/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633411203.jpg)
Maa Biraja Ratha Jatra
ଯାଜପୁର: କରୋନା କଟକଣା ଯୋଗୁଁ ଚଳିତବର୍ଷ ଦୁର୍ଗା ମହାଷ୍ଟମୀରେ ବିନା ଶ୍ରଦ୍ଧାଳୁରେ ଗଡିବ ମା ବିରଜାଙ୍କ ରଥ। ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଗତକାଲି ଜିଲ୍ଲା ପ୍ରଶାସନ ଓ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମନ୍ଦିର ଚାରିପଟେ ୧୪୪ଧାରା ଲାଗୁ ହେବ।
Advertisment
ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ। ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ, କିନ୍ତୁ ରଥକୁ ଦୂରରୁ ଦର୍ଶନ କରିବେ। ରଥ ଉପରେ ଭୋଗ ଅର୍ପଣ ପାଇଁ ଭକ୍ତମାନଙ୍କୁ ଅନୁମତି ମିଳିବ ନାହିଁ ବୋଲି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।
Advertisment