Advertisment

ଚିନ୍ତା ବଢାଇଲା ୧୮ରୁ କମ୍‌ ବୟସ୍କଙ୍କ ସଂକ୍ରମଣ, ଆଜି ୯୬ ପିଲା ବାହାରିଲେ ପଜିଟିଭ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଚିନ୍ତା ବଢୁଛି। କୋଭିଡ ତଥ୍ୟକୁ ଦେଖିବା ପରେ ତୃତୀୟ ଲହରର ପଦଧ୍ୱନୀକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ରାଜ୍ୟବାସୀ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
୩ୟ ଲହର ମୁକାବିଲା:  ପ୍ରତି ଜିଲ୍ଲାରେ ଗଠନ ହେବ ଟାସ୍କଫୋର୍ସ

Covid Test

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଚିନ୍ତା ବଢୁଛି। କୋଭିଡ ତଥ୍ୟକୁ ଦେଖିବା ପରେ ତୃତୀୟ ଲହରର ପଦଧ୍ୱନୀକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ରାଜ୍ୟବାସୀ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି, ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ ଜଣ ଆକ୍ରାନ୍ତଙ୍କ ତାଲିକାରେ ରହିଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୨୧ ଥିବାବେଳେ ଲୋକାଲ କେସ୍ ୨୯୯ ରହିଛି।ଅନ୍ୟପକ୍ଷେ ରାଜ୍ୟରେ ଆଉ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ଟପିଲା।

Advertisment

ଆଜି ଅନୁଗୁଳ ୧୫, ବାଲେଶ୍ୱରରୁ ୧୯, ବରଗଡ଼ରୁ ୨, ଭଦ୍ରକରୁ ୨୨, ବଲାଙ୍ଗିରରୁ ୪, ବୌଦ୍ଧରୁ ୧, କଟକରୁ ୯୧, ଦେବଗଡ଼ରୁ ୫, ଢେଙ୍କାନାଳରୁ ୧୫, ଗଂଜାମରୁ ୫, ଜଗତସିଂହପୁରରୁ ୩୩, ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୫, କନ୍ଧମାଳରୁ ୯, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୧୧, ଖୋର୍ଦ୍ଧାରୁ ୨୭୯, କୋରାପୁଟରୁ ୩, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ୧, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ୧, ସମ୍ବଲପୁରରୁ ୬, ସୁବର୍ଣ୍ଣପୁରରୁ ୩, ସୁନ୍ଦରଗଡ଼ରୁ ୧୧ ଏବଂ ଷ୍ଟେଟପୁଲରୁ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୬ ହଜାର ୧୫୩କୁ ବୃଦ୍ଧି ପାଇଛି। ଆଜି ୧୧୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ୧,୭୧,୩୯,୨୪୦ ନମୂନା ପରୀକ୍ଷା ହୋଇଛି। ବର୍ତ୍ତମାନ ସୁସ୍ଥା ୯,୭୯,୪୦୭ ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେସ ଆଛି ୯,୬୭୨।

ଅନ୍ୟପକ୍ଷେ ରାଜ୍ୟରେ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ସହିତ କଟକରୁ ୧୪, ଅନୁଗୁଳ ଓ ଜଗତସିଂହପୁରରୁ ୮ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଯାଜପୁରରୁ ୭, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରୁ ୬ ଲେଖାଏ, ଢେଙ୍କାନାଳ ଓ ଖୋର୍ଦ୍ଧାରୁ ୫ ଲେଖାଏ, ପୁରୀ ଓ ରାୟଗଡ଼ାରୁ ୩ ଲେଖାଏ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ରୋଗୀ ଆଖି ବୁଜିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୦୨୧କୁ ବୃଦ୍ଧି ପାଇଛି। 

ତେବେ ଚିନ୍ତା ବଢାଇଛି ୧୮ ବର୍ଷରୁ କମ୍ କିଶୋରଙ୍କ ସଂକ୍ରମଣ ହାର। ଅଗଷ୍ଟ ୧୪ରେ ଚିହ୍ନଟ ହୋଇଥିଲେ ୧୩୮। ତାପରେ ୨୪ ଘଣ୍ଟାରେ ପୁଣି ୧୦୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୯୬ ଜଣ । ଟେନସନ୍ ବଢ଼ାଇଲାଣି ଦୈନିକ ଶହେ ପାର ଶିଶୁ ସଂକ୍ରମଣ ଟ୍ରେଣ୍ଡ। ଡିଏମ୍ଇଟି କହୁଛନ୍ତି- ଦେଶରେ ଦୈନିକ ସଂକ୍ରମଣ ହାର ମଧ୍ୟରୁ ୧୨ ପ୍ରତିଶତ ଶିଶୁ ଓ କିଶୋର ଥିବାବେଳେ ରାଜ୍ୟରେ ବି ସେହି ଅନୁପାତ ପ୍ରାୟ ସମାନ। ପ୍ରଥମ ଲହରରେ ଯେଉଁ ଟ୍ରେଣ୍ଡରେ ଥିଲା, ସେ ଟ୍ରେଣ୍ଡ ଆଜି ବି ଜାରି ରହିଛି। ଅନେକ ଲକ୍ଷଣ ବିହୀନ ରହୁଛନ୍ତି। ସିଭିୟରିଟି କମ୍ ରହୁଛି। ସଂକ୍ରମଣ ଉପର ମୁହାଁ ହେଲେ ଯାଇ ତୃତୀୟ ଲହର ବୋଲି ଜଣାପଡିବ।

Odisha Covid News COVID-19
Advertisment
Advertisment