Advertisment

ଦିନକରେ ୬୮୧ କରୋନା ଆକ୍ରାନ୍ତ ଚିହ୍ନଟ, ଏଥିରୁ ୧୧୮ ପିଲା

ଗତକାଲି ତୁଳନାରେ ଆଜି ରାଜ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟରୁ ଜଣାଯାଇଛି ।

author-image
Minati Mishra
ଅଦ୍ୟତନ ହୋଇଛି
Covid 19

Covid 19

ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ରାଜ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୮ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟରୁ ଜଣାଯାଇଛି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୯୮ଜଣ ଥିବାବେଳେ  ଲୋକାଲ କେସ୍ ୨୮୩ ରହିଛି। ସେହିପରି ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୪୦କୁ ବୃଦ୍ଧି ପାଇଛି। 

Advertisment

 ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟ ଅନୁଯାୟୀ, ଅନୁଗୁଳରୁ ୧୮, ବାଲେଶ୍ୱରରୁ ୩୪,  ବରଗଡ଼ରୁ ୧୪, ଭଦ୍ରକରୁ ୯, ବୌଦ୍ଧରୁ ୩, କଟକରୁ ୧୦୧, ଦେବଗଡ଼ରୁ ୯, ଢେଙ୍କାନାଳରୁ ୧୯, ଗଂଜାମରୁ ୧୩, ଜଗତସିଂହପୁରରୁ ୧୯, ଯାଜପୁରରୁ ୩୩, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୪, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୨୨୨, କୋରାପୁଟରୁ ୩, ମାଲକାନଗିରିରୁ ୩, ମୟୂରଭଂଜରୁ ୨୭, ନବରଙ୍ଗପୁରରୁ ୧, ନୟାଗଡ଼ରୁ୧୦, ପୁରୀରୁ ୨୬, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୦
ସୁବର୍ଣ୍ଣପୁରରୁ ୬, ସୁନ୍ଦରଗଡ଼ରୁ ୨୦ ଏବଂ ଷ୍ଟେଟପୁଲରୁ ୪୮ ଜଣ ଚିହ୍ନଟ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୫୩କୁ ବୃଦ୍ଧି ପାଇଛି। ସେହପରି ମୃତକ୫ ଜଣଙ୍କ ମଧ୍ୟରୁ ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନବରଙ୍ଗପୁରରୁ ଜଣେ ଲେଖାଏଁ ଅଛନ୍ତି।

Advertisment

ଅନ୍ୟପକ୍ଷେ ଦେଶରେ ଦିନକରେ ୪୨,୬୧୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୩୦ ରୋଗୀ ଆଖି ବୁଜିଛନ୍ତି। କେବଳ କେରଳରୁ ୨୯,୩୨୨ ପଜିଟିଭ ବାହାରିଥିବାବେଳେ ୧୩୧ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ପଜିଟିଭ ସଂଖ୍ୟା ୩,୨୯,୪୫,୯୦୭ ହୋଇଥିବେବେଳେ  ଦେଶରେ ମୋଟ ମୃତ୍ୟୁ ଖ୍ୟା ୪,୪୦,୨୨୫କୁ ବୃଦ୍ଧି ପାଇଛି। ଆକ୍ଟିଭ ସଂଖ୍ୟା  ୪,୦୫,୬୮୧ ଏବଂ ସୁସ୍ଥ  ହୋଇଛନ୍ତି ୩,୨୧,୦୦,୦୦୧ ଜଣ। 

ରାଜ୍ୟରେ କରୋନା ସ୍ଥିତିକୁ ଦେଖି ପାର୍ବଣ କଟକଣା ଜାରି କରିଛନ୍ତି ସରକାର।  ଆଗକୁ ଆସୁଛି ଗଣେଶ ପୂଜା, ଦଶହରା ଏବଂ ଦୀପାବଳି ଭଳି ପର୍ବ । ତେଣୁ ପୂଜା ଋତୁରେ କରୋନାର ଦୃତ ସଂକ୍ରମଣ ରୋକିବାକୁ ଦେଶବାସୀଙ୍କୁ ଆଗୁଆ ସତର୍କ କରାଇଛି କେନ୍ଦ୍ର ସରକାର । ଆଇସିଏମ୍‌ଆର ନିର୍ଦ୍ଦେଶକ ଜେନେରାଲ ବଳରାମ ଭାର୍ଗବ କହିଛନ୍ତି ପାର୍ବଣରେ ଭିଡ଼ ହେଲେ, ସଂକ୍ରମଣ ପୁଣି ବଢ଼ିବ । ଲୋକଙ୍କ ବଡ଼ ଧରଣର ଏକତ୍ରୀକରଣ ଆଦୌ ନହେବା ଉଚିତ୍ । ଯଦି ମେଳା କିମ୍ବା ଉତ୍ସବରେ ଯୋଗଦେବାକୁ ନିହାତି ଦରକାର ପଡେ, ସେଥିପାଇଁ କରୋନାର ଦୁଇଟି ଯାକ ଡୋଜ୍ ନିଶ୍ଚୟ ନେବା ଦରକାର।

COVID-19 Odisha COVID-19 Update
Advertisment
Advertisment