Advertisment

୧୪୭ ଦିନ ପରେ ୩୦ ହଜାର ତଳେ ଦୈନିକ କରୋନା ଟ୍ରେଣ୍ଡ୍‌: ୨୪ ଘଣ୍ଟାରେ ୨୮,୨୦୪ କରୋନାରେ ହେଲେ ସଂକ୍ରମିତ

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୪୧,୫୧୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୧,୮୦,୯୬୮ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ଦେଶରେ ଆକ୍ଟିଭ୍‌ କେସର ସଂଖ୍ୟା ୩,୮୮, ୫୦୮ ରହିଛି।

author-image
Sarbeswar
ଅଦ୍ୟତନ ହୋଇଛି
ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ: ୨୪ ଘଂଟାରେ ୪୧,୧୯୫ ଆକ୍ରାନ୍ତ ହେଲେ ଚିହ୍ନଟ

corona third wave

ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ। ଦୀର୍ଘ ୧୪୭ ଦିନ ଅର୍ଥାତ୍ ସାଢେ ଚାରିମାସ ପରେ ପ୍ରଥମ ଥର ପାଇଁ ୩୦ ତଳେ ରହିଛି ସଂକ୍ରମଣର ଟ୍ରେଣ୍ଡ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୨୮୨୦୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୭୩ ଜଣଙ୍କ ଯାଇଛି ଜୀବନ। ଏହାସହ ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୯୮,୧୫୮ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୪,୨୮,୬୯୨ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୪୧,୫୧୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୧,୮୦,୯୬୮ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ଦେଶରେ ଆକ୍ଟିଭ୍‌ କେସର ସଂଖ୍ୟା ୩,୮୮, ୫୦୮ ରହିଛି।

Advertisment

ଏପଟେ, ରାଜ୍ୟରେ ୨୪ ଘଣ୍ଟାରେ ୧୦୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୦୫; ଲୋକାଲ କେସ୍- ୪୩୬ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୪୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ତେବେ ୫୬,୮୫୯ ଟେଷ୍ଟିଂ କରାଯାଇଥିବା ବେଳେ ଟେଷ୍ଟ ପଜିଟିଭିଟି ରେଟ୍ ୨ ପ୍ରତିଶତ ତଳେ ଅର୍ଥାତ୍ ୧.୮୩% ରହିଛି। ସେହିପରି ରାଜ୍ୟରେ ଆଉ ୬୪ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ସେପଟେ, ଟ୍ରେନଠାରୁ ଆରମ୍ଭ କରି ମେଟ୍ରୋ, ମଲ୍‌, ସିନେମା ହଲ୍ ସବୁଠି ଆବଶ୍ୟକ ପଡ଼ୁଛି କରୋନା ଟିକାକରଣ ସାର୍ଟିଫିକେଟ୍ । ଡବଲ୍ ଡୋଜ୍ ଟିକା ନେଇଛନ୍ତି କି ନାହିଁ ? ସେକେଣ୍ଡ୍ ଡୋଜ୍ ଟିକା ନେବାର କେତେ ଦିନ ବିତିଛି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବା ପରେ ହିଁ ପ୍ରବେଶ ପାଇଁ ମିଳୁଛି ଅନୁମତି। ତେବେ ଆଗକୁ କରୋନା କଟକଣା କୋହଳ ହେଲେ ବି, ଟିକାକରଣ ସାର୍ଟିଫିକେଟ୍‌ର ଆବଶ୍ୟକତା ଆହୁରି ବଢ଼ିଯିବ। ଏହାକୁ ଦୃଷ୍ଟିରେ ରଖି, ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ହାସଲ ପ୍ରକ୍ରିୟାକୁ ଅତି ସହଜ କରିଦେଇଛନ୍ତି କେନ୍ଦ୍ର ସରକାର।

COVID19 India News Coronavirus
Advertisment
Advertisment