Advertisment

ଆସୁଛି ପାର୍ବଣ ଋତୁ, ସତର୍କ ରହିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସମସ୍ତେ କରୋନା କଟକଣା ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ ଜାରି ରହିଛି।

author-image
Sarbeswar
ଅଦ୍ୟତନ ହୋଇଛି
Corona

Corona

ଭୁବନେଶ୍ୱର: ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସମସ୍ତେ କରୋନା କଟକଣା ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ ଜାରି ରହିଛି। ଯେତିକି ପରିମାଣର ଟିକା ମିଳୁଛି, ସେହି ଅନୁସାରେ ଟିକା ଦିଆଯାଉଛି ବୋଲି ଡିଏମ୍ଇଟି କହିଛନ୍ତି। ସେପଟେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଲୋକେ ଆଗ୍ରହ ଦେଖାଉ ନାହାନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ମାତ୍ର ୬୮ ଲକ୍ଷ ଅର୍ଥାତ ୨୮ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ସେ କହିଛନ୍ତି।

Advertisment

ଏଣିକି ଜିଲ୍ଲାସ୍ତରରେ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଲୋକଙ୍କ ତାଲିକା ପ୍ରକାଶ କରାଯିବ। ସଚେତନ ମଧ୍ୟ କରାଯିବ ବୋଲି ସେ କହିଛନ୍ତି। ଏପଟେ, ରାଜ୍ୟରେ ଗତ ୨୪ ଘଂଟାରେ ୬୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୬୨୮ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୨୨ ଜଣ, ବରଗଡ଼ରୁ ୭ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗିରରୁ ୧, କଟକରୁ ୭୨ ଜଣ, ଦେବଗଡ଼ରୁ ୧ ଢେଙ୍କାନାଳରୁ ୫ ଜଣ, ଗଜପତି ୨, ଗଞ୍ଜାମ ୧, ଜଗତସିଂହପୁରରୁ ୨୬, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୩, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୨୯୧ ଜଣ, କୋରାପୁଟରୁ ୧୬, ମୟୁରଭଞ୍ଜରୁ ୨୨ ଜଣ, ନୟାଗଡ଼ରୁ ୭, ପୁରୀରୁ ୯ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୮ ଜଣ, ସୁନ୍ଦରଗଡ଼ରୁ ୨୩ ଜଣ ଓ ଷ୍ଟେଟ ପୁଲ୍‌ରୁ ୬୬ ଜଣ ଚିହ୍ନଟ ହୋଇଛନ୍ତି ।

Advertisment

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୯୨୬ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍‌ କେସ୍‌ ୫୯୦୬ ରହିଛି। ୧୦୦୪୮୪୫ ଜଣ ସୁସ୍ଥ ହୋଇଛନ୍ତି। ସେପଟେ, ଦେଶରେ ବର୍ତ୍ତମାନ ପାଇଁ ବୁଷ୍ଟର ଡୋଜ୍ ନୁହେଁ ବରଂ ସମସ୍ତଙ୍କୁ ଡବଲ ଡୋଜ୍ ଟିକା ଦେବାକୁ ଗୁରୁତ୍ୱ ଦିଆଯାଉଛି । ସେଭଳି ସ୍ଥିତି ଉପୁଜି ନ ଥିବାରୁ ବୁଷ୍ଟର ଡୋଜ୍ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ । ବୁଷ୍ଟର ଡୋଜ ବଦଳରେ ସମସ୍ତେ ଯେପରି ଡବଲ ଡୋଜ୍ ଟିକା ନେଇପାରିବେ, ତା ଉପରେ ଏବେ ପ୍ରାଥମିକତା ଦିଆଯାଉଛି । ଏହା କହିଛନ୍ତି ଆଇସିଏମ୍ଆର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ ।

Festivals COVID19 COVID Vaccine Distribution Coronavirus Odisha
Advertisment
Advertisment