Advertisment

ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା

ରାଜ୍ୟ ସରକାର ଜାରି କରିଥିବା କରୋନା କଟକଣା ଆଜି ସରୁଥିବାରୁ ଅଗଷ୍ଟ ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ସରକାର।  ମେ ୫ ରୁ ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା। ଏହାର ୨ ମାସ ପରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା

Unlock Guideline

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରତାକ। ଆଜି ଅପରାହ୍ନ ୩ଟା ୩୦ରେ SRC ଏହା ଘୋଷଣା କରିଛନ୍ତି। କୋଭିଡ ପରିଚାଳନା ନେଇ SRC ପ୍ରଦୀପ ଜେନା ସୂଚନା କହିଛନ୍ତି ଯେ ଆମ ରାଜ୍ୟରେ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି। କଟକ, ଖୋର୍ଦ୍ଧା, ପୁରୀରେ ଟିକେ ଅଧିକ; ଉଦବେଗଜନକ ନୁହେଁ ବୋଲି ସେ କହିଛନ୍ତି। 

Advertisment

ପ୍ରତି ଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି। ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା ରହିବ। ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ମନା କରାଯାଇଛି। ସମୁଦ୍ର କୂଳ ଓ ପାର୍କ ଖୋଲା ରହିବ। 

  • ଘୋଷିତ ନିର୍ଦ୍ଦେଶନାମା ମାସକ ପାଇଁ ସେପ୍ଟେମ୍ବର ପହିଲା ଯାଏ ଲାଗୁ।
  • ପ୍ରତି ଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ।
  • ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ବଳବତ୍ତର।
  • ସାରା ରାଜ୍ୟରେ ଦୋକାନ ବଜାର ସକାଳ ୬ରୁ ରାତି ୮ଟା ଯାଏ ଖୋଲା।
  • କଟକ, ପୁରୀ, ଭୁବନେଶ୍ୱରରେ ଶନିବାର, ରବିବାର ଦୋକାନ ବଜାର ବନ୍ଦ।
  • ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ମନା।
  • ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବ ମଧ୍ୟ ବାରଣ- SRC।
  • ସମୁଦ୍ର କୂଳ, ପାର୍କ ଖୋଲା ରହିବ; ଗାଇଡଲାଇନ ମାନିବେ ପର୍ଯ୍ୟଟକ।
  • ସମସ୍ତ ମଲ୍ ଖୋଲିବ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର।
  • ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍।
  • ରେଷ୍ଟୁରାଣ୍ଟ, ବାର୍ ୫୦% କ୍ଷମତାକୁ ନେଇ ଖୋଲି ପାରିବ।
  • ସିନେମା ହଲ୍ ୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ।
  • ହଲ୍, ମଲ୍ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ।
  • ରାଜ୍ୟ ଭିତରେ ବସ୍ ଚାଲୁ ରହିବ, ସିଟିଂ କାପାସିଟିରେ ଯାତ୍ରୀ ନେବେ।
  • ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ।
  • ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ।
  • ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା ପୂର୍ବ କଟକଣା ଜାରି ରହିବ।
  • ନନ୍ଦନକାନନ, ଇଣ୍ଡୋର, ଓ୍ବାର୍ଟର ପାର୍କ ଆଦି ଖୋଲା ଯାଇ ପାରିବ।
Advertisment

ରାଜ୍ୟ ସରକାର ଜାରି କରିଥିବା କରୋନା କଟକଣା ଆଜି ସରୁଥିବାରୁ ଅଗଷ୍ଟ ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ସରକାର।  ମେ ୫ ରୁ ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା। ଏହାର ୨ ମାସ ପରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜୀବନ-ଜୀବିକା ସମଚ୍‌ୟ ପାଇଁ ଧିରେ ଧିରେ ଅନଲକ୍ ହେଉଛି। ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି।

Unlock Guidelines Odisha News SRC Advisory COVID-19 Lockdown
Advertisment
Advertisment