Advertisment

ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ ମଣ୍ଡପରେ ଜମିବ ଭିଡ଼; ବଢ଼ିପାରେ ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପାର୍ବଣରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଓ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ବା କମ୍ ସହ କରୋନା ସଂକ୍ରମଣର ସିଧାସଳଖ କୌଣସି ସମ୍ପର୍କ ନାହିଁ। ହେଲେ ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ, ଲୋକେ ଆକର୍ଷିତ ହେବେ ଓ ମଣ୍ଡପରେ ଭିଡ଼ ହେବାର ସମ୍ଭାବନା ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Health Services Director, Dr Bijay Mohapatra

Health Services Director, Dr Bijay Mohapatra

ଭୁବନେଶ୍ୱର: ପାର୍ବଣରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଓ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ବା କମ୍ ସହ କରୋନା ସଂକ୍ରମଣର ସିଧାସଳଖ କୌଣସି ସମ୍ପର୍କ ନାହିଁ। ହେଲେ ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ, ଲୋକେ ଆକର୍ଷିତ ହେବେ ଓ ମଣ୍ଡପରେ ଭିଡ଼ ହେବାର ସମ୍ଭାବନା ରହିଛି। ଫଳରେ କରୋନା ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କ ରହିଛି।

Advertisment

ଅନ୍ୟ ରାଜ୍ୟରେ ମଧ୍ୟ ମୂର୍ତ୍ତି ଉଚ୍ଚତା ନେଇ କଟକଣା ରହିଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ସଂକ୍ରମଣ ରୋକିବା ଲାଗି ମୂର୍ତ୍ତି ଉଚ୍ଚତା କମ୍ କରିବା ଲାଗି ନିଷ୍ପତ୍ତି ହୋଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ମୂର୍ତ୍ତି ଉଚ୍ଚତା ବଢ଼ିଲେ ସାଜସଜ୍ଜା ବଢ଼ିବ ଓ ଆକର୍ଷଣ ବଢ଼ିବ। ସେ କହିଛନ୍ତି, ମୂର୍ତ୍ତି ଉଚ୍ଚତା ବୃଦ୍ଧି ବା କମ୍ ସହ କରୋନା ସଂକ୍ରମଣର ସିଧାସଳଖ କୌଣସି ସମ୍ପର୍କ ନାହିଁ। ହେଲେ ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ ଓ ଭଲ ଭାବରେ ସାଜସଜ୍ଜା ହେଲେ ନିଶ୍ଚିତ ଭାବରେ ଲୋକମାନେ ଆକର୍ଷିତ ହୋଇ ଆସିବେ ଓ ଏକତ୍ରିତ ହେବେ। ଏହାଦ୍ୱାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। 

Advertisment

ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ‘ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ ସାଜସଜ୍ଜା ମଧ୍ୟ ବଢ଼ିବ। ଫଳରେ ଲୋକମାନେ ଆକର୍ଷିତ ହୋଇ ଏକତ୍ରିତ ହେବେ ଓ ଜନଗହଳିପୂର୍ଣ୍ଣ ସ୍ଥିତି ସୃଷ୍ଟି ହେବ। ଜନଗହଳିପୂର୍ଣ୍ଣ ସ୍ଥିତି ସୃଷ୍ଟି ହେଲେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବ ନାହିଁ।’ 

ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଞ୍ଜନ ମିଶ୍ରଙ୍କ କହିଛନ୍ତି, ‘ଲୋମାନେ ସାମାଜିକ ଦୂରତା ବଜାୟ ରଖନ୍ତୁ। ଗହଳି କରନ୍ତୁ ନାହିଁ। ବିଶ୍ୱାସ ଅଛି, ପ୍ରଥମେ ନିଜ ଶରୀରକୁ ଦେଖନ୍ତୁ ପରେ ଧର୍ମ ପାଳନ କରିବେ। ଧର୍ମ ପାଳନ ପାଇଁ ଯଥେଷ୍ଟ ସମୟ ଅଛି। ଧର୍ମରେ ଏହା ମଧ୍ୟ ଅଛି, ନିଜେ ଆମ ବିଶ୍ୱାସ ଭିତରେ ଇଶ୍ୱରଙ୍କୁ ଆରାଧନା କରି ପାରିବା। ତେଣୁ ଗହିଳି କରିବା, ବାହାରକୁ ଯାଇ ପର୍ବପର୍ବାଣି ପାଳନ କରିବା ନିହାତି ଆବଶ୍ୟକ ନାହିଁ।’ 

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୮ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ୫୫ ଜଣ ଅଛନ୍ତି । ରାଜ୍ୟରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୭୨୬୧ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୨ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ୧୭୬ ଜଣ ଅଛନ୍ତି ଲୋକାଲ୍‌ କେସ୍ ରହିଛି।

COVID19 Odisha Corona Update Festival In Odisha
Advertisment
Advertisment