Advertisment

୨୪ ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ସଂକ୍ରମିତ ଚିହ୍ନଟ, ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

୨୪ ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୩ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୩୭ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୫୬ ପଜିଟିଭ୍‌ ବାହାରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Coronavirus

Coronavirus

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୩ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୩୭ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୫୬ ପଜିଟିଭ୍‌ ବାହାରିଛନ୍ତି। 

Advertisment

ଚିହ୍ନଟ ନୂଆ ୫୬୫ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୮ ଜଣ, ବାଲେଶ୍ୱରରୁ ୨୮ ଜଣ, ବରଗଡ଼ ୨ ଜଣ ଭଦ୍ରକରୁ ୬ ଜଣ, ବଲାଙ୍ଗିରରୁ ୪ ଜଣ, କଟକରୁ ୬୧ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୫ ଜଣ, ଗଞ୍ଜାମ ୪ ଜଣ,  ଜଗତସିଂହପୁରରୁ ୨୦ ଜଣ, ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡି ୩ ଜଣ, କନ୍ଧମାଳ ୫ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, କେନ୍ଦୁଝରରୁ ୪ ଜଣ, ଖୋର୍ଦ୍ଧାରୁ ୨୫୬ ଜଣ, କୋରାପୁଟରୁ ୪ ଜଣ, ମୟୁରଭଞ୍ଜରୁ ୨୬ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୧୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୧୧ ଜଣ, ସୁନ୍ଦରଗଡ଼ରୁ ୬ ଜଣ ଓ ଷ୍ଟେଟ ପୁଲ୍‌ରୁ ୫୬ଜଣ ଚିହ୍ନଟ ହୋଇଛନ୍ତି ।

Advertisment


— I & PR Department, Odisha (@IPR_Odisha) September 29, 2021


— I & PR Department, Odisha (@IPR_Odisha) September 29, 2021

ସେହିପରି ରାଜ୍ୟରେ ଆଉ ୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧାରୁ ୨, ପୁରୀ, ଜଗତସିଂହପୁର ଓ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୯୨ରେ ପହଞ୍ଚିଛି। 

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୮୭୪ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍‌ କେସ୍‌ ୫୫୧୩ ରହିଛି। ୧୦୧୨୧୧୬ ଜଣ ସୁସ୍ଥ ହୋଇଛନ୍ତି।

କୋଭିଡ୍ ସଂକ୍ରମଣରେ ଚେକ୍ ଦେବାକୁ ଦେଶବ୍ୟାପୀ ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର ପୁଣି କୋଭିଡ୍ ଗାଇଡଲାଇନ୍ସ ଅବଧିକୁ ବଢ଼ାଇଛନ୍ତି। ଯଦିଓ ଦେଶରେ ମୋଟ୍ ସଂକ୍ରମଣ ହାର କମୁଛି, ହେଲେ କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ‌ଆସିନାହିଁ।

Odisha Corona Update COVID-19
Advertisment
Advertisment