Advertisment

ରାଜ୍ୟରେ ପୁଣି ୧,୨୪୩ ସଂକ୍ରମିତ ଚିହ୍ନଟ, ୬୯ ଆଖି ବୁଜିଲେ

ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମୁଥିବା ଲକ୍ଷ୍ୟ କରାଯାଉଛି। ତଥାପି ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ତଳକୁ ଏଯାଏ ଖସି ନାହିଁ।  ରାଜ୍ୟରେ ୨୪ ଘଣ୍ଟାରେ ୧,୨୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

author-image
Minati Mishra
ଅଦ୍ୟତନ ହୋଇଛି
ରାଜ୍ୟରେ ପୁଣି ୧,୨୪୩ ସଂକ୍ରମିତ ଚିହ୍ନଟ, ୬୯ ଆଖି ବୁଜିଲେ

covid positive

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମୁଥିବା ଲକ୍ଷ୍ୟ କରାଯାଉଛି। ତଥାପି ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ତଳକୁ ଏଯାଏ ଖସି ନାହିଁ।  ରାଜ୍ୟରେ ୨୪ ଘଣ୍ଟାରେ ୧,୨୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୭୧୮ ଜଣ ଥିବାବେଳେ ଲୋକାଲ କେସ୍ ୫୨୫ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ପୁଣି ୬୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। 

Advertisment

ସଂକ୍ରମିତଙ୍କ ତାଲିକାରେ ଆଜି ବି ଉପରେ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧାରୁ ୩୯୯ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ  ଅନୁଗୁଳରୁ ୫୩, ବାଲେଶ୍ୱରରୁ ୪୯, ବରଗଡ଼ରୁ  ୯, ଭଦ୍ରକରୁ  ୨୨, ବଲାଙ୍ଗିରରୁ ୬, ବୌଦ୍ଧରୁ ୪, କଟକରୁ  ୧୭୭, ଦେବଗଡ଼ରୁ  ୧,ଢେଙ୍କାନାଳରୁ  ୨୯, ଗଜପତିରୁ  ୩, ଗଂଜାମରୁ  ୨, ଜଗତସିଂହପୁରରୁ  ୮୮,ଯାଜପୁରରୁ  ୫୦, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ  ୨, କନ୍ଧମାଳରୁ  ୫,କେନ୍ଦ୍ରାପଡ଼ାରୁ  ୩୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Advertisment

ସେହିପରି କେନ୍ଦୁଝରରୁ ୧୫, ମାଲକାନଗିରିିରୁ  ୩, ମୟୂରଭଞ୍ଜରୁ  ୩୫, ନବରଂଗପୁରରୁ  ୨, ନୟାଗଡ଼ରୁ  ୫୬,ନୂଆପଡ଼ାରୁ  ୨, ପୁରୀରୁ  ୬୯, ରାୟଗଡ଼ାରୁ  ୧୩, ସମ୍ବଲପୁରରୁ  ୧୦,ସୁବର୍ଣ୍ଣପୁରରୁ  ୫, ସୁନ୍ଦରଗଡ଼ରୁ  ୧୪ ଏବଂ ଷ୍ଟେଟପୁଲରୁ ୮୪ ରୋଗୀ ଚିହ୍ନଟ ହୋଇଛନ୍ତି।  ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୭୦କୁ ବୃଦ୍ଧିପାଇଛି। 

ରାଜ୍ୟରେ ମୋଟ ୧,୬୫,୬୦,୮୪୨ ଜଣ ନମୂନା ପରୀକ୍ଷା ହୋଇଥିବାବେଳେ ୯,୮୭,୦୭୦ ଜଣ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ୯,୬୮,୪୫୩ ରୋଗୀ କରୋନାକୁ ମାତ୍‌ ଦେଇଥିବାବେଳେ ଗତକାଲି କରୋନାରୁ ସୁସ୍ଥ ହୋଇଛନ୍ତି ୧୫୨୫ ଜଣ।  ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ରହିଛି ୧୨୧୨୯।

ମୃତ୍ୟୁ ସଂଖ୍ୟାରେ ବି ଉପରେ ରହିଛି ଖୋର୍ଦ୍ଧା।  ମୃତକ ୬୯ଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କଟକରୁ ୧୩, ସମ୍ବଲପୁରରୁ ୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୬ ଲେଖାଏଁ,  ବରଗଡ଼ ଓ କେନ୍ଦୁଝରରୁ ୫ ଲେଖାଏଁ,  ,ଝାରସୁଗୁଡ଼ାରୁ ୪, ଦେବଗଡ଼ରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୬,୪୩୫କୁ ବୃଦ୍ଧି ପାଇଛି ।

COVID-19 Odisha COVID-19 Update
Advertisment
Advertisment