• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା

  • ୩ ମାସ ବ୍ୟବଧାନ ଯୋଗୁଁ ଅନେକ ୨ୟ ଡୋଜ୍ ଟିକା ନେବା ଭୁଲି ଯାଉଛନ୍ତି

  • ୨ୟ ଡୋଜ୍ ନେଇ ନଥିବା ଲୋକଙ୍କୁ ସମ୍ମୁଖ ଯୋଦ୍ଧା ଟିକା କେନ୍ଦ୍ରକୁ ଆଣିବେ

ଭୁବନେଶ୍ୱର : ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଭୁଲିଯାଉଛନ୍ତି ଲୋକେ । ରାଜ୍ୟରେ ଚାଲିଥିବା ଟିକାକରଣ ଅଭିଯାନ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି ।  ୩ ମାସ ବ୍ୟବଧାନ ଯୋଗୁଁ ପ୍ରଥମର ଡୋଜ ଟିକା ନେବା ପରେ ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି ଲୋକେ । ସଠିକ୍ ସମୟରେ ଟିକା ନେବା ପାଇଁ ସେମାନଙ୍କ ପାଖକୁ SMS ପଠାଯାଉଛି । ୨୮ ପ୍ରତିଶତ ଲୋକଙ୍କ ପାଖକୁ ଯାଇ ତାଲିକା ଅନୁସାରେ ଟିକାକରଣ କେନ୍ଦ୍ରକୁ ଆଣିବେ ସମ୍ମୁଖ ଯୋଦ୍ଧା ।

ସେହିପରି ଗତକାଲି ରାଜ୍ୟରେ ୪ ଲକ୍ଷ ୫ ହଜାର ଡୋଜ କୋଭିଡ ଟିକା ଦିଆଯାଇଛି । ଦ୍ୱିତୀୟ ଡୋଜଜୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨ କୋଟି ୮୭ ଲକ୍ଷ ଡୋଜ ଦଆଯାଇଛି । ୨ କୋଟି ୧୦ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ ଓ ୭୭ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆହୋଇଛି । ୬୭ ପ୍ରତିଶତ ଲୋକଙ୍କ ପ୍ରଥମ ଡୋଜ ଟିକାକରଣ ସରିଛି । ଯେତିକି ଟିକାକରଣ ବାକି ଅଛି, ସେଥିରୁ ୭୨ ପ୍ରତିଶତ ଦ୍ୱିତୀୟ ଡୋଜ ନେଇସାରିଲେଣି ।

ଯେଉଁମାନେ ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି, ସେମାନଙ୍କର ଜିଲ୍ଲାସ୍ତରୀୟ ତାଲିକା କରାଯାଇଛି । ଯୋଦ୍ଧାମାନେ ସେମାନଙ୍କୁ ଟୀକାକରଣ କେନ୍ଦ୍ରକୁ ଆଣିବେ ବୋଲି ଯୋଜନା କରାଯାଇଛି । ଆଜି ୧୮୦୦ ଟୀକାକରଣ ସେସନ ଚାଲିଛି ଏବଂ ଆଜି ପାଇଁ୪ ଲକ୍ଷରୁ ଅଧିକ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସମୟରେ ରାଜ୍ୟରେ ଟିକା ବି ପର୍ଯ୍ୟାନ୍ତ ପରିମାରଣ ମହଜୁଦ ରହିଛି ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

ସେହିପରି ଫାର୍ମାସିଷ୍ଟମାନେ ଔଷଧ ଦେବା ପ୍ରସଙ୍ଗରେ ମଧ୍ୟ ବିଜୟ ପାଣିଗ୍ରାହୀ ପ୍ରତିକ୍ରିଆ ରଖିଛନ୍ତି । ବହୁ ପୂର୍ବରୁ ପଞ୍ଚାବ୍ୟାଧି ଚିକିତ୍ସାରେ ଫାର୍ମାସିଷ୍ଟମାନଙ୍କୁ ଟ୍ରେନିଂ ଦିଆଯାଇଥିଲା । ଯେଉଁଠି ଡାକ୍ତର ନଥିଲେ, ସେଠାରେ ଔଷଧ ସୁପାରିଶ କରିବା ପାଇଁ ଫାର୍ମାସିଷ୍ଟମାନଙ୍କୁ କୁହାଯାଇଥିଲା । ସେତେବେଳେ ଗୋଟିଏ ରୋଗ ପାଇଁ ଦୁଇଟି ଔଷଧ ଥିଲା, ଏବେ ତିନୋଟି ଔଷଧ ଆସିଛି । ଡ୍ରଗ କଣ୍ଟ୍ରୋଲରଙ୍କ ପରାମର୍ଶ ନେଇ ଏହି ସଂଖ୍ୟା ବଢ଼ାଗଲା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।