Advertisment

ତୃତୀୟ ଲହରୀ ମୁକାବିଲା ପାଇଁ ପ୍ରସ୍ତୁତି : ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ ରାଜ୍ୟ ଗୁଡ଼ିକୁ ୭,୫୦୦ କୋଟି ପ୍ରଦାନ କଲେ ମୋଦି ସରକାର

ତୃତୀୟ ଲହରୀ ପାଇଁ ଦିଆଯାଇଥିବା ଟଙ୍କାର କାର୍ଯ୍ୟକାରିତା ଉପରେ ନଜର ରଖିଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଜୁଲାଇ ୮ ରେ କ୍ୟାବିନେଟ ୨୩ ହଜାର କୋଟି ଟଙ୍କା ପ୍ୟାକେଜକୁ ଅନୁମୋଦନ କରିଥିଲା । ​​ଯେଉଁଥିରେ କେନ୍ଦ୍ରକୁ ୧୫,୦୦୦ କୋଟି ଏବଂ ରାଜ୍ୟ ସରକାରଙ୍କୁ ୮୦୦୦ କୋଟି ଟଙ୍କା ଉପଲ‍ବ୍ଧ କରିବାର ଥିଲା ।

author-image
Prangyan Parimita
ଅଦ୍ୟତନ ହୋଇଛି
ତୃତୀୟ ଲହରୀ ମୁକାବିଲା ପାଇଁ ପ୍ରସ୍ତୁତି : ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ ରାଜ୍ୟ ଗୁଡ଼ିକୁ ୭,୫୦୦ କୋଟି ପ୍ରଦାନ କଲେ ମୋଦି ସରକାର

corona virus

ନୂଆଦିଲ୍ଲୀ : ପ୍ରଥମ, ଦ୍ୱିତୀୟ ଆଉ ଏବେ ତୃତୀୟ ଲହରୀ ଚିନ୍ତା । ଦ୍ୱିତୀୟ ଲହରୀର ଭୟାବହତା ପରେ ତୃତୀୟ ଲହରୀର ସଫଳ ମୁକାବିଲା ପାଇଁ ଅଣ୍ଟା ଭିଡ଼ିରେ ମୋଦି ସରକାର । କରୋନାର ଦ୍ୱିତୀୟ ଲହରୀରୁ କିଛି ଶିଖିବା ସହ ସରକାର ତୃତୀୟ ଲହରୀର ସଫଳମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଉ ଏଥିପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଘୋଷଷା ହୋଇଥିବା ୨୩ହଜାର କୋଟି ଟଙ୍କାର ଦ୍ୱିତୀୟ ପ୍ୟାକେଜ୍ ଅଧୀନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେବଳ ରାଜ୍ୟ ଗୁଡିକର ଯୋଜନାକୁ ଅନୁମୋଦନ କରିଛି । ଏହାସହ ତୃତୀୟ ଲହରୀ ପାଇଁ ୭,୨୦୦ କୋଟି ଟଙ୍କା ରିଲିଜ୍‌ କରିଛି କେନ୍ଦ୍ର ।

Advertisment

ତୃତୀୟ ଲହରୀ ପାଇଁ ଦିଆଯାଇଥିବା ଟଙ୍କାର କାର୍ଯ୍ୟକାରିତା ଉପରେ ନଜର ରଖିଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଜୁଲାଇ ୮ ରେ କ୍ୟାବିନେଟ ୨୩ ହଜାର କୋଟି ଟଙ୍କା ପ୍ୟାକେଜକୁ ଅନୁମୋଦନ କରିଥିଲା । ​​ଯେଉଁଥିରେ କେନ୍ଦ୍ରକୁ ୧୫,୦୦୦ କୋଟି ଏବଂ ରାଜ୍ୟ ସରକାରଙ୍କୁ ୮୦୦୦ କୋଟି ଟଙ୍କା ଉପଲ‍ବ୍ଧ କରିବାର ଥିଲା । ପ୍ୟାକେଜ୍ ଘୋଷଣା ପରେ ସଙ୍ଗେ ସଙ୍ଗେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହାର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଜ୍ୟମାନଙ୍କ ସହ କାମ ଆରମ୍ଭ କରିଥିଲେ । ରାଜ୍ୟଗୁଡିକର କାର୍ଯ୍ୟ ଯୋଜନା ପ୍ରସ୍ତୁତି ସମୟରେ କେନ୍ଦ୍ର ସରକାର ଜୁଲାଇ ୨୨ରେ ଏହାହି ରାଶିର ୧୫ ପ୍ରତିଶତ ଅଂଶ ଆଗୁଆ ପ୍ରଦାନ କରିଥିଲେ ।

ରାଜ୍ୟ ଗୁଡ଼ିକ ପାଇଁ ୭,୫୦୦ କୋଟି ଟଙ୍କା ମଞ୍ଜୁର

ଶୁକ୍ରବାର ଦିନ ସମସ୍ତ ରାଜ୍ୟର କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିବା ପରେ ସେମାନଙ୍କୁ ୩୫ ପ୍ରତିଶତ ଅଧିକ ରାଶି ପ୍ରଦାନ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ୫୦ ପ୍ରତିଶତ ଅର୍ଥ ସହିତ କେନ୍ଦ୍ର ରାଜ୍ୟ ଗୁଡ଼ିକ ପାଇଁ ୭,୫୦୦ କୋଟି ଟଙ୍କା ମଞ୍ଜୁର କରିଛି। ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ପ୍ରକାଶିତ ଦ୍ୱିତୀୟ ପ୍ୟାକେଜ୍ ଅଧୀନରେ ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ ତୃତୀୟ ଏହରୀ ପୂର୍ବରୁ ପର୍ଯ୍ୟାପ୍ତ ସଂଖ୍ୟକ ଶଯ୍ୟା ଯୋଗାଇ ଦିଆଯାଉଛି । ଯେଉଁଥିରେ ୨୦ ପ୍ରତିଶତ ଶଯ୍ୟା ପିଲାମାନଙ୍କ ପାଇଁ ସଂରକ୍ଷିତ ରହିବ ଏବଂ ପ୍ରତ୍ୟେକ ବ୍ଲକରେ ଅତି କମରେ ଗୋଟିଏ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି ।

Advertisment

ଏହା ସହିତ କରୋନା ଚିକିତ୍ସାରେ ବ୍ୟବହୃତ ଔଷଧ ମଧ୍ୟ ପ୍ରତ୍ୟେକ ଜିଲ୍ଲାରେ ଗଚ୍ଛିତ ରହିବ । ପ୍ରତ୍ୟେକ ଜିଲ୍ଲାରେ ଏକ କୋଟି ଟଙ୍କା ମୂଲ୍ୟର ଔଷଧ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମନସୁଖ ମାଣ୍ଡଭିୟ କହିଛନ୍ତି । ଏହା ସହିତ ଜିଲ୍ଲା ଡାକ୍ତରଖାନାଗୁଡ଼ିକୁ ଡିଜିଟାଲ ପ୍ଲାଟଫର୍ମ ସହିତ ସଂଯୋଗ କରିବାର ବ୍ୟବସ୍ଥା ମଧ୍ୟ ରହିଛି । ଇ-ସଞ୍ଜୀବନୀଙ୍କୁ ମଜବୁତ କରି କରୋନା ଅବଧିରେ ଟେଲି ମେଡିସିନ୍ ସାହାଯ୍ୟରେ ଲୋକଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଏକ ବିକଳ୍ପ ମଧ୍ୟ ପ୍ରସ୍ତୁତ କରାଯାଉଛି ।

Covid Third Wave Coronavirus
Advertisment
Advertisment