Advertisment

ଅଗଷ୍ଟ ମାସ ପାଇଁ କ’ଣ ରହିବ କରୋନା କଟକଣା ? ଆଜି ଆସିପାରେ ନୂଆ ଗାଇଡଲାଇନ୍

ମଲ୍, ସିନେମା ହଲ୍ ନେଇ କଣ ରହିବ ଗାଇଡଲାନରେ ତାକୁ ମଧ୍ୟ ଅପେକ୍ଷା ରହିଛି । ରାଜ୍ୟରେ କରୋନା ସଂକ୍ରମଣ ଏବେ ୨ ହଜାର ତଳେ ଥିଲେ ବି ଟେଷ୍ଟ ପଜିଟିଭିଟି ରେଟ୍ ୨ ପ୍ରତିଶତ ତଳକୁ ଖସିନି ।

author-image
Prangyan Parimita
ଅଦ୍ୟତନ ହୋଇଛି
ଅଗଷ୍ଟ ମାସ ପାଇଁ କ’ଣ ରହିବ କରୋନା କଟକଣା ? ଆଜି ଆସିପାରେ ନୂଆ ଗାଇଡଲାଇନ୍

new guideline

ଭୁବନେଶ୍ୱର : ଅଗଷ୍ଟ ମାସ ପାଇଁ ଆଜି ଆସିପାରେ ନୂଆ ଗାଇଡଲାଇନ୍ । ଜୁଲାଇ ପାଇଁ ଜାରି କରିଥିବା କରୋନା କଟକଣା ଆଜି ସରୁଥିବାରୁ ଅଗଷ୍ଟ ପାଇଁ ନୂଆ ଗାଇଡଲାଇନ୍ ଜାରି କରିପାରନ୍ତି ରାଜ୍ୟ ସରକାର । ଅଗଷ୍ଟରେ କାଟାଗୋରି ଏ ଜିଲ୍ଲା ଓ କାଟାଗୋରି ବି ଜିଲ୍ଲା ପାଇଁ କଣ ରହିବ କଟକଣା ତା ଉପରେ ଏବେ ସମସ୍ତଙ୍କ ନଜର ରହିବ ।

Advertisment

ମେ ୫ରୁ ୧୯ ପ୍ରଥମ ପର୍ଯ୍ୟାୟ, ମେ ୧୯ରୁ ଜୁନ୍ ୧ ଦ୍ୱିତୀୟ ପର୍ଯ୍ୟାୟ, ୧ରୁ ଜୁନ୍ ୧୭ ଯାଏଁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜୁନ୍ ୧୭ରୁ ଜୁଲାଇ ୧ ସକାଳ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍। ତେବେ ୧ ପରେ କଣ ହେବ ? ଆଂଶିକ ଲକଡାଉନ୍ ବଳବତ୍ତର ରହିବ ନା ପୁରାପୁରି ଅନଲକ୍‌ ପ୍ରକ୍ରିୟାକୁ ଯିବେ ରାଜ୍ୟ ସରକାର? ଯଦି ଯିବେ କଣ ହେବ ଫର୍ମୁଲା? କେଉଁ କେଉଁ ଜିଲ୍ଲାରେ କଟକଣା କୋହଳ ହେବ, କେଉଁ ଜିଲ୍ଲାରେ ବଳବତ୍ତର ରହିବ। ଜୁନ୍ ୧୭ରେ ସଂକ୍ରମଣ ସ୍ଥିତି ଦୃଷ୍ଟିରୁ ଯେଭଳି ଜିଲ୍ଲାଗୁଡିକୁ କ୍ୟାଟାଗୋରୀ A, Bରେ ଭାଗ କରାଯାଇଥିଲା, ପୁଣିଥରେ ସେହି ଫର୍ମୁଲା ଆପଣାଇବେ କି ?

ମଲ୍, ସିନେମା ହଲ୍ ନେଇ କଣ ରହିବ ଗାଇଡଲାନରେ ତାକୁ ମଧ୍ୟ ଅପେକ୍ଷା ରହିଛି । ରାଜ୍ୟରେ କରୋନା ସଂକ୍ରମଣ ଏବେ ୨ ହଜାର ତଳେ ଥିଲେ ବି ଟେଷ୍ଟ ପଜିଟିଭିଟି ରେଟ୍ ୨ ପ୍ରତିଶତ ତଳକୁ ଖସିନି । ଅନ୍ୟପଟେ କଟକ ଭୁବନେଶ୍ୱର ଭଳି ବଡ଼ ସହରରେ ସଂକ୍ରମଣ ଖସୁନି । ଏଭଳି ସ୍ଥିତିରେ ସରକାର ନୂଆ ଗାଇଡଲାଇନରେ କଣ କଟକଣା ରଖିବେ ଏବଂ କେଉଁ କ୍ଷେତ୍ରରେ କୋହଳ କରିବେ ତାହା ଉପରେ ନଜର ରହିବ । ତେବେ ସଂକ୍ରମଣ ବ୍ୟାପିବା ଆଶଙ୍କା ଦୃଷ୍ଟିରୁ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବାକୁ ଏବେ ଅନୁମତି ମିଳିନପାରେ। ତେବେ ସଲୁନ୍, ସ୍ପା, ସୁଇମିଂ ପୁଲ୍, ଜିମ୍ ଓ ବସ୍ ଚଳାଚଳ ଉପରେ ନିଷ୍ପତ୍ତି ନେବା ସରକାରଙ୍କ ପାଇଁ ଚ୍ୟାଲେଂଜ୍ ହେବ।

Advertisment

ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି ଖୋର୍ଦ୍ଧା, କଟକ ଓ ବାଲେଶ୍ୱର । ଗତକାଲି ୧୫୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଏହି ୩ ଜିଲ୍ଲାରୁ ହିଁ ଅଛନ୍ତି ୫୨ ପ୍ରତିଶତ । ସାରା ରାଜ୍ୟରେ କରୋନା କଟକଣା ଜାରି ରହିଥିଲେ ସୁଦ୍ଧା ୩ ଜିଲ୍ଲାରେ ସଂକ୍ରମଣ ଥମୁନାହିଁ ।

Lockdown New Guidelines Odisha
Advertisment
Advertisment