂ ଅଷ୍ଟ୍ରେଲିଆରେ ଓମିକ୍ରନ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । WHO ଏହାକୁ 'ଭାରିଏଣ୍ଟସ୍ ଅଫ୍ କନ୍ସର୍ନ' ବର୍ଗରେ ରଖିଛି । କରୋନାର ନୂତନ ପ୍ରକାର ସାମ୍ନାକୁ ଆସିବା ପରେ ଭାରତ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି ।

ସେପଟେ କରୋନାର ନୂଆ ଭ୍ୟାରିଆଣ୍ଟ୍ ଓମିକ୍ରନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସତର୍କତା ମୂଳକ ପଦକ୍ଷେପ । ଭାରତ ଆସିବାକୁ ଥିବା ଯାତ୍ରୀଙ୍କୁ ଯାତ୍ରା ଆରମ୍ଭ ପୂର୍ବରୁ ଏୟାର୍ ସୁବିଧା ପୋର୍ଟାଲରେ ନିଜ ୧୪ ଦିନର ଯାତ୍ରା ବିବରଣୀ ଏବଂ ୭୨ ଘଣ୍ଟା ମଧ୍ୟରେ ହୋଇଥିବା କୋଭିଡ୍ ନେଗେଟିଭ୍ ରିପୋର୍ଟ ଦାଖଲ କରିବାକୁ ପଡ଼ିବ । ଆସନ୍ତା ଡିସେମ୍ବର ୧ ତାରିଖରୁ ଏହି ସଂଶୋଧିତ ନିୟମ କାର୍ଯ୍ୟକାରୀ ହେବ ।

ଏଥିସହ ୧୦ରୁ ଅଧିକ ଦେଶଙ୍କୁ ଆଟ୍ ରିସ୍କ ବା ବିପଦ ସଂକୁଳ ଦେଶ ଭାବେ ଚିହ୍ନଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ସେହି ଦେଶ ଗୁଡ଼ିକ ହେଲା- ୟୁକେ ସମେତ ସମସ୍ତ ୟୁରୋପୀୟ ଦେଶ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋସଓ୍ୱାନା, ଚୀନ୍, ମରିସସ୍, ନ୍ୟୁଜିଲାଣ୍ଡ୍, ଜିମ୍ବାୱେ , ସିଙ୍ଗାପୁର, ହଂକଂ ଓ ଇସ୍ରାଏଲ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ଆଟ୍ ରିସ୍କ ବର୍ଗଭୁକ୍ତ ଦେଶ ଗୁଡ଼ିକରୁ ଆସୁଥିବା ଯାତ୍ରୀମାନଙ୍କର ଏୟାରପୋର୍ଟରେ କୋଭିଡ୍ ଟେଷ୍ଟ୍ ହେବ