Advertisment

୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ, ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୩୪ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭କୁ ବୃଦ୍ଧି ପାଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୩୦,୫୪୯ ଆକ୍ରାନ୍ତ ହେଲେ ଚିହ୍ନଟ

corona virus

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୩୪ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭କୁ ବୃଦ୍ଧି ପାଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଅନୁସାରେ ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisment

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୮, ବାଲେଶ୍ୱର ଜିଲ୍ଲାରୁ ୩୬, ବରଗଡ଼ ଜିଲ୍ଲାରୁ ୮, ଭଦ୍ରକ ଜିଲ୍ଲାରୁ ୪୭, ବଲାଙ୍ଗିର ଜିଲ୍ଲାରୁ ୪, ବୌଦ୍ଧ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୧୫୪, ଦେବଗଡ଼ ଜିଲ୍ଲାରୁ ୮, ଢେଙ୍କାନାଳ ଜିଲ୍ଲାରୁ ୨୫, ଗଜପତି ଜିଲ୍ଲାରୁ ୬, ଗଂଜାମ ଜିଲ୍ଲାରୁ ୮, ଜଗତସିଂହପୁର ଜିଲ୍ଲାରୁ ୮୨, ଯାଜପୁର ଜିଲ୍ଲାରୁ ୪୩, ଝାରସୁଗୁଡ଼ା ଜିଲ୍ଲାରୁ ୩, କଳାହାଣ୍ଡି ଜିଲ୍ଲାରୁ ୬, କନ୍ଧମାଳ ଜିଲ୍ଲାରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮, କେନ୍ଦୁଝର ଜିଲ୍ଲାରୁ ୨୩, ଖୋର୍ଦ୍ଧା ଜିଲ୍ଲାରୁ ୨୩୭, କୋରାପୁଟ ଜିଲ୍ଲାରୁ ୯, ମାଲକାନଗିରି ଜିଲ୍ଲାରୁ ୬, ମୟୂରଭଞ୍ଜ ଜିଲ୍ଲାରୁ ୨୦, ନବରଙ୍ଗପୁର ଜିଲ୍ଲାରୁ ୬, ନୟାଗଡ଼ ଜିଲ୍ଲାରୁ ୩୦, ନୂଆପଡ଼ା ଜିଲ୍ଲାରୁ ୧, ପୁରୀ ଜିଲ୍ଲାରୁ ୮୨, ରାୟଗଡ଼ା ଜିଲ୍ଲାରୁ ୮, ସମ୍ବଲପୁର ଜିଲ୍ଲାରୁ ୧୯, ସୁବର୍ଣ୍ଣପୁର ଜିଲ୍ଲାରୁ ୧୦, ସୁନ୍ଦରଗଡ଼ ଜିଲ୍ଲାରୁ ୨୩, ଷ୍ଟେଟପୁଲରୁ ୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯, ୭୯, ୭୩୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କରୋନାକୁ ମାତ ଦେଇ ୯, ୫୮, ୬୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୫, ୦୫୦ । ସେହିପରି ଗତକାଲି ୧୭୭୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

Advertisment

ସେପଟେ ଆଜି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦୩୩କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୧୨, ସୁନ୍ଦରଗଡ଼ରୁ ୧୧, କଟକରୁ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ପୁରୀରୁ ୬, ଢେଙ୍କାନାଳରୁ ୫, ଗଂଜାମ ଓ ଜଗତସିଂହପୁରରୁ ୪ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନୁଗୁଳ ଓ ଭଦ୍ରକରୁ ୩ ଲେଖାଏଁ ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ାରୁ ୨ ଲେଖାଏଁ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ସେହିପରି ବରଗଡ଼, ଯାଜପୁର, କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

COVID-19 Coronavirus Odisha
Advertisment
Advertisment