Advertisment

କଟକରେ ଆରମ୍ଭ ହେବ ଇକ୍‌ମୋ ସେବା

ରାଜ୍ୟରେ କୋଭିଡ ୨ୟ ଲହର ପ୍ରଭାବ କମୁଥିବାବେଳେ ମାଡି ଆସୁଛି ୩ୟ ଲହରର ଭୟ। ତୃତୀୟ ଲହର ଆସିବା ପୂର୍ବରୁ ରାଜ୍ୟରେ ଇକ୍‌ମୋ ମେସିନ ବସାଇବାର ବ୍ୟବସ୍ଥା କରୁଛନ୍ତି ସରକାର।

author-image
Minati Mishra
ଅଦ୍ୟତନ ହୋଇଛି
କଟକରେ ଆରମ୍ଭ ହେବ ଇକ୍‌ମୋ ସେବା

Ecmo Mechine

ଭୁବନେଶ୍ୱର: ରାଜ୍ୟରେ କୋଭିଡ ୨ୟ ଲହର ପ୍ରଭାବ କମୁଥିବାବେଳେ ମାଡି ଆସୁଛି ୩ୟ ଲହରର ଭୟ।୨ୟ ଲହରର ଭୟାବହତାକୁ ସାମ୍ନା କରିଥିବା ଲୋକେ ୩ୟ ଲହର ପାଇଁ ଏକ ପ୍ରକାର ଆତଙ୍କିତ ହୋଇ ପଡ଼ିଛନ୍ତି। ୨ୟ ଲହର ଅନେକ ଜୀବନ ନେଲା। ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅନେକ ଅବ୍ୟବସ୍ଥା ପଦାରେ ପକାଇଲା। ତେଣୁ ୩ୟ ଲହର ଆସିବା ପୂର୍ବରୁ ଏହି ସବୁ ତ୍ରୁଟି ସୁଧାରିବାକୁ ଚେଷ୍ଟା କରୁଛନ୍ତି ସରକାର। ବିଶେଷକରି ରାଜ୍ୟରେ ଇକ୍‌ମୋ ଚିକିତ୍ସା ସେବା ନ ଥିବାରୁ ରାଜ୍ୟ ବାହାରକୁ ରୋଗୀଙ୍କୁ ଏୟାର ଲିଫ୍ଟିଂ କରାଯାଉଥିଲା। ତୃତୀୟ ଲହର ଆସିବା ପୂର୍ବରୁ ରାଜ୍ୟରେ ଇକ୍‌ମୋ ମେସିନ ବସାଇବାର ବ୍ୟବସ୍ଥା କରୁଛନ୍ତି ସରକାର। 

Advertisment

ଅଗଷ୍ଟ ୧୫ରୁ କଟକ SCBରେ ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା ସେବା। ଏ ନେଇ ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସି.ବି.କେ. ମହାନ୍ତି । ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ବୋଲି କହିଛନ୍ତି  DMET। ଏସ୍‌ସିବିରେ ୯ଟି ଇଇକ୍‌ମୋ ମେସିନ ଇନଷ୍ଟଲ ହୋଇଛି।  ଆବଶ୍ୟକ ମାନବ ସମ୍ବଳ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି । ଗୋଟିଏ ବ୍ୟାଚ୍ କୋଲକାତାରୁ ପ୍ରଶିକ୍ଷଣ ନେଇ ଫେରିଛନ୍ତି ।

ଇକ୍‌ମୋ ପାଇଁ SCBରେ ୨ଟି ୟୁନିଟ୍ କରାଯାଇଛି । ପ୍ରଥମ ୟୁନିଟ୍‌ରେ ୬ଟି ଓ ଦ୍ୱିତୀୟ ୟୁନିଟ୍‌ରେ ୩ଟି ମେସିନ ରହିବ।  ଦ୍ୱିତୀୟ ୟୁନିଟ୍‌ରେ ୩ଟି ମେସିନ କୋଭିଡ୍ ରୋଗୀଙ୍କୁ ସେବା ଦେବ। ତେବେ କୋଭିଡ୍ ପରବର୍ତ୍ତୀ ଜଟିଳତା ପାଇଁ ଅନ୍ୟ ୬ଟି ମେସିନ ରହିବ।ୟ

Advertisment

ଏଠି କହିରଖିବୁ, ଇକମୋ ଚିକିତ୍ସା ଏକ ବ୍ୟୟବହୁଳ ଚିକିତ୍ସା। ରାଜ୍ୟରେ ଇକମୋ ସୁବିଧା ନ ଥିବାରୁ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଏୟାର ଲିଫ୍ଟିଂ କରାଯାଇ ରାଜ୍ୟ ବାହାରକୁ ପଠାଯାଉଥିଲା। କେବଳ ଏୟାରଲିଫ୍ଟିଂ ବାବଦରେ ଖର୍ଚ୍ଚ ହେଉଥିଲା ପ୍ରାୟ ୨୦ଲକ୍ଷରୁ ଅଧିକ ଟଙ୍କା। ଏହାପରେ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ECMO ଚିକିତ୍ସା ପାଇଁ ଦୈନିକ ୨ରୁ ୩ ଲକ୍ଷ ଟଙ୍କା ଦରକାର।  ଚିକିତ୍ସା ଯେତେ ଅଧିକ ଦିନ ଲାଗିବ, ସେତେ ଅଧିକ ଖର୍ଚ୍ଚ। ତେଣୁ ସାଧାରଣ ଲୋକଙ୍କ ପାଇଁ ଏହି ଚିକିତ୍ସା ସମ୍ଭବ ହେଉ ନ ଥିଲା। ଏବେ ରାଜ୍ୟରେ ଇକ୍‌ମୋ ସୁବିଧା ମିଳିବା ବ୍ୟବସ୍ଥା କରାଗଲେ, ସାଧାରଣ ରୋଗୀଙ୍କୁ ଅଳ୍ପ ଖର୍ଚ୍ଚରେ ଚିକିତ୍ସା ମିଳିପାରିବ ।

ସୂଚନାଥାଉ କି, କୋଭିଡ ଆକ୍ରାନ୍ତ ଭଦ୍ରକ ବାସୁଦେବପୁର ଅଞ୍ଚଳର ଯୁବକ ଅଭିଷେକ ମହାପାତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଇକ୍‌ମୋ ଚିକିତ୍ସା ପାଇଁ କୋଲକାତା ନିଆଯାଇଥିଲା। ସେହିପରି ଭିଜିଲାନ୍ସ ନିର୍ଦ୍ଦେଶକ ଜୁନ୍ ୮ ତାରିଖରେ ଦେବାଶିଷ ପାଣିଗ୍ରାହୀଙ୍କୁ ଇକମୋ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହପରି ଭୁବନେଶ୍ୱରର  ଅମ୍ରିତ ପ୍ରଧାନ  ନାମକ ଜଣେ ବ୍ୟକ୍ତିଙ୍କୁ ଇକମୋ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ପଠା ଯାଇଥିଲା।

ECMO Machine In Odisha SCB Medical
Advertisment
Advertisment