Advertisment

ଗତକାଲି ତୁଳନାରେ ଆଜି ପୁଣି ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୦୨ ପଜିଟିଭ୍‌

ଗତକାଲି କରୋନା ସଂକ୍ରମଣ କମିଥିବା ବେଳେ ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୬୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୫୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୪୯ ରହିଛି।

author-image
Rajalaxmi Sahoo
undefined

Corona Testing

ଭୁବନେଶ୍ୱର: ଗତକାଲି କରୋନା ସଂକ୍ରମଣ କମିଥିବା ବେଳେ ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୬୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୫୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୪୯ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ ଜଣ ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୮୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Advertisment

ଚିହ୍ନଟ ନୂଆ ୬୦୨ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୧ ଜଣ, ବାଲେଶ୍ୱରରୁ ୨୧ ଜଣ, ବରଗଡ଼ ୨ ଜଣ ଭଦ୍ରକରୁ ୫ ଜଣ, କଟକରୁ ୫୪ ଜଣ, ଦେବଗଡ଼ରୁ ୧, ଢେଙ୍କାନାଳରୁ ୧୪ ଜଣ, ଗଞ୍ଜାମ ୧,  ଜଗତସିଂହପୁରରୁ ୧୮ ଜଣ, ଯାଜପୁରରୁ ୨୪, ଝାରସୁଗୁଡ଼ାରୁ ୨ ଜଣ, କନ୍ଧମାଳ ୧, କେନ୍ଦ୍ରାପଡ଼ାରୁ ୬ ଜଣ, କେନ୍ଦୁଝରରୁ ୭ ଜଣ, ଖୋର୍ଦ୍ଧାରୁ ୨୮୩ ଜଣ, କୋରାପୁଟରୁ ୪ ଜଣ, ମୟୁରଭଞ୍ଜରୁ ୩୧ ଜଣ, ନୟାଗଡ଼ରୁ ୧, ନୂଆପଡ଼ାରୁ ୧, ପୁରୀରୁ ୨୧ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୧୩ ଜଣ, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୯ ଜଣ ଓ ଷ୍ଟେଟ ପୁଲ୍‌ରୁ ୬୭ଜଣ ଚିହ୍ନଟ ହୋଇଛନ୍ତି ।

Advertisment


— I & PR Department, Odisha (@IPR_Odisha) September 30, 2021


— I & PR Department, Odisha (@IPR_Odisha) September 30, 2021

ସେହିପରି ରାଜ୍ୟରେ ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୯୮ରେ ପହଞ୍ଚିଛି। 

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୪୭୬ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍‌ କେସ୍‌ ୫୬୪୨ ରହିଛି। ୧୦୧୨୫୮୩ ଜଣ ସୁସ୍ଥ ହୋଇଛନ୍ତି।

Odisha Corona Update COVID-19
Advertisment
Advertisment