Advertisment

ଆଜିଠୁ ରାଜ୍ୟରେ ଲାଗୁହେଲା ନୂଆ କଟକଣା, ଜାଣନ୍ତୁ କ’ଣ ରହିଛି ପୂରା ନିୟମ...

ରାଜ୍ୟରେ ଆଜିଠୁ ଲାଗୁ ହୋଇଛି ଅକ୍ଟୋବର ମାସର ଗାଇ଼ଡଲାଇନ୍। ପାର୍ବଣ ପାଇଁ ବଢିଛି କୋଭିଡ୍ କଟକଣା। ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଅବଧି ବଢ଼ା ଯାଇଛି।

author-image
Sarbeswar
ଅଦ୍ୟତନ ହୋଇଛି
undefined

night curfew

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଲାଗୁ ହୋଇଛି ଅକ୍ଟୋବର ମାସର ଗାଇ଼ଡଲାଇନ୍। ପାର୍ବଣ ପାଇଁ ବଢିଛି କୋଭିଡ୍ କଟକଣା। ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଅବଧି ବଢ଼ା ଯାଇଛି। ଏହି ଦୁଇ ସହରରେ ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ରାତି ୮ଟାରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସମସ୍ତ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ପୂର୍ବଭଳି ରାତି ୧୦ଟାରୁ ସକାଳ ୫ଟା ଯାଏ ଜାରି ରହିବ ବୋଲି ସୂଚନା ମିଳିଛି । ନୂଆ ଗାଇଡଲାଇନ ଆଜିଠାରୁ ନଭେମ୍ବର ୧ ତାରିଖ ସକାଳ ଯାଏ ଲାଗୁ ହେବ।

Advertisment

ଅକ୍ଟୋବର ଗାଇଡ୍ଲାଇନରେ ବାଣ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ପାର୍ବଣ ଋତୁରେ ବାଣ ବିକ୍ରି ଓ ଫୁଟାଇବାକୁ ବାରଣ କରାଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ ବାଣ ବିକ୍ରି ଓ ଏହା ଫୁଟାଇବା ସଂପୂର୍ଣ୍ଣ ମନା କରିଛନ୍ତି ସରକାର। ଏହା ସହିତ ପୂଜା ପାର୍ବଣରେ ବାହାରେ ଏକାଠି ନ ହେବାକୁ ପରାମର୍ଶ ଦେଇଛନ୍ତି SRC। ସେପ୍ଟେମ୍ବରରେ ଅନ୍ୟ ଯାହା କଟକଣା ଥିଲା ଅକ୍ଟୋବରରେ ବଳବତ୍ତର ରହିବ। ପାର୍ବଣ ଋତୁ ପାଇଁ ସମସ୍ତଙ୍କୁ ସତର୍କ ରହିବାକୁ SRC ପ୍ରଦୀପ ଜେନା ପରାମର୍ଶ ଦେଇଛନ୍ତି ।

Advertisment

ସୂଚନା ଅନୁସାରେ, କରୋନା ପାଇଁ ଅକ୍ଟୋବର ଗାଇଡଲାଇନ ଆଜିଠୁ ଲାଗୁ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ପୌରାଞ୍ଚଳ ସମେତ ଟ୍ୱିନ୍‌ ସିଟିରେ ଲାଗୁ ହେବ ନାଇଟ କର୍ଫ୍ୟୁ। ସେପ୍ଟେମ୍ବରରେ ଅନ୍ୟ ଯାହା କଟକଣା ଥିଲା ତାହା ଅକ୍ଟୋବରରେ ବଳବତ୍ତର ରହିବ। ନୂଆ ଗାଇଡଲାଇନ ଅକ୍ଟୋବର ୧ରୁ ନଭେମ୍ବର ୧ ସକାଳ ଯାଏ ଲାଗୁ ହେବ। ନୂଆ ଗାଇଡଲାଇନ ନେଇ SRC ପ୍ରଦୀପ ଜେନା କହିଛନ୍ତି ଯେ- ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ।

ସମସ୍ତ ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ହେବ। କେବଳ କଟକ, ଭୁବନେଶ୍ୱର ପାଇଁ ନାଇଟ କର୍ଫ୍ୟୁ ଅଧିକ କଡ଼ାକଡ଼ି ହେବ। କଟକ, ଭୁବନେଶ୍ୱରରେ ୧୦ ଦିନ ପାଇଁ ରାତି ୮ରୁ ସକାଳ ୫ ନାଇଟ କର୍ଫ୍ୟୁ ଲାଗୁ ହେବ। ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଲାଗୁ ହେବ ବୋଲି ଜଣାପଡ଼ିଛି।

October Guidelines Coronavirus Covid19 Guidelines
Advertisment
Advertisment