Advertisment

ଭୁଲ ଠିକଣା ଦେଇ କୁଆଡେ ଗଲେ ବିଦେଶ ଫେରନ୍ତା?

କିଛି ବ୍ୟକ୍ତି ଅନ୍ୟ ରାଜ୍ୟର ମଧ୍ୟ ଠିକଣା ଦେଇଥିବା ଜଣାପଡ଼ିଛି। ୪୦ ପ୍ରତିଶତ ଅର୍ଥାତ ପାଖାପାଖି ୩୨୦ ଜଣଙ୍କ ପତ୍ତା ମିଳୁନି।

author-image
Chandan Shishu
ଅଦ୍ୟତନ ହୋଇଛି
Foreign Returnee

Foreign Returnee

ଭୁବନେଶ୍ୱର: ଓମିକ୍ରନ ନେଇ ଚିନ୍ତା ବଢୁଥିବା ବେଳେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ତଥ୍ୟ ମିଳୁନି। ରାଜ୍ୟକୁ ଓମିକ୍ରନ ଆକ୍ରାନ୍ତ ଦେଶରୁ ୮ ଶହରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଶା ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଅର୍ଥାତ ପାଖାପାଖି ୩୨୦ ଜଣଙ୍କ ପତ୍ତା ମିଳୁନି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏୟାର ସୁବିଧା ପୋର୍ଟାଲରେ କିଛି ଲୋକ ଭୁଲ୍ ଫୋନ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କୁ ଠାବ କରାଯାଇପାରୁନି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିଛି ବ୍ୟକ୍ତି ଅନ୍ୟ ରାଜ୍ୟର ମଧ୍ୟ ଠିକଣା ଦେଇଥିବା ଜଣାପଡ଼ିଛି। ତେବେ ଏଯାଏଁ ଠାବ କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Advertisment

ସେପଟେ ଆକ୍ରାନ୍ତ ରାଷ୍ଟ୍ରରୁ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଯେଉଁମାନେ ବିଶେରୁ ଆସିଛନ୍ତି ସେମାନେ ନିଜେ ଓ ନିଜ ପରିବାରକୁ ସଂକ୍ରମିତ ନ କରନ୍ତୁ। ଘରେ ଓ ଗାଁରେ ସଂକ୍ରମଣ ଯେମିତି ନବ୍ୟାପେ ସେଥିପ୍ରତି ବିଦେଶ ଫେରନ୍ତା ଜାଗ୍ରତ ରୁହନ୍ତୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେପଟେ ରାଜ୍ୟରେ ଟିକାକରଣ ନେଇ ତଥ୍ୟ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ରାଜ୍ୟରେ ଏବେ ଯାଏଁ ୮୬ ପ୍ରତିଶତରୁ ଅଧିକ ପ୍ରଥମ ଡୋଜ୍ ନେଇଥିବା ବେଳେ ୫୧ ପ୍ରତିଶତ ଦ୍ୱିତୀୟ ଡୋଜ୍ ନେଇସାରିଲେଣି।  

ରାଜ୍ୟରେ ଆଉ ୧୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୪୩ ଜଣ ଲୋକାଲ  କଣ୍ଟାକ୍ଟ ଓ  ୬୨ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତକ ପୁରୀ ଜିଲ୍ଲାର ଜଣେ ଜଣେ ୬୮ ବର୍ଷ ବୟସ୍କ ପୁରୁଷ। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୨୩କୁ ବୃଦ୍ଧି ପାଇଛି। 

Advertisment

ଦେଶରେ କର୍ଣ୍ଣାଟକରେ ପ୍ରଥମ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା। ପରେ କରୋନାର ଏଇ ନୂଆ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଡେଇଁବାରେ ଲାଗିଛି। ଦିଲ୍ଲୀ, ମହାରାଷ୍ଟ୍ର ପରେ ଗତକାଲି ଗୋଟିଏ ଦିନରେ ରାଜସ୍ଥାନରୁ ବି ଚିହ୍ନଟ ହୋଇଛନ୍ତି ଓମିକ୍ରନ୍‌ ଆକ୍ରାନ୍ତ । ରାଜସ୍ଥାନର ଜୟପୁର ଅଞ୍ଚଳରେ ଏକକାଳୀନ ୯ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ମଧ୍ୟ ଏକକାଳିନ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦେଶରେ ଏଯାବତ୍‌ ୨୧ ଜଣ ଓମିକ୍ରନ ଭ୍ୟାରିଏଣ୍ଟ ଆକ୍ରାନ୍ତ ଚିହ୍ନଟ ହେଲେଣି ।

Bhubaneswar Omicron Fears
Advertisment
Advertisment