Advertisment

ଦେଶରେ ଆଜି କମିଲା ସଂକ୍ରମଣ। ୨୪ ଘଣ୍ଟାରେ ୩୪ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୪,୯୭୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୬୦ ଜଣଙ୍କ ପ୍ରାଣ ନେଇଛି କରୋନା

author-image
Sarbeswar
ଅଦ୍ୟତନ ହୋଇଛି
corona

corona

ନୂଆଦିଲ୍ଲୀ: ଦେଶରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୩୪,୯୭୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୬୦ ଜଣଙ୍କ ପ୍ରାଣ ନେଇଛି କରୋନା। ଏହାସହ ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୩୧,୭୪,୯୫୪ ରେ ପହଞ୍ଚିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାସହ ୪,୪୨,୦୦୯ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ୩,୯୦,୬୪୬ ଆକ୍ଟିଭ୍‌ କେସ୍‌ ରହିଛି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କର ଏବେ ଚିନ୍ତା ବଢିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଦେଶରେ ଏବେ ସୁଦ୍ଧା ମହାମାରୀରୁ ୩,୨୩,୪୨,୨୯୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। କେବଳ ଏତିକି ନୁହେଁ ବରଂ ଦେଶରେ ମୋଟ୍‌ ୭୨.୩୭,୮୪,୫୮୬ ଜଣଙ୍କୁ କରୋନା ଟିକା ଦିଆଯାଇଥିବା ନେଇ ସୂଚନା ମିଳିଛି।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ କେନ୍ଦ୍ର ସରକାର ଭ୍ୟାକ୍ସିନେସନ୍‌କୁ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଗତକାଲି ବଜାରରେ ନକଲି ଟିକା ମିଳୁଥିବା ନେଇ ସୂଚନା ମିଳିଥିଲା।

Advertisment

ତେବେ ଜାଣିରଖନ୍ତୁ କେମିତି ଅସଲି ଓ ନକଲି ଟିକା ଜାଣିବେ....

କୋଭିଶିଲ୍ଡ

କୋଭିଶିଲ୍ଡ ଭ୍ୟାକ୍ସିନରେ ଏସଆଇଆଇ ପ୍ରଡକ୍ଟର ଲେବଲ ରହିଥାଏ। ଯାହାର କଲର ସେଡ ଗାଢ ସବୁଜ। ଆଉ ସେଡରେ ପାଣ୍ଟୋନ୍ 355C ଲେଖା ହୋଇଥାଏ। ଆଲୁମିନିୟମ୍ ଫ୍ଲିପ୍ ଅଫ ସିଲର ରଙ୍ଗ ବି ଗାଢ ସବୁଜ ଥାଏ। ଏହା ସହିତ ବ୍ରାଣ୍ଡ ନାଁ ସହିତ ଟ୍ରେଡ୍‌ ମାର୍କ ମଧ୍ୟ ଉଲ୍ଲେଖ କରାଯାଇଥାଏ। ଯଥା COVISHIELD। ଅଧିକ ସ୍ପଷ୍ଟ ଏବଂ ପଠନୀୟ ହେବା ପାଇଁ ଅକ୍ଷରଗୁଡିକ ସ୍ୱତନ୍ତ୍ର ଧଳା ରଙ୍ଗରେ ମୁଦ୍ରିତ କରାଯାଇଛି। ପୁରା ଲେବଲକୁ ଏକ ସ୍ୱତନ୍ତ୍ର ଟେକ୍ସଚର ହନିକମ୍ବର ପ୍ରଭାବ ଦିଆଯାଇଛି। ଯାହା କେବଳ ଏକ ନିର୍ଦ୍ଦିଷ୍ଟ କୋଣରେ ଦୃଶ୍ୟମାନ ହୁଏ। ଏଭଳି କିଛି ନିର୍ଦ୍ଦିଷ୍ଟତାକୁ ପରଖି ପାରିଲେ ନକଲି ଓ ଅସଲି କୋଭିଶିଲ୍ଡ ଟିକା ମଧ୍ୟରେ ଫରକ ଜାଣି ପାରିବେ।

କୋଭାକ୍ସିନ

କୋଭାକ୍ସିନର ଲେବଲ ଉପରେ ଇନଭିଜିବଲ UV ହେଲିକ୍ସ ଲେଖାଯାଇଥାଏ। ଯାହା କେବଳ UV ଆଲୋକରେ ଦୃଶ୍ୟମାନ ହୋଇଥାଏ। ଆଉ ଲେବଲରେ ଅତି ଛୋଟ ଅକ୍ଷରରେ କୋଭାକ୍ସିନ ଲେଖା ହୋଇଥାଏ।

ସ୍ପୁଟନିକ୍‌

ଆମଦାନୀ ହୋଇଥିବା ସ୍ପୁଟନିକ ରୁଷିଆର ଦୁଇଟି ଭିନ୍ନ ବଲ୍କ ଉତ୍ପାଦନ ସ୍ଥାନରୁ ଆସୁଛି। ତେଣୁ ଏହି ଦୁଇଟି ସାଇଟ୍ ପାଇଁ ଦୁଇଟି ଭିନ୍ନ ଲେବଲ୍ ରହିଛି। ହେଲେ ସମସ୍ତ ସୂଚନା ଏବଂ ଡିଜାଇନ୍ ସମାନ ହୋଇଥିବା ବେଳେ କେବଳ ମାନ୍ୟୁଫ୍ୟାକ୍ଚର ନାମ ପୃଥକ୍‌ ରହିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଆମଦାନୀ ହୋଇଥିବା ଉତ୍ପାଦଗୁଡିକ ପାଇଁ ଇଂରାଜୀ ଲେବଲ୍ ବ୍ୟବହାର କରାଯାଉଛି।

ତେବେ ଏହିପରି ଭାବରେ ଆପଣ ଅସଲି ଏବଂ ନକଲି ଟିକା ଜାଣିପାରିବେ।

COVID19 India Coronavirus
Advertisment
Advertisment