• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବଢ଼ିଲାଣି ଚିନ୍ତା ।

    ମୁକାବିଲା ଲାଗି ଆଗୁଆ ପଦକ୍ଷେପ 

    ଟିକାକରଣ, ତିନି ମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ଉପରେ ଗୁରୁତ୍ୱ । 

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରର କୋପ ନ ଯାଉଣୁ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବଢ଼ିଲାଣି ଚିନ୍ତା । ତେଣୁ ସ୍ଥିତିର ମୁକାବିଲା ଲାଗି ଆଗୁଆ ପଦକ୍ଷେପ ସ୍ୱରୂପ ଟିକାକରଣ, ତିନି ମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଏବେ ରାଜ୍ୟ ସରକାରଙ୍କ ଜୋର୍ । 

ଗତ ୬ ତାରିଖରେ ୩୪ ହଜାର, ୭ରେ ୪୪ ହଜାର, ଆଉ ଆଜି ସଂଖ୍ୟା ୪୫ ହଜାର ଉପରେ । ଓଡ଼ିଶାରେ ବି ତଳ ଉପର ଦୋଳି ଖେଳୁଛି ସଂକ୍ରମଣ । ୬ରେ ୨୪ ଶହକୁ ଖସି ଆସିଥିବା ସଂକ୍ରମଣ, ୭ରେ ଉପରମୁହାଁ ହୋଇ ୨୬ ଶହ ଉପରକୁ ଗଲା, ଆଉ ଆଜି ୨୫ ଶହ ଉପରେ । ଖୋର୍ଦ୍ଧା, କଟକ, ବାଲେଶ୍ୱର ଭଳି କିଛି ଜିଲ୍ଲାରେ ଏବେ ବି ନିିୟନ୍ତ୍ରଣକୁ ଆସୁନି ସ୍ଥିତି । ଅପରପକ୍ଷେ ଅଗଷ୍ଚ ସୁଦ୍ଧା ପ୍ରାୟ ଅଧିକାଂଶ ରାଜ୍ୟ ସଂପୂର୍ଣ୍ଣ ଅନ୍‌ଲକ୍ ହେବାକୁ ଯାଉଥିବା ବେଳେ ଓଡ଼ିଶା ବି ସେହି ଧାରାରେ । ତେଣୁ ଲୋକେ କୋଭିଡ୍ ନିୟମ ନମାନିଲେ ଥାର୍ଡ ୱେଭ୍ ଆସିବା ନିଶ୍ଚିତ ବୋଲି କୁହାଯାଉଛି । ଏପରିକି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ ଆସନ୍ତା ଅକ୍ଟୋବର-ନଭେମ୍ବରରେ ରାଜ୍ୟକୁ ତୃତୀୟ ଲହର ଆଶଙ୍କାର ସଂକେତ ଦେଇଛନ୍ତି ।

ଏପରି ହେଲେ ଓଡ଼ିଶାରେ ଥାର୍ଡ ୱେଭ୍‌ ମୁକୁବିଲା ଲାଗି ମୁଖ୍ୟତଃ ତିନିଟି ବିନ୍ଦୁ, ଟିକାକରଣ, ୩ ମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର ।

ଅପରପକ୍ଷେ କେନ୍ଦ୍ରର ସଂଶୋଧିତ ଗାଇଡ୍ ଲାଇନ୍ ପରେ ରାଜ୍ୟରେ ଅଧିକରୁ ଅଧିକ ଗର୍ଭବତୀ ମହିଳାଙ୍କ ଟିକାକରଣ ଉପରେ ଫୋକସ୍ । ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ଟିକାକରଣ କେନ୍ଦ୍ରରେ ଗର୍ଭବତୀଙ୍କୁ ଲାଇନ୍ ଦେବାକୁ ପଡ଼ିବ ନାହିଁ । ଏଣୁ ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ କରାଯିବ । ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାର ଅନୁଧ୍ୟାନ କରାଯିବ । ଗର୍ଭବତୀମାନେ ଟିକା ନେଲେ ତାହା ଫଳପ୍ରଦ ବୋଲି ଆଶାକର୍ମୀମାନଙ୍କ ସହାୟତାରେ ସେମାନଙ୍କୁ ସଚେତନ କରାଯିବ । ଗର୍ଭବତୀଙ୍କ ଟିକାକରଣ ପୂର୍ବରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ମଧ୍ୟ ଦିଆଯିବ ।

ରାଜ୍ୟରେ ଦୈନିକ ସଂକ୍ରମଣର ଦୋଳି ଖେଳ ଭିତରେ ମୃତ୍ୟୁ ସଂଖ୍ୟା ବି ଚିନ୍ତାର କାରଣ ପାଲଟିଛି । ଗତକାଲି ସବୁ ରେକର୍ଡ ଭାଙ୍ଗି ମହାମାରୀ କରୋନା ୫୯ ଜଣଙ୍କ ଜୀବନ ନେଇଥିବା ବେଳେ ଆଜି ମଧ୍ୟ ୫୭ ଜଣ ପ୍ରାଣ ହରାଇଥିବା ରିପୋର୍ଟ କହୁଛି ।