Advertisment

ଲୋକଙ୍କ ଗହଳି ହିଁ ହେବ ତୃତୀୟ ଲହରର କାରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କଟକଣା କୋହଳ ଯୋଗୁଁ ଲୋକଙ୍କ ଗହଳି ହିଁ ତୃତୀୟ ଲହରର କାରଣ ହେବ। ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ, ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି। ଫୋକସ, ସର୍ଭେଲାନ୍ସକୁ ଅଗଷ୍ଟ ପରେ ସରକାର ବଢ଼ାଇପାରନ୍ତି।

author-image
Chandan Shishu
ଲୋକଙ୍କ ଗହଳି ହିଁ ହେବ ତୃତୀୟ ଲହରର କାରଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

People crowd

ଭୁବନେଶ୍ୱର: ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ, ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି। ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପଜିଟିଭ ବଢୁଥିବା ଜିଲ୍ଲାରେ ସଂକ୍ରମଣ ଏବେ ପ୍ଳାଟୋ ଷ୍ଟେଜରେ ଅଛି। ସେସବୁ ଜିଲ୍ଲାକୁ ଅଧିକ ଫୋକସ କରାଯିବା ସହ ସର୍ଭେଲାନ୍ସ ତ୍ୱରାନ୍ୱିତ କରାଯାଉଛି ବୋଲି ସେ କହିଛନ୍ତି।

Advertisment

୬ରୁ ୭ ସପ୍ତାହରେ ତୃତୀୟ ଲହର ଆସିବ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି। କଟକଣା କୋହଳ ଯୋଗୁଁ ଲୋକଙ୍କ ଗହଳି ହିଁ ତୃତୀୟ ଲହରର କାରଣ ହେବ। ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ, ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି। ଫୋକସ, ସର୍ଭେଲାନ୍ସକୁ ଅଗଷ୍ଟ ପରେ ସରକାର ବଢ଼ାଇପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ଛୋଟପିଲାଙ୍କୁ ସଂକ୍ରମଣ ଆଶଙ୍କା ପାଇଁ ଟ୍ରେନିଂ ମୋଡାଲିଟି ବଢାଯାଇଛି। ପେଡିଆଟ୍ରିକ୍ସ୍ ଓ ଜେନେରାଲ MBBS ମାନଙ୍କୁ ଟ୍ରେନିଂ ଦିଆଯାଉଛି ବୋଲି ସେ କହିଛନ୍ତି। 

Advertisment

ଗତକାଲି ରାଜ୍ୟରେ କରୋନା ସ୍ଥିତି ନେଇ DMET ସିବିକେ ମହାନ୍ତି କହିଥିଲେ ଯେ- ଏବେ ସଂକ୍ରମଣ କମି ସ୍ଥିର ଅବସ୍ଥାରେ ଅଛି। ତେବେ ତୃତୀୟ ଲହର ନେଇ ଆକଳନ କରାଯାଇଛି  କିନ୍ତୁ ଏବେ ତାହା ଆସିନାହିଁ। ମାଡ୍ରାସ ଇନଷ୍ଟିଚ୍ୟୁଟ୍ କହୁଥିବା ଆର୍ ଭ୍ୟାଲୁ ଗ୍ରାଉଣ୍ଡରେ ପ୍ରତିଫଳିତ ହେଉନାହିଁ ବୋଲି ସେ କହିଛନ୍ତି। 

ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୮୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୧୧୯୮; ଲୋକାଲ କେସ୍- ୮୮୭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୮ ହଜାର ୫୯କୁ ବୃଦ୍ଧି ହୋଇଛି। ସେହିପରି ରାଜ୍ୟରେ ଆଉ ୫୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Odisha Government Odisha News Covid Appropriate Behaviour Covid Third Wave COVID-19
Advertisment
Advertisment