Advertisment

ସଂକ୍ରମଣ କମୁଛି, ଉଠିବ କି ଲକଡାଉନ୍‌?

ମେ ୫ରୁ ଜୁଲାଇ ୧୩ ଦୁଇମାସରୁ ଅଧିକ ସମୟ ଧରି ରାଜ୍ୟରେ ଲାଗି ରହିଛି କୋଭିଡ୍ କଟକଣା। ଆଉ ଦୁଇ ଦିନ ପରେ ଶେଷ ହେବ ପଂଚମ ପର୍ଯ୍ୟାୟ ଆଂଶିକ ଲକଡାଉ‌ନ। ତା ପରେ କି ନିଷ୍ପତ୍ତି ନେବେ ରାଜ୍ୟ ସରକାର? ସଂପୂର୍ଣ୍ଣ ଅନଲକ୍‌ ପ୍ରକ୍ରିୟାକୁ ଯିବେ ନା ନା ପୁଣିଥରେ କାଟାଗୋରି A, B ଫର୍ମୁଲା ଅନୁଯାୟୀ କଟକଣା ଲଗାଇବେ, ତାକୁ ନେଇ ଚାଲିଛି ତର୍ଜମା। ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇ ହଜାର ତଳକୁ ଖସିଛି ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର୍ ବି ୩ ପ୍ରତିଶତ ପାଖକୁ ଆସିଲାଣି

author-image
Sarbeswar
ଅଦ୍ୟତନ ହୋଇଛି
ସଂକ୍ରମଣ କମୁଛି, ଉଠିବ କି ଲକଡାଉନ୍‌?

Corona Virus

ଭୁବନେଶ୍ୱର: ଦୁଇଦିନ ପରେ ଶେଷ ହେବ ପଞ୍ଚମ ପର୍ଯ୍ୟାୟ ଆଂଶିକ ଲକଡାଉନ୍‌। ଜୁଲାଇ ୧୬ରୁ କେଉଁ କେଉଁ ନୂଆ ନିୟମ ଲାଗୁ ହେବ, କେଉଁ କ୍ଷେତ୍ରରେ କଟକଣା ଅଧିକ କୋହଳ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷ କରି ସବୁ ଜିଲ୍ଲାରେ ଏଯାଏଁ ବସ୍ ସେବା ଆରମ୍ଭ ହୋଇନଥିବା ବେଳେ ଜିମ୍, ବିୟୁଟି ପାର୍ଲର, ମଲ୍ ଆଦି ବନ୍ଦ ରହିଛି। ସେପଟେ ସାମଗ୍ରିକ ଭାବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି କାଟେଗୋରୀ-ବି ଜିଲ୍ଲାରେ ଆସୁଥିବା କଟକ, ଭୁବନେଶ୍ୱର ଓ ପୁରୀ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ଆଗକୁ ପୁଣି ତୃତୀୟ ଲହରର ଆଶଙ୍କା ଥିବାରୁ ରାଜ୍ୟ ସରକାର କି ଫର୍ମୁଲା ଆଣିବେ ତାକୁ ସମସ୍ତଙ୍କ ଅପେକ୍ଷା ରହିଛି।

Advertisment

ମେ ୫ରୁ ଜୁଲାଇ ୧୩ ଦୁଇମାସରୁ ଅଧିକ ସମୟ ଧରି ରାଜ୍ୟରେ ଲାଗି ରହିଛି କୋଭିଡ୍ କଟକଣା। ଆଉ ଦୁଇ ଦିନ ପରେ ଶେଷ ହେବ ପଂଚମ ପର୍ଯ୍ୟାୟ ଆଂଶିକ ଲକଡାଉ‌ନ। ତା ପରେ କି ନିଷ୍ପତ୍ତି ନେବେ ରାଜ୍ୟ ସରକାର? ସଂପୂର୍ଣ୍ଣ ଅନଲକ୍‌ ପ୍ରକ୍ରିୟାକୁ ଯିବେ ନା ନା ପୁଣିଥରେ କାଟାଗୋରି A, B ଫର୍ମୁଲା ଅନୁଯାୟୀ କଟକଣା ଲଗାଇବେ, ତାକୁ ନେଇ ଚାଲିଛି ତର୍ଜମା। ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ଦୁଇ ହଜାର ତଳକୁ ଖସିଛି ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର୍ ବି ୩ ପ୍ରତିଶତ ପାଖକୁ ଆସିଲାଣି। ୨୬ଟି ଜିଲ୍ଲାରେ ଟିପିଆର୍ ୫ ପ୍ରତିଶତ ତଳେ ରହିଛି। କାଟାଗୋରି-Bର ୧୦ ଜିଲ୍ଲା ମଧ୍ୟରୁ ୬-୭ଟି ଜିଲ୍ଲାରେ ସ୍ଥିତିରେ ବି ସୁଧାର ଆସିଛି। ହେଲେ ଚିନ୍ତା ବଢାଉଛି ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାର ସ୍ଥିତି।

Advertisment

ଖାସ୍ କରି ଭୁବନେଶ୍ୱର ଓ କଟକ ମହାନଗରରେ ପଜିଟିଭ୍ ସଂଖ୍ୟା ଆଖିଦୃଶିଆ ଭାବେ କମୁନାହିଁ। ତେଣୁ ଅନଲକ୍‌ ପ୍ରକ୍ରିୟାକୁ ଗଲାବେଳେ ଏ ଦୁଇ ସହର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇପାରେ। ଅନ୍ୟପକ୍ଷରେ ଜୁଲାଇ ୧୫ ପରେ ବି ସାରା ରାଜ୍ୟରେ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସମ୍ଭାବନା ରହିଛି। ସେହିପରି ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସଭାସମିତିକୁ ଏବେ ଅନୁମତି ଦିଆଯାଇ ନପାରେ। ତେବେ ମଲ୍, ପାର୍ଲର, ସ୍ପା, ସାଲୁନ୍, ଜିମ୍, ସୁଇମିଂ ପୁଲ୍ ଓ ସବୁ ଜିଲ୍ଲାରେ ବସ୍ ଚଳାଚଳକୁ ଗାଇଡ୍ଲାଇନ୍ସ ସହ ଖୋଲିବାକୁ ଅନୁମତି ମିଳିପାରେ। ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି କଟକ, ଭୁବନେଶ୍ୱର,ପୁରୀ, ବାଲେଶ୍ୱର ଭଳି କିଛି ବଡ଼ ସହରରେ କଟକଣା ବଳବତ୍ତର ରହିବା ଉଚିତ। ଗହଳିକୁ ଏଡ଼ାଇବା ପାଇଁ ସପ୍ତାହାନ୍ତ ସଟଡାଉନ୍‌, ନାଇଟ୍ କର୍ଫ୍ୟୁ ମଧ୍ୟ ଜାରି ରହିବା ସପକ୍ଷରେ ମତ ଦେଇଛନ୍ତି ବିଶେଷଜ୍ଞ।

ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିବାରୁ ଏହାକୁ ଦୃଷ୍ଟିରେ ରଖି କିଛି କଟକଣା ବଳବତ୍ତର ରହିପାରେ। ବିଶେଷ କରି ସଂକ୍ରମଣ ବଢୁଥିବା ରାଜ୍ୟଗୁଡ଼ିକରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ପଡିବ। କେନ୍ଦ୍ର ସରକାର ମଧ୍ୟ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଦରକାର ବୋଲି ଡିଏମ୍ଇଟି କହିଛନ୍ତି। କାରଣ ଦ୍ୱିତୀୟ ଲହର ବେଳେ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହିଁ ପ୍ରଥମେ ପଜିଟିଭ୍ କେସ୍ ସଂଖ୍ୟା ବଢ଼ିଥିଲା। ଏପଟେ ରାଜ୍ୟରେ କରୋନାରେ ଆଉ ୬୮ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି। ଏହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୪ ହଜାର ୭୩୦ରେ ପହଞ୍ଚିଛି।

Odisha News COVID-19 Coronavirus
Advertisment
Advertisment