Advertisment

’କରୋନାରୁ ସୁସ୍ଥ ହେବାର ୨ସପ୍ତାହ ମଧ୍ୟରେ ହୃଦଘାତର ଆଶଙ୍କା ଅଧିକ’ : ଲାନସେଟର ଦାବି

COVID-19କୁ ସୁସ୍ଥ ହେବା ପରେ ପ୍ରଥମ ଦୁଇ ସପ୍ତାହରେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ତିନି ଗୁଣ ବଢ଼ିଯାଏ । ପ୍ରତିଷ୍ଠିତ ମେଡିକାଲ ଜର୍ଣ୍ଣାଲ ଲାନସେଟ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏପରି ଦାବି କରାଯାଇଛି । ସ୍ୱିଡେନରେ ଫେବୃଆରୀ ୧ରୁ ସେପ୍ଟେମ୍ବର ୧୪, ୨୦୨୦ ମଧ୍ୟରେ ୮୭,୭୪୨ କରୋନା ରୋଗୀ ଏବଂ ୩,୪୮,୪୮୧ ଜଣ ସାଧାରଣ ଲୋକଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା

author-image
Prangyan Parimita
ଅଦ୍ୟତନ ହୋଇଛି
’କରୋନାରୁ ସୁସ୍ଥ ହେବାର ୨ସପ୍ତାହ ମଧ୍ୟରେ ହୃଦଘାତର ଆଶଙ୍କା ଅଧିକ’ : ଲାନସେଟର ଦାବି

heart-attack

ଲଣ୍ଡନ୍ : ମହାମାରୀକୁ ମାତ୍ ଦେଇ ସୁସ୍ଥ ହେବା ପରେ ମଧ୍ୟ ବିପଦ । COVID-19କୁ ସୁସ୍ଥ ହେବା ପରେ ପ୍ରଥମ ଦୁଇ ସପ୍ତାହରେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ତିନି ଗୁଣ ବଢ଼ିଯାଏ । ପ୍ରତିଷ୍ଠିତ ମେଡିକାଲ ଜର୍ଣ୍ଣାଲ ଲାନସେଟ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏପରି ଦାବି କରାଯାଇଛି । ସ୍ୱିଡେନରେ ଫେବୃଆରୀ ୧ରୁ ସେପ୍ଟେମ୍ବର ୧୪, ୨୦୨୦ ମଧ୍ୟରେ ୮୭,୭୪୨ କରୋନା ରୋଗୀ ଏବଂ ୩,୪୮,୪୮୧ ଜଣ ସାଧାରଣ ଲୋକଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ତୁଳନାତ୍ମକ ଭାବେ ତଥା ଅଧ୍ୟୟନ ଆଧାରରେ ସେମାନଙ୍କ ଠାରେ ହୃଦଘାତର ବିପଦର ବଢ଼ିଥିବା ପ୍ରକାଶିତ ଅନୁସନ୍ଧାନରେ ଦାବି କରାଯାଇଛି ।

Advertisment

ସ୍ୱିଡେନର ଉମିଆ ୟୁନିଭରସିଟିରେ କାର୍ଯ୍ୟ କରୁଥିବା ତଥା ଅଧ୍ୟୟନ ରିପୋର୍ଟର ସହ-ଲେଖକ ଓସବାଲ୍ଡୋ ଫୋନ୍ସେକା ରୋଡ୍ରିଗେଜ୍ କହିଛନ୍ତି, କରୋନାରୁ ସୁସ୍ଥ ହେବାର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ତୀବ୍ର ମାୟୋକାର୍ଡିନାଲ୍ ଇନଫାର୍କସନ ଏବଂ ହୃଦଘାତର ହେବାର ଆଶଙ୍କା ତିନି ଗୁଣ ଅଧିକ ହୋଇଯାଏ । ବୟସ, ଲିଙ୍ଗ ଏବଂ ସାମାଜିକ-ଅର୍ଥନୈତିକ ଅବସ୍ଥା ନିର୍ବିଶେଷରେ ହୃଦଘାତର ହେବାର ଆଶଙ୍କା ସମାନ ରହିଛି ବୋଲି ରିପୋର୍ଟ ପ୍ରକାଶ କରିଛନ୍ତି ଅନୁସନ୍ଧାନକାରୀ ।

ଅନୁସନ୍ଧାନ ପରେ ଅନ୍ୟ ସହ-ଲେଖକ ତଥା ଉମିଆ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଇଓନିସ୍ କେଟସୁଲାରିସ୍ ,କୋଭିଡ -19 ରୋଗୀଙ୍କ ଚିକିତ୍ସାରେ ହୃଦ୍‌ରୋଗ ଜଟିଳତା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ବିଶେଷ କରି ବରିଷ୍ଠ ନାଗରିକଙ୍କଠାରେ ହୃଦଘାତର ଆଶଙ୍କା ଅଧିକ ଥାଏ । ତେଣୁ ଟିକାକରଣ ଉପରେ ଅଧିକ ଜୋର ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Advertisment

ସେପଟେ ଆମେରିକା ରିପବ୍ଲିକାନ୍ ରିପୋର୍ଟରେଏକ ଚାଞ୍ଚଲ୍ୟକର ଦାବି କରାଯାଇଛି । ଚୀନ୍ ଲ୍ୟାବରୁ ଲିକ୍ ହୋଇଛି କରୋନା ଭାଇରସ । ଆମେରିକା ରିପବ୍ଲିକାନ୍ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି, ସାରା ବିଶ୍ୱରେ ଭୟଙ୍କର ମହାମାରୀର ରୂପ ନେଇଥିବା କରୋନା ଭୂତାଣୁକୁ ଚୀନ୍ ଉହାନର ପରୀକ୍ଷାଗାରରେ ତିଆରି କରାଯାଇଥିଲା। ୧୨ ସେପ୍ଟେମ୍ବର ୨୦୧୯ ପୂର୍ବରୁ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜିରୁ ଏହି ଭୂତାଣୁ ଲିକ୍ ହୋଇଥିବା ନେଇ ବଳିଷ୍ଠ ପ୍ରମାଣ ରହିଥିବା ରିପବ୍ଲିକାନ ପକ୍ଷରୁ କୁହାଯାଇଛି ।

Corona Virus COVID-19
Advertisment
Advertisment