Advertisment

ରାଜ୍ୟରେ ଚିହ୍ନଟ ହେଲେ ୨,୫୪୨ ନୂଆ କରୋନା ସଂକ୍ରମିତ; ୫୭ ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଆଉ ୨୫୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୧୫ରେ ପହଞ୍ଚିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 ରାଜ୍ୟରେ ଚିହ୍ନଟ ହେଲେ ୨,୫୪୨ ନୂଆ କରୋନା ସଂକ୍ରମିତ; ୫୭ ଆକ୍ରାନ୍ତଙ୍କ ମୃତ୍ୟୁ

Mask

ଭୁବନେଶ୍ୱର: ରାଜ୍ୟରେ ଆଉ ୨୫୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୧୫ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୨,୩୩୦କୁ ବୃଦ୍ଧି ପାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୪୫୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ ୧୦୮୪ ରହିଛି। 

Advertisment

ଚିହ୍ନଟ ନୂଆ ହୋଇଥିବା ୨୫୪୨ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୬୦, ବାଲେଶ୍ୱରରୁ ୨୨୧, ବରଗଡ଼ରୁ ୧୭, ଭଦ୍ରକରୁ ୧୦୦, ବଲାଙ୍ଗିରରୁ ୨, ବୌଦ୍ଧରୁ ୭, କଟକରୁ ୪୨୮, ଦେବଗଡ଼ରୁ ୭, ଢେଙ୍କାନାଳରୁ ୩୪, ଗଜପତିରୁ ୧୫, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୧୨୮, ଯାଜପୁରରୁ ୧୩୯, ଝାରସୁଗୁଡ଼ାରୁ ୨୪, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୧୬୭, କେନ୍ଦୁଝରରୁ ୬୯, ଖୋର୍ଦ୍ଧାରୁ ୪୨୪, କୋରାପୁଟରୁ ୪୦, ମାଲକାନଗିରିରୁ ୪୨, ମୟୂରଭଞ୍ଜରୁ ୧୨୪, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୭୮, ନୂଆପଡ଼ାରୁ ୮, ପୁରୀରୁ ୧୫୦, ରାୟଗଡ଼ାରୁ ୩୭, ସମ୍ବଲପୁରରୁ ୨୮, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୫୭ ଓ ଷ୍ଟେଟ୍‌ ପୁଲ୍‌ରୁ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଜୁଲାଇ ୭ର ରିପୋର୍ଟ ଅନୁସାରେ, ରାଜ୍ୟରେ ୨,୫୪୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୪୫୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ୍ ୧,୦୮୪ ରହିଛି। 


— I & PR Department, Odisha (@IPR_Odisha) July 8, 2021


— I & PR Department, Odisha (@IPR_Odisha) July 8, 2021

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୪୨୮ ଚିହ୍ନଟ ହୋଇଛନ୍ତି। କଟକ ପରେ ଖୋର୍ଦ୍ଧାରୁ ୪୨୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୨,୩୩୦ରେ ପହଞ୍ଚି ଥିବାବେଳେ ୯,୦୦,୨୮୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍‌ କେସ୍‌-୨୭,୫୮୦ ରହିଛି। ଜୁଲାଇ ୬ରେ ୨୬୦୨ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। 

COVID19 Odisha COVID-19 Update COVID-19 Cases Odisha COVID Cases
Advertisment
Advertisment