• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ବିଶ୍ୱ ଏବେ ଭୟର ବାତାବରଣରେ ଆତିବାହିତ ହେଉଛି । ଏହାର କାରଣ ହେଉଛି କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ ଏବେ କବାଟ ଠକ୍‌ଠକ୍‌ କଲାଣି । ଦକ୍ଷିଣ ଆଫ୍ରିକା ବ୍ୟତୀୟ ଅନେକ ଦେଶରେ ଏବେ ଓମିକ୍ରନ୍ ଭ୍ୟାରିଏଣ୍ଟ ଦେଖାଗଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ନେଇ ଚେତାବନୀ ଦିଆଯାଇଛି । ଏମିତିକି ଅନେକ ଦେଶ ଏବେ ବିମାନ୍‌ ଯାତ୍ରା ତଥା ବିଦେଶ ଯାତ୍ରା ଉପରେ ବ୍ୟାନ୍‌ ଲଗାଇଛନ୍ତି । ହେଲେ ଏହାରି ଭିତରେ ଏବେ ଜାପାନରେ ପ୍ରଥମ ଓମିକ୍ରନର ମାମଲା ଚିହ୍ନଟ ହୋଇଛି । ଜାପାନର ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେଠାରେ ପ୍ରଥମ ଓମିକ୍ରନ୍‌ ଭ୍ୟାରିଏଣ୍ଟ ଚିହ୍ନଟ ହୋଇସାରିଛି । ହେଲେ ସରକାରୀ ସ୍ତରରେ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ଓମିକ୍ରନ୍ ଚିହ୍ନଟ ପରେ ଚିନ୍ତାରେ ଅଷ୍ଟ୍ରେଲିଆ

ଜାପାନ ବ୍ୟତୀତ ଅଷ୍ଟ୍ରେଲିଆରେ ମଧ୍ୟ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି । ଏହା ଗତ ସପ୍ତାହର ଘଟଣା । ଜଣେ ବ୍ୟକ୍ତି ସିଡନୀରୁ ଆସିବା ପରେ ତାଙ୍କର ଟେଷ୍ଟ କରାଯାଇଥିଲା, ସେ ଓମିକ୍ରନ୍‌ ସଂକ୍ରମିତ ବୋଲି ଜଣାପଡ଼ିଥିଲା । ସୂଚନାଯୋଗ୍ୟ, ଗତ ସପ୍ତାହରେ ଓମିକ୍ରନ୍‌ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲେ ମଧ୍ୟ ଦେଶ ପକ୍ଷରୁ ଯାତ୍ରା ଉପରେ ପ୍ରତିବନ୍ଧକ ନଥିଲା । ଫଳରେ ଉକ୍ତ ବ୍ୟକ୍ତିଙ୍କ ଉପରେ ଗୁରୁତ୍ୱ ଦିଆଯାଇନଥିଲା । ହେଲେ ଏବେ ସରକାରୀ ଅଧିକାରୀମାନେ ତତ୍ପର ହୋଇ ଉଠିଛନ୍ତି ।

ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏବେ ଚିହ୍ନଟ କରାଯାଉଛି । ଖାଲି ସେତିକି ନୁହେଁ ଯେଉଁମାନଙ୍କ ସହ ସେ ଯାତ୍ରା କରି ଆସିଛନ୍ତି ସେମାନଙ୍କୁ ମଧ୍ୟ ଚିହ୍ନଟ କରି କ୍ୱାରେଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଭାରତର ଅବସ୍ଥା

ତେବେ ଭାରତ ପାଇଁ ଏବେ ଚିନ୍ତାର କୌଣସି ଆବଶ୍ୟକତା ନାହିଁ । ଦଶରେ ଗୋଟିଏ ବି ଓମିକ୍ରନ୍‌ ଭ୍ୟାରିଏଣ୍ଟ ଚିହ୍ନଟ ହୋଇନାହିଁ । ଏନେଇ ଖୋଦ୍‌ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟସଭାରେ ତଥ୍ୟ ଉପସ୍ଥାପନ କରିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ କହିଛନ୍ତି ଯେ, ଭାରତରେ ଏବେ ସୁଦ୍ଧା COVID-19 ର ଓମିକ୍ରନ୍ ଭ୍ୟାରିଏଣ୍ଟର କୌଣସି ମାମଲା ଚିହ୍ନଟ ହୋଇନାହିଁ ।

ସେ କହିଛନ୍ତି, 'ଏହି ନୂତନ ଭ୍ୟାରିଏଣ୍ଟ ଓମିକ୍ରନ୍ ଏବେ ସୁଦ୍ଧା ୧୪ଟି ଦେଶରେ ଦେଖିବାକୁ ମିଳିଛି । ଭାରତରେ ଏପର୍ଯ୍ୟନ୍ତ କୌଣସି ମାମଲା ଚିହ୍ନଟ ହୋଇ ନାହିଁ । ଆମେ ସମସ୍ତ ସମ୍ଭାବ୍ୟ ସତର୍କତା ଅବଲମ୍ବନ କରୁଛୁ ଏବଂ ଜିନୋମ ସିକ୍ୱେନ୍ସିଂ ମଧ୍ୟ କରାଯାଉଛି ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକାରୁ ୭ଜଣ ବ୍ୟକ୍ତି ନଭେମ୍ବର ୧୪ରେ ମୁମ୍ବାଇ ନିକଟସ୍ଥ ଥାଣେ ସହରରେ ପହଞ୍ଚିଛନ୍ତି । ସମସ୍ତଙ୍କର କରୋନା ପରୀକ୍ଷା କରାଯାଇଛି ।