Advertisment

ପ୍ରାୟ ବର୍ଷେ ପରେ ହଠାତ୍‌ ସବୁ ଜରୁରୀକାଳୀନ ସେବା ଉପରୁ ଉଠିଲା କଟକଣା, କାରଣ ?

ବିଶ୍ୱରେ କରୋନା ଭୟ ଦିନକୁ ଦିନ ବଢୁଥିବା ବେଳେ ଜାପାନରେ କରୋନା ସ୍ଥିତିରେ ଟିକେ ସୁଧାର ଦେଖିବାକୁ ମିଳିଛି। ଛଅ ମାସରୁ ଅଧିକ ସମୟ ଧରି ସଂକ୍ରମଣ ବଢୁଥିବା ବେଳେ ପ୍ରଥମ ଥର ପାଇଁ ଜାପାନ କରୋନା ଜୀବାଣୁ ସମ୍ବନ୍ଧୀୟ ସମସ୍ତ ଜରୁରୀକାଳୀନ ପରିସ୍ଥିତିରୁ କଟକଣାକୁ କୋହଳ କରାଯାଇଛି। ଦେଶ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସଂକ୍ରମଣରୁ ବାହାରି ଆସିଥିବାର ଜାପାନ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Japan

Japan

ଟୋକିଓ: ବିଶ୍ୱରେ କରୋନା ଭୟ ଦିନକୁ ଦିନ ବଢୁଥିବା ବେଳେ ଜାପାନରେ କରୋନା ସ୍ଥିତିରେ ଟିକେ ସୁଧାର ଦେଖିବାକୁ ମିଳିଛି। ଛଅ ମାସରୁ ଅଧିକ ସମୟ ଧରି ସଂକ୍ରମଣ ବଢୁଥିବା ବେଳେ ପ୍ରଥମ ଥର ପାଇଁ ଜାପାନ କରୋନା ଜୀବାଣୁ ସମ୍ବନ୍ଧୀୟ ସମସ୍ତ ଜରୁରୀକାଳୀନ ପରିସ୍ଥିତିରୁ କଟକଣାକୁ କୋହଳ କରାଯାଇଛି। ଦେଶ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସଂକ୍ରମଣରୁ ବାହାରି ଆସିଥିବାର ଜାପାନ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Advertisment

ସଂକ୍ରମଣର ହାର କମ୍ ଥିବା ଯୋଗୁଁ ଦେଶର ଅର୍ଥନିତୀକୁ ସୁଦୃଢ କରିବା ପାଇଁ ଜାପାନ ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି। ଏଥିପାଇଁ କରୋନା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଉଛି। ଟୋକିଓର ସିଂଗାୱା ଷ୍ଟେସନରେ ଯାତ୍ରୀଙ୍କୁ ମାସ୍କ ପିନ୍ଧି ନିଜ ନିଜ କାମକୁ ଯାଉଥିବାର ଚିତ୍ର ସାମ୍ନାକୁ ଆସିଛି। ଏମାନଙ୍କ ମଧ୍ୟରୁ ଅନେକ ଲୋକ ବହୁ ଦିନ ପରେ କର୍ମକ୍ଷେତ୍ରକୁ ଫେରୁଥିବାର ଶୁଣିବାକୁ ମିଳିଛି।

ଟୋକିଓ ସମେତ ଦେଶର ଅଧିକାଂଶ ସ୍ଥାନ ମାନଙ୍କରେ ଗୁରୁବାରରୁ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥା ଉପରେ ଥିବା କଟକଣାକୁ କୋହଳ କରଯାଇଛି। ଗତ କିଛି ସପ୍ତାହ ଧରି ଜାପାନରେ କରୋନା ସଂକ୍ରମଣର ନୂତନ ମାମଲା ହ୍ରାସ ପାଇବାରେ ଲାଗିଛି। ସଂକ୍ରମଣର ସଂଖ୍ୟା ହ୍ରାସ ପାଉଥିବା ହେତୁ ଜାପାନର ସ୍ୱାସ୍ଥ୍ୟ ସେବା ଉପରୁ ଚାପ ଦିନକୁ ଦିନ କମିବାରେ ଲାଗିଛି।

Advertisment

ଜାପାନର ପ୍ରଧାନମନ୍ତ୍ରୀ ୟୋଶୀହିଡେ ସୁଗା ଦେଶବାସୀଙ୍କୁ କରୋନା ମୁକାବିଲା ନେଇ ଧନ୍ୟବାଦ୍ ଜଣାଇଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ସଚେତନତା ଦ୍ୱାରା ହିଁ ଆଜି ଆମେ କରୋନା ସହ ଲଢେଇ କରିପାରିଛୁ। ଆଗାମୀ ଦିନରେ ମଧ୍ୟ ଏହି ସତର୍କତା ସହ ଆମେ କରୋନା ବିରୁଦ୍ଧରେ ଜିତିପାରିବୁ। ଜରୁରୀକାଳୀନ ସେବାରେ କଟକଣା ଉଠାଯିବା ପରେ ଲୋକମାନେ କର୍ମକ୍ଷେତ୍ରରେ ନୂଆ ଆରମ୍ଭ କରିପାରିଛନ୍ତି। ଏନେଇ ଅକିଫୁମି ସୁଗିହାରା କହିଛନ୍ତି ଯେ ପ୍ରାୟ ଏକ ବର୍ଷ ପରେ ସିଙ୍ଗାୱା ରେଳ ଷ୍ଟେସନକୁ ଯାତ୍ରୀମନେ ଫେରିଛନ୍ତି। ପ୍ରାୟ ବର୍ଷେ ପରେ ସେ ନିଜ ଅଫିସକୁ ଫେରୁଥିବାର କହିଛନ୍ତି।

ରିପୋର୍ଟ ଅନୁଯାୟୀ ଜାପାନରେ ବର୍ତ୍ତାମାନ ପର୍ଯ୍ୟନ୍ତ ୫୯ ପ୍ରତିଶତ ଲୋକ କୋଭିଡ ଟୀକା ନେଇ ସାରିଛନ୍ତି। ଦେଶରେ ଆଜି ଯାଏଁ ୧୬.୯ ଲକ୍ଷ କରୋନାରେ ଆକ୍ରାନ୍ତ ହୋଇଥିଲେ, ଏଥିମଧ୍ୟରୁ ୧୭,୬୪୧ ଜଣ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି।

Japan COVID-19
Advertisment
Advertisment