Advertisment

୨୪ ଘଣ୍ଟାରେ ରାଜ୍ୟରେ ୬୯୫ କରୋନା ସଂକ୍ରମିତ ଚିହ୍ନଟ, ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

ରାଜ୍ୟରେ ୨୪ ଘଣ୍ଟାରେ ୬୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୩ ଜଣ ଆକ୍ରାନ୍ତ ଅଛନ୍ତି। କ୍ୱାରେଣ୍ଟିନରୁ ୪୦୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୯୪ ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
corona testing

Corona Testing

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୬୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୩ ଜଣ ଆକ୍ରାନ୍ତ ଅଛନ୍ତି। କ୍ୱାରେଣ୍ଟିନରୁ ୪୦୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୯୪ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୩୨୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୦ ଚିହ୍ନଟ ହୋଇଛନ୍ତି। ଗତ କିଛିଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ଏବେ ପୁଣି ଧୀରେ ଧୀରେ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳିଛି। ଯାହା ଏବେ ଚିନ୍ତା ଜନକ ବିଷୟ।

Advertisment

ଚିହ୍ନଟ ନୂଆ ୬୯୫ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୬ ଜଣ, ବାଲେଶ୍ୱରରୁ ୩୦ ଜଣ, ଭଦ୍ରକରୁ ୧୩ ଜଣ, କଟକରୁ ୯୦ ଜଣ, ଦେବଗଡ଼ରୁ ୧ ଢେଙ୍କାନାଳରୁ ୪ ଜଣ, ଗଜପତି ୨, ଗଞ୍ଜାମ ୧,  ଜଗତସିଂହପୁରରୁ ୨୫, ଯାଜପୁରରୁ ୩୯, ଝାରସୁଗୁଡ଼ାରୁ ୬, କଳାହାଣ୍ଡି ୨, କନ୍ଧମାଳ ୧, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୩୨୩ ଜଣ, ମାଲକାନଗିରି ୪, ମୟୁରଭଞ୍ଜରୁ ୧୮ ଜଣ, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୩, ପୁରୀରୁ ୧୮ ଜଣ, ରାୟଗଡ଼ାରୁ ୭ ଜଣ, ସମ୍ବଲପୁରରୁ ୮ ଜଣ, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୫ ଜଣ ଓ ଷ୍ଟେଟ ପୁଲ୍‌ରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି ।

Advertisment


— I & PR Department, Odisha (@IPR_Odisha) September 18, 2021


— I & PR Department, Odisha (@IPR_Odisha) September 18, 2021

ସେହିପରି ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କୋରାପୁଟ ଓ ମୟୂରଭଞ୍ଜରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୨୮ରେ ପହଞ୍ଚିଛି। 

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୬୨୧ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍‌ କେସ୍‌ ୫୮୭୬ ରହିଛି। ୧୦୦୫୫୬୪ ଜଣ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସମସ୍ତେ କରୋନା କଟକଣା ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ ଜାରି ରହିଛି। ଯେତିକି ପରିମାଣର ଟିକା ମିଳୁଛି, ସେହି ଅନୁସାରେ ଟିକା ଦିଆଯାଉଛି ବୋଲି ଡିଏମ୍ଇଟି କହିଛନ୍ତି। 

COVID19 Corona Update In Odisha
Advertisment
Advertisment